ରାହୁଲ ଗାନ୍ଧୀ କାହିଁକି ଏପର୍ଯ୍ୟନ୍ତ ଝାଡ଼ଖଣ୍ଡ ଯାଇନାହାନ୍ତି

Aug 11, 2026 - 13:47
ରାହୁଲ ଗାନ୍ଧୀ କାହିଁକି ଏପର୍ଯ୍ୟନ୍ତ ଝାଡ଼ଖଣ୍ଡ ଯାଇନାହାନ୍ତି

ନୂଆଦିଲ୍ଲୀ: ମଙ୍ଗଳବାର ସଂସଦ ଭବନ ପରିସରରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଏନଡିଏ ସାଂସଦମାନଙ୍କ ବିରୋଧ ପ୍ରଦର୍ଶନ ସାମ୍ନା କରିବାକୁ ପଡ଼ିଥିଲା। ଏହି ସମୟରେ ଜଣେ ବିଜେପି ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ଝାଡ଼ଖଣ୍ଡ କାହିଁକି ଯାଇନାହାନ୍ତି ବୋଲି ବିଜେପି ସାଂସଦ ଜଣଙ୍କ ପଚାରିଥିଲେ। ଏହା ଶୁଣି ପ୍ରିୟଙ୍କା ଗାନ୍ଧୀ ହସୁଥିବା ମୁହଁରେ ଅଟକି ଯାଇ ପ୍ଲାକାର୍ଡକୁ ଭଲଭାବେ ଦେଖିଥିଲେ। ସେ ଜବାବ ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିଜେପି ସାଂସଦ ସ୍ଲୋଗାନ ଦେବା ଜାରି ରଖିଥିଲେ।
ଏହାର ଜବାବରେ ପ୍ରିୟଙ୍କା କହିଥିଲେ, ରାହୁଲ ଜୀ ଝାଡ଼ଖଣ୍ଡର ଛାତ୍ରମାନଙ୍କ ସହ ଦେଖା ମଧ୍ୟ କରିଛନ୍ତି। ଏହା ପରେ ସେ ସେଠାରୁ ଚାଲିଯାଇଥିଲେ। କିଛି ସମୟ ପରେ ପ୍ରିୟଙ୍କା ଗାନ୍ଧୀ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ଏନଡିଏ ସାଂସଦମାନଙ୍କୁ ଏଭଳି ବିରୋଧ ପ୍ରଦର୍ଶନ କରୁଥିବା ସେ ପ୍ରଥମ ଥର ଦେଖିଛନ୍ତି। ସେ କହିଛନ୍ତି, ଅତି କମ୍‌ରେ ଆମେ ସେମାନଙ୍କୁ ଏହା କରିବାକୁ ବାଧ୍ୟ କରିଛୁ। ଏବେ ଅମିତ ଶାହ ଆଜି ଏକ ବିବୃତି ଦେବା ଉଚିତ। ଆଜି ସଂସଦ ପରିସର ବାହାରେ ଏନଡିଏ ଓ ବିରୋଧୀ ଦଳର ସାଂସଦମାନେ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ପ୍ଲାକାର୍ଡ ଧରି ଝାଡ଼ଖଣ୍ଡର ଛାତ୍ର ଆନ୍ଦୋଳନକୁ ନେଇ ପରସ୍ପର ଉପରେ ଦୋଷାରୋପ କରୁଥିଲେ। ଏନଡିଏ ପକ୍ଷରୁ କଙ୍ଗନା ରଣାୱତ, ଅନିଲ ଗୋଭିଲ, ଅପରାଜିତା ଷଡ଼ଙ୍ଗୀ ଏବଂ ଅନୁରାଗ ଠାକୁରଙ୍କ ସମେତ ଅନେକ ସାଂସଦ ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ ଇଣ୍ଡି ମେଣ୍ଟ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ, ଅଖିଳେଶ ଯାଦବ ଏବଂ ଜୟା ବଚ୍ଚନଙ୍କ ସମେତ ଅନେକ ସାଂସଦ ଉପସ୍ଥିତ ଥିଲେ। ଏନଡିଏ ସାଂସଦମାନେ ଝାଡ଼ଖଣ୍ଡ ଆନ୍ଦୋଳନକାରୀଙ୍କ ଉପରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ସ୍ପଷ୍ଟୀକରଣ ଦାବି କରିଥିଲେ। ସେମାନେ ଛାତ୍ରମାନଙ୍କ ଆନ୍ଦୋଳନ ଉପରେ ଆଲୋଚନା ପାଇଁ କିଛି ଦିନ ଧରି ଦାବି କରୁଥିବା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପ୍ରଶ୍ନ କରିଥିଲେ। ଅନ୍ୟପକ୍ଷେ ବିରୋଧୀ ସାଂସଦମାନେ ଦିଲ୍ଲୀର ଜନ୍ତର ମନ୍ତରରେ ହୋଇଥିବ କକ୍ରୋଚ୍‌ ଜନତା ପାର୍ଟି ଆନ୍ଦୋଳନକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।