Thailand school: ଥାଇଲାଣ୍ଡ ସ୍କୁଲରେ ଛାତ୍ରର ଗୁଳିମାଡ଼: ୮ ମୃତ

Aug 08, 2026 - 04:33
Thailand school: ଥାଇଲାଣ୍ଡ ସ୍କୁଲରେ ଛାତ୍ରର ଗୁଳିମାଡ଼: ୮ ମୃତ

"ବ୍ୟାଙ୍କକ: ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ ଉପକଣ୍ଠରେ ଥିବା ଏକ ପ୍ରତିଷ୍ଠିତ ବିଦ୍ୟାଳୟରେ ଶୁକ୍ରବାର ଜଣେ ନାବାଳକ ଛାତ୍ର ଭୟାବହ ଗୁଳିକାଣ୍ଡ ଘଟାଇଛି।

ଏହି  ଆକ୍ରମଣରେ ୩ ଜଣ ଶିକ୍ଷକ, ୩ ଜଣ ଛାତ୍ର ଏବଂ ଆକ୍ରମଣକାରୀର ଜେଜେବାପା ଓ ଜେଜେମା"ଙ୍କୁ ମିଶାଇ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଛି।

ଏହା ସହିତ ଅନ୍ୟ ୧୫ ଜଣ ଛାତ୍ରଛାତ୍ରୀ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ବୋଲି ଜାତୀୟ ପୁଲିସ ମୁଖପାତ୍ର ଟ୍ରାଇରୋଙ୍ଗ ଫିଓଫାନ ସୂଚନା ଦେଇଛନ୍ତି।

ନୋନ୍ଥାବୁରୀ ପ୍ରଦେଶର ଏକ ହାଇସ୍କୁଲରେ ଏହି ଜଘନ୍ୟ କାଣ୍ଡ ଘଟିଛି।

ଅଭିଯୁକ୍ତ ଜଣକ ସେହି ବିଦ୍ୟାଳୟର ନବମ ଶ୍ରେଣୀର ଜଣେ ୧୪ ବର୍ଷୀୟ ଛାତ୍ର ବୋଲି ପୁଲିସ ଚିହ୍ନଟ କରିଛି ଏବଂ ଗୁଳିବର୍ଷା କରିବା  ପରେ ସେ  ନିଜକୁ ଗୁଳିକରି ଆତ୍ମହତ୍ୟା କରିଛି।

ପୁଲିସ ପକ୍ଷରୁ ଜାରି ହୋଇଥିବା ବିବୃତି ଅନୁଯାୟୀ, ଅଭିଯୁକ୍ତ ଛାତ୍ର ଜଣକ ସ୍କୁଲ କ୍ୟାମ୍ପସକୁ ଆସିବା ପୂର୍ବରୁ ନିଜ ବାସଭବନରେ ତା"ର ଜେଜେବାପା ଏବଂ ଜେଜେମା"ଙ୍କୁ ଗୁଳିକରି ହତ୍ୟା କରିଥିଲା।

ଏଥିପାଇଁ ସେ ନିଜ ଜେଜେବାପାଙ୍କର ଏକ ୯ ମିଲିମିଟର ପିସ୍ତଲ ବ୍ୟବହାର କରିଥିଲା।

Advertisment Scam: ପଟ୍ଟନାୟକ ବନ୍ଧ ଦୁର୍ନୀତି ପଦାରେ ପଡ଼ିବା ପରେ ଅନ୍ୟ ପ୍ରକଳ୍ପକୁ ନେଇ ଚର୍ଚ୍ଚା ସ୍କୁଲରେ ଆକ୍ରମଣ ପୂର୍ବରୁ ଘରେ ଜେଜେବାପା, ଜେଜେମା"ଙ୍କୁ ହତ୍ୟା୩ ଶିକ୍ଷକ, ୩  ଛାତ୍ରଙ୍କ ଜୀବନ ନେବା ପରେ ଆତ୍ମହତ୍ୟା ଘରେ ହତ୍ୟାକାଣ୍ଡ ଘଟାଇବା ପରେ ବନ୍ଧୁକ ଧରି ଛାତ୍ର ଜଣକ ବିଦ୍ୟାଳୟରେ ପ୍ରବେଶ କରିଥିଲା ଏବଂ ସେଠାରେ ଥିବା ଶିକ୍ଷକ ଓ ସହପାଠୀମାନଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ଏବଂ ଜରୁରିକାଳୀନ ସେବା ସଂସ୍ଥାର କର୍ମଚାରୀ ସ୍କୁଲ ପରିସରକୁ ଘେରି ଯାଇଥିଲେ।

ସେହି ସମୟରେ ବିଦ୍ୟାଳୟ ମଧ୍ୟରେ ଥିବା ଛାତ୍ରଛାତ୍ରୀମାନେ ଭୟଭୀତ ହୋଇ ଶ୍ରେଣୀଗୃହ ମଧ୍ୟରେ ନିଜକୁ ଆବଦ୍ଧ କରି ରଖିଥିଲେ।

ସୂଚନାଯୋଗ୍ୟ, ଆହତ ହୋଇଥିବା ୧୫ ଜଣ ଛାତ୍ରଛାତ୍ରୀ ସିଧାସଳଖ ଗୁଳିମାଡ଼ର ଶିକାର ହୋଇନାହାନ୍ତି, ବରଂ ଗୁଳିକାଣ୍ଡ ସମୟରେ ପ୍ରାଣ ବିକଳରେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଆହତ ହୋଇଛନ୍ତି ବୋଲି ଜଣାପଡ଼ିଛି।

LAC: ଭାରତ-ଚୀନ୍‌ ମଧ୍ୟରେ ଏଲ୍‌ଏସି ସ୍ଥିତିର ସମୀକ୍ଷା; ସୀମା ପରିଚାଳନା ଓ ସହଯୋଗ ଉପରେ ଆଲୋଚନା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।