Thar Crashes into Shop: ଦୋକାନ ଭିତରେ ସଟର ଭାଙ୍ଗି ପଶିଲା ଥାର୍, ଅଳ୍ପକେ ବର୍ତ୍ତିଲେ ସ୍ଥାନୀୟ ଲୋକେ

Oct 26, 2026 - 10:34
Thar Crashes into Shop: ଦୋକାନ ଭିତରେ ସଟର ଭାଙ୍ଗି ପଶିଲା ଥାର୍, ଅଳ୍ପକେ ବର୍ତ୍ତିଲେ ସ୍ଥାନୀୟ ଲୋକେ

ପୁଣି ରାସ୍ତାରେ ଦାମୀ କାରର ଆତଙ୍କ।

ଭାରସାମ୍ୟ ହରାଇ ଏକ ବନ୍ଦ ଗ୍ରୋସରୀ ଦୋକାନ ଭିତରକୁ ପଶିଗଲା ଦ୍ରୁତଗାମୀ ଥାର।

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ରଙ୍ଗବଜାରରେ ଘଟିଛି ଏଭଳି ଦୁର୍ଘଟଣା।

ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ଥାନୀୟ ଲୋକେ।

Advertisment ସୂଚନା ଅନୁସାରେ, ଏକ ଥାର ଦ୍ରୁତଗତିରେ ଯାଉଥିବା ବେଳେ ଚାଳକ ଗାଡ଼ିର ଭାରସାମ୍ୟ ହରାଇ ବସିଥିଲେ।

ଫଳରେ ଗାଡ଼ିଟି ସିଧାସଳଖ ଏକ ବନ୍ଦ ଗ୍ରୋସରୀ ଦୋକାନର ସଟର ଭାଙ୍ଗି ଭିତରକୁ ପଶିଯାଇଥିଲା।

ହଠାତ୍ ଏଭଳି ଘଟଣା ଘଟିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।

କିଛି ସମୟ ପାଇଁ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା।

ଥାର୍ ଚାଳକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ।

ବାଲିଅନ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।