Terrifying CNG Blast: CNG ଭର୍ତ୍ତି ବେଳେ କାରରେ ଭୟଙ୍କର ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
କାରରେ CNG ଭର୍ତ୍ତି ବେଳେ ଭୟଙ୍କର ବିସ୍ଫୋରଣ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଗୁଜରାଟ ବଡୋଦରା ଜାତୀୟ ରାଜପଥ-୪୮ରେ CNG ଭର୍ତ୍ତି କରୁଥିବା ବେଳେ ଏକ କାରରେ ଭୟଙ୍କର ବିସ୍ଫୋରଣ ହୋଇଛି। କରଜନ ନିକଟ ଜିନ୍ଦଲ କମ୍ପାନୀ ସମ୍ମୁଖରେ ଥିବା ସିଏନ୍ଜି ପମ୍ପରେ ଘଟିଛି ଏହି ଅଘଟଣ। ବିସ୍ଫୋରଣରେ କାରର ପଛପଟ ସମ୍ପୂର୍ଣ୍ଣ ଛିନଛତ୍ର ହୋଇଯାଇଥିବା ବେଳେ ନିକଟରେ ଥିବା ଆଉ ଦୁଇଟି ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
କାରଟି CNG ଭରିବା ପାଇଁ ପମ୍ପକୁ ଆସିଥିଲା। କର୍ମଚାରୀ ଗାଡ଼ିରେ CNG ନୋଜଲ୍ ଲଗାଇବା ପରେ ହଠାତ୍ ଗ୍ୟାସ୍ ଟାଙ୍କିରେ ଜୋରଦାର ବିସ୍ଫୋରଣ ହୋଇଥିଲା। ଧମାକା ଏତେ ଭୟଙ୍କର ଥିଲା ଯେ କାରର ପଛ ଅଂଶ ଫାଟିଥିଲା। ସୌଭାଗ୍ୟବଶତଃ ବିସ୍ଫୋରଣ ସମୟରେ କାର୍ ଭିତରେ କେହି ନଥିଲେ। ଯାତ୍ରୀମାନେ ଗାଡ଼ିରୁ ବାହାରି ଠିଆ ହୋଇଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ପ୍ରାଥମିକ ଭାବେ ଅତ୍ୟଧିକ ଚାପ ଯୋଗୁଁ ବିସ୍ଫୋରଣ ହୋଇଥିବା ଆଶଙ୍କା କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।