Tesla: ଉଡ଼ନ୍ତା କାର୍‌ ପରୀକ୍ଷା କଲା ଟେସ୍‌ଲା: ରକେଟ୍ ଭଳି ପ୍ରଯୁକ୍ତି, ୨୦୨୮ରେ ଉତ୍ପାଦନ ଲକ୍ଷ୍ୟ

Oct 17, 2026 - 06:15
Tesla: ଉଡ଼ନ୍ତା କାର୍‌ ପରୀକ୍ଷା କଲା ଟେସ୍‌ଲା: ରକେଟ୍ ଭଳି ପ୍ରଯୁକ୍ତି, ୨୦୨୮ରେ ଉତ୍ପାଦନ ଲକ୍ଷ୍ୟ

"ହ୍ୟୁଷ୍ଟନ: ବିଶ୍ୱର ବୈଦ୍ୟୁତିକ କାର୍ ନିର୍ମାତା ଟେସ୍‌ଲା ପୁଣି ଥରେ ନିଜର ଅଭିନବ ପ୍ରଯୁକ୍ତିକୁ ନେଇ ଚର୍ଚ୍ଚାକୁ ଆସିଛି।

କମ୍ପାନିର ମୁଖ୍ୟ ଏଲନ୍ ମସ୍କ ନୂଆ ପିଢ଼ିର ରୋଡ୍‌ଷ୍ଟର୍ କାର୍‌ର ଏକ ଚମତ୍କାର ପ୍ରଦର୍ଶନ କରିଛନ୍ତି।

ଏହି କାର୍‌ରେ ରକେଟ୍ ଭଳି ଥ୍ରଷ୍ଟର୍ ପ୍ରଯୁକ୍ତି ବ୍ୟବହାର କରାଯାଇଛି, ଯାହା ସାହାଯ୍ୟରେ କାର୍‌ଟି କିଛି ସମୟ ପାଇଁ ଭୂମିରୁ ଉପରକୁ ଉଠିବା, ଆକାଶରେ ଘୂରିବା ଏବଂ ପୁଣି ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ପାରିଛି।

ଟେକ୍ସାସ୍‌ରେ ଅନୁଷ୍ଠିତ ପ୍ରଦର୍ଶନୀରେ ଦୁଇ ଜଣ ବସିପାରୁଥିବା ଏହି କାର୍‌ଟି ଏକ ବକ୍ରାକାର ରାମ୍ପ୍‌ରେ ଓଲଟା ଭାବେ ଉପରକୁ ଯିବା ପରେ ଆକାଶକୁ ଉଠି ଘୂରିଥିଲା ଏବଂ ପୁଣି ଅବତରଣ କରିଥିଲା।

Advertisment College union election: ସୁକିନ୍ଦା କଲେଜ ନିର୍ବାଚନ ବନ୍ଦ୍ ପଛରେ ଛାତ୍ରନେତାଙ୍କ ଉଦାସୀନତା ଏହା ସହିତ ଅନ୍ୟ ଗାଡ଼ିଗୁଡ଼ିକୁ ଡେଇଁ ପାର ହେବାର ଦୃଶ୍ୟ ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ଏହି ପ୍ରଯୁକ୍ତିରେ ଟେସ୍‌ଲାର ବୈଦ୍ୟୁତିକ ଯାନ ନିର୍ମାଣ କୌଶଳ ସହ ମସ୍କଙ୍କ ମହାକାଶ ଗବେଷଣା କମ୍ପାନି ସ୍ପେସ୍‌ଏକ୍ସର ପ୍ରଯୁକ୍ତିକୁ ମିଶାଯାଇଛି।

ଚାପଯୁକ୍ତ ବାୟୁରୁ ଶକ୍ତି ସୃଷ୍ଟି କରୁଥିବା ଥ୍ରଷ୍ଟର୍‌ଗୁଡ଼ିକ କାର୍‌କୁ କିଛି ସମୟ ପାଇଁ ଉପରକୁ ଉଠିବା ଓ ଘୂରିବାରେ ସାହାଯ୍ୟ କରେ।

ତେବେ ଏହି ପ୍ରଦର୍ଶନରୁ କାର୍‌ଟି ବିମାନ ଭଳି ଦୀର୍ଘ ସମୟ ଧରି ଉଡ଼ିପାରିବ ବୋଲି ପ୍ରମାଣିତ ହୋଇନାହିଁ।

ଟେସ୍‌ଲା ପକ୍ଷରୁ ଏହି କାର୍‌ର ଉତ୍ପାଦନ ୨୦୨୮ରେ ଆରମ୍ଭ କରିବା ଲକ୍ଷ୍ୟ ରଖାଯାଇଛି।

ଏହି ମଡେଲ୍‌ର ଘୋଷଣା ପ୍ରଥମେ ୨୦୧୭ରେ କରାଯାଇଥିଲା।

ତେବେ ଏହାର ଉତ୍ପାଦନ ବିଭିନ୍ନ କାରଣରୁ ବାରମ୍ବାର ବିଳମ୍ବିତ ହୋଇଆସିଛି।

Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍‌କୋର୍ଟ କମ୍ପାନି ଦାବି କରିଛି ଯେ କାର୍‌ଟି ୧ ସେକେଣ୍ଡରୁ କମ୍ ସମୟରେ ଘଣ୍ଟାପ୍ରତି ପ୍ରାୟ ୯୭ କିମି ବେଗ ହାସଲ କରିପାରିବ।

ଏହାର ସର୍ବାଧିକ ବେଗ ଘଣ୍ଟାପ୍ରତି ୩୭୦ କିମିରୁ ଅଧିକ ହେବ ବୋଲି ଦାବି କରାଯାଇଛି।

ନୂଆ ଗାଡ଼ିର ଚୂଡ଼ାନ୍ତ ମୂଲ୍ୟ, ଉଡ଼ାଣର ସର୍ବାଧିକ ଉଚ୍ଚତା ଏବଂ ଆକାଶରେ କେତେ ଦୂର ଯାଇପାରିବ ସେ ସମ୍ପର୍କରେ କମ୍ପାନି ପକ୍ଷରୁ ସ୍ପଷ୍ଟ ତଥ୍ୟ ଦିଆଯାଇନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।