Terrorists: ପାକିସ୍ତାନ ପଟୁ ଆସିଥିବା ୨୮ ଆତଙ୍କବାଦୀଙ୍କୁ ନିପାତ କଲା ଆଫଗାନିସ୍ତାନ, ୩୨ ଆହତ

Sep 27, 2026 - 21:01
Terrorists: ପାକିସ୍ତାନ ପଟୁ ଆସିଥିବା ୨୮ ଆତଙ୍କବାଦୀଙ୍କୁ ନିପାତ କଲା ଆଫଗାନିସ୍ତାନ, ୩୨ ଆହତ

"କାବୁଲ: ପାକିସ୍ତାନ ପଟରୁ ଆଫଗାନିସ୍ତାନ ପୂର୍ବ ପ୍ରଦେଶ ନୁରିସ୍ତାନରେ ଏକ ସଶସ୍ତ୍ର ଗୋଷ୍ଠୀ ପ୍ରବେଶ କରିବା ପରେ ଏହାର ସେନା ୨୮ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି ଓ ଅନ୍ୟ ୩୨ ଜଣ ଆହତ ହୋଇଥିବା ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟରବିବାର କହିଛି।

ଏହି ଘଟଣା ଦୁଇ ପଡ଼ୋଶୀଙ୍କ ମଧ୍ୟରେ ପୂର୍ବରୁ ଖରାପ ହେଉଥିବା ସମ୍ପର୍କରେ ନୂତନ ବିବାଦ ଯୋଡ଼ିଛି।Advertisment ଆହୁରି ପଢନ୍ତୁ: Price may be hike : ଅକ୍ଟୋବର ୧ ରୁ ମହଙ୍ଗା ହେବ ଏସି, ଟିଭି ଓ ୱାଶିଂ ମେସିନ୍: ଦାମ୍ ୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ଆଫଗାନିସ୍ତାନ କହିଛି ଯେ, ଆକ୍ରମଣ ଉଦ୍ଦେଶ୍ୟ ରଖି ଶନିବାର ଆତଙ୍କବାଦୀ ପାକିସ୍ତାନ ସୀମା ନିକଟବର୍ତ୍ତୀ କାମଦେଶ ଜିଲ୍ଲା ଦେଇ ପ୍ରବେଶ କରିଥିଲେ।

ଆଫଗାନ୍‌ ସେନା ସେମାନଙ୍କ ବିରୋଧରେ ଏକ ଅପରେସନ ଆରମ୍ଭ କରି ୨୮ ଜଣଙ୍କୁ ନିପାତ କରିଥିଲେ।

ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଅଧିକାଂଶ ୨୦୨୧ରେ ତାଲିବାନ୍‌ ଦ୍ବାରା ଗାଦିଚ୍ୟୁତ ହୋଇଥିବା ପୂର୍ବ ସରକାର ଅଧୀନରେ କାମ କରିଥିଲେ।

ଆଫଗାନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ଆତଙ୍କୀମାନଙ୍କୁ ପାକିସ୍ତାନୀ ମିଲିସିଆମାନେ ସମର୍ଥନ କରିଥିଲେ ଓ ଯୁଦ୍ଧ ଆରମ୍ଭ ହେବା ପରେ ପାକିସ୍ତାନୀ ସଶସ୍ତ୍ର କର୍ମଚାରୀମାନେ ସେଠାରୁ ଖସି ଯାଇଥିଲେ।

ଆଫଗାନ୍‌ ଆକ୍ରମଣରୁ ବର୍ତ୍ତି ଯାଇଥିବା ଆତଙ୍କବାଦୀମାନେ ଶେଷରେ ପାକିସ୍ତାନୀମିଲିସିଆ ସ୍ଥାନ ଆଡ଼କୁ ପଳାଇ ଯାଇଥିଲେ।

ପାକିସ୍ତାନୀ ସୁରକ୍ଷାବାହିନୀ ଓ ଗୁଇନ୍ଦା ସଂସ୍ଥାଗୁଡ଼ିକ ସଶସ୍ତ୍ର ଗୋଷ୍ଠୀଙ୍କୁ ସଂଗଠିତ, ତାଲିମ ଓ ସୁବିଧା ଯୋଗାଇବାରେ ସିଧାସଳଖ ସମ୍ପୃକ୍ତ ଥିବା ଆଫଗାନିସ୍ତାନ ଅଭିଯୋଗ କରିଛି।

ତେବେ ପାକିସ୍ତାନ ସୂଚନା ମନ୍ତ୍ରଣାଳୟ "ଏକ୍ସ" ରେ ପୋଷ୍ଟ କରି ଆଫଗାନିସ୍ତାନର ସମସ୍ତ ଅଭିଯୋଗକୁ ମିଥ୍ୟା, ଭିତ୍ତିହୀନ ଓ ମନଗଢ଼ା ବୋଲି କହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।