Arrested: ମହାରାଷ୍ଟ୍ରରେ ଅଭାବନୀୟ କାଣ୍ଡ : ଗର୍ଭବତୀଙ୍କୁ ଜିଅନ୍ତା ଜାଳିଦେଲେ, ୪ ଗିରଫ

Sep 27, 2026 - 21:01
Arrested: ମହାରାଷ୍ଟ୍ରରେ ଅଭାବନୀୟ କାଣ୍ଡ : ଗର୍ଭବତୀଙ୍କୁ ଜିଅନ୍ତା ଜାଳିଦେଲେ, ୪ ଗିରଫ

"ଧୁଲେ: ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ଅତି ଅଭାବନୀୟ ତଥା ବର୍ବର ଘଟଣା ଘଟିଛି।

ଜଣେ ଗର୍ଭବତୀ ମହିଳାଙ୍କୁ କିଛି ଲୋକ ଜିଅନ୍ତା ଜାଳି ଦେଇଛନ୍ତି ।

ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି।

ଧୁଲେ-ସୋଲାପୁର୍‌ ରାଜପଥର ଗରତାଡ଼ବାରୀ ଅଞ୍ଚଳ‌ରେ ଗର୍ଭବତୀ ମହିଳାଙ୍କ ପୋଡ଼ି ଯାଇଥିବା ଶରୀର ମିଳିବାପରେ ପୁଲିସ ଏହି ଘଟଣାର ତଦନ୍ତଆରମ୍ଭ କରିଛି ଏବଂ ସିସିଟିଭି ଫୁଟେଜ୍‌କୁ ଭଲଭାବେ ଯାଞ୍ଚ କରିଛି।

ସିସିଟିଭି ଯାଞ୍ଚ ଆଧାରରେ ପୁଲିସ ସନ୍ଦିଗ୍ଧର ଗାଡ଼ି ଅହଲ୍ୟାନଗର ଜିଲ୍ଲା ଅଧୀନସ୍ଥ ଜାମଖେଦ ଅଞ୍ଚଳରେ ଥିବା ସପ୍ତସୁର ସାଂସ୍କୃତିକ କଳା‌ କେନ୍ଦ୍ରରେ ଚିହ୍ନଟ କରିଥିଲା।

Advertisment ଆହୁରି ପଢନ୍ତୁ: 72nd Wildlife Week ୭୨ତମ ବନ୍ୟପ୍ରାଣୀ ସପ୍ତାହ: ପ୍ରଥମ ଚନ୍ଦକା ଗ୍ରୀନ୍ ମାରାଥନରେ ଦୌଡ଼ିଲେ ପ୍ରତିଯୋଗୀ ତଦନ୍ତରୁ ଜଣାପଡ଼ିଛି ଯେ ୩୧ ବର୍ଷୀୟା ଗର୍ଭବତୀ ମହିଳା ପିଙ୍କି ହନୁମନ୍ତ କଟ୍‌କାଙ୍କୁ ବିଡ୍‌ ଜିଲ୍ଲା ନିକଟରେ ଥିବା ଏକ ସାଂସ୍କୃତିକ କେନ୍ଦ୍ରରେ ଆଭ୍ୟନ୍ତରୀଣ ବିବାଦ ପରେ ମାଡ଼ ମରାଯାଇଥିଲା।

ସେ ଅଚେତ ହୋଇପଡ଼ିବାରୁ ଅଭିଯୁକ୍ତମାନେ ବିଶ୍ବାସ କରିଥିଲା ଯେ ସେ ମରିଯାଇଛନ୍ତି ଏବଂ ତାଙ୍କ ମର ଶରୀର ବାହା‌ରେ କେଉଁଠି ନେଇ ଫୋପାଡ଼ି ଦେବାପାଇଁ ଯୋଜନା କରିଥିଲେ।

ସେମାନେ ପିଙ୍କିଙ୍କୁ ଅଚେତ ଅବସ୍ଥାରେ ୨୭୫ କିମି ପର୍ଯ୍ୟନ୍ତ କାର୍‌ରେ ଧୁଲେ ଅଣାଯାଇଥିଲା।ଅଭିଯୁକ୍ତମାନେ ଏହାପରେ ଏକ ନିର୍ଜନ ପାର୍ବତ୍ୟ ଅଞ୍ଚଳରେ ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ।

ଏହି ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୨ ଜଣ ଫେରାର୍‌ ଅଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।