Tensions Rise in Parliament: ପାର୍ଲାମେଣ୍ଟ ଭିତରେ ଓ ବାହାରେ ମୁହାଁମୁହିଁ, ବିରୋଧୀ ଦଳର ଆଭିମୁଖ୍ୟକୁ ଏନଡିଏ ସାଂସଦଙ୍କ ନିନ୍ଦା
ପାର୍ଲାମେଣ୍ଟ ଭିତରେ ମୁହାଁମୁହିଁ । ପାର୍ଲାମେଣ୍ଟ ବାହାରେ ବି ମୁହାଁମୁହିଁ । ଆଜି ସଂସଦ ଭବନ ପରିସରରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ଗୋଟିଏ ପଟେ ବିରୋଧୀ ଦଳର ଆଭିମୁଖ୍ୟକୁ ନିନ୍ଦା କରି ଏନଡିଏ ସାଂସଦମାନେ ପ୍ରତିବାଦ ଶୋଭାଯାତ୍ରା କରିଥିଲେ । ଅନ୍ୟପଟେ ଯନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ପ୍ରତିବାଦ କରିଥିଲେ କଂଗ୍ରେସ ସାଂସଦମାନେ ।
ସଂସଦର ମକର ଦ୍ବାରରେ ଉଭୟ ଦଳର ସାଂସଦମାନେ ମୁହାଁମୁହିଁ ହୋଇ ସ୍ଲୋଗାନ ଦେଇଥିଲେ । ଏହା ପୂର୍ବରୁ ଏନଡିଏର ସାପ୍ତାହିକ ବୈଠକ ମଙ୍ଗଲ ମିଲନ ସରିବା ପରେ ଦଳୀୟ ସାଂସଦମାନେ ପାର୍ଲାମେଣ୍ଟ ଅଭିମୁଖେ ଶୋଭାଯାତ୍ରାରେ ଯାଇଥିଲେ । ହାତରେ ପ୍ଲାକାର୍ଡ ଧରି ସେମାନେ କଂଗ୍ରେସ ନେତାଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିଲେ । ଏନଡିଏ ସାଂସଦଙ୍କ ଅଭିଯୋଗ ଯେ, ବିରୋଧୀ ଜାଣିଶୁଣି ସଂସଦକୁ ଅଚଳ କରୁଛନ୍ତି ।
ଯନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ଗୃହକାର୍ଯ୍ୟ ଚଳାଇ ଦେଉନାହାନ୍ତି । ତେବେ ଶାସକ ଦଳ ପକ୍ଷରୁ ଏ ନେଇ ଗୃହ ମନ୍ତ୍ରୀ ଅମିତ ଶାହା ଉତ୍ତର ଦେବେ ବୋଲି କହିବା ସତ୍ତ୍ବେ ବିରୋଧୀ ପଳାୟନ କରୁଛନ୍ତି । ଝାଡଖଣ୍ଡ ଛାତ୍ର ଆନ୍ଦୋଳନରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କାହିଁକି ଚୁପ୍ ରହୁଛନ୍ତି ବୋଲି ଏନଡିଏ ସାଂସଦମାନେ କହିଛନ୍ତି ।
ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ଛାତ୍ରଙ୍କ ପ୍ରସଙ୍ଗରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଏହି ପ୍ରସଙ୍ଗରେ ବିବୃତି ରଖିବେ । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦରେ ଉପସ୍ଥିତ ରୁହନ୍ତୁ, ବିତର୍କରେ ଭାଗ ନିଅନ୍ତୁ ।
ସଂସଦରେ ପ୍ରବଳ ହଙ୍ଗାମା
ଏନଡିଏ ସାଂସଦମାନେ କରୁଛନ୍ତି ପ୍ରତିବାଦ ଶୋଭାଯାତ୍ରା
ସରକାରଙ୍କ ବିରୋଧରେ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ
ସଂସଦର ମକର ଦ୍ବାରରେ ଉଭୟ ଦଳର ସାଂସଦ ମୁହାଁମୁହିଁ
ବିରୋଧୀ ଜାଣିଶୁଣି ସଂସଦକୁ ଅଚଳ କରୁଛନ୍ତି: ବିଜେପି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।