10 OCTOBER 2026

Welcome!

Unlock your personalized experience.
Sign Up

The ‘Arata’: ନିରବି ଯାଇଛି ‘ଅରଟ’

Oct 10, 2026 - 08:59
The ‘Arata’: ନିରବି ଯାଇଛି ‘ଅରଟ’

ଖୋରଧା (ବାଜପୁର ଗାଁରୁ ବିକାଶ ଚନ୍ଦ୍ର ସାହୁ ): ୫୦ ବର୍ଷର ତନ୍ତ କାରିଗର। ଅରଟ ଚଳାଇବାଠୁ ଆରମ୍ଭ କରି ତନ୍ତରେ ଲୁଗା ବୁଣିବା ଯାଏ, ସବୁଥିରେ ଥିଲେ ଦକ୍ଷ।  କେଉଁ ପୁରୁଣା ସମୟରୁ ଏ ତନ୍ତବୁଣା ବିଦ୍ୟାଟି ପିଢ଼ି ପରେ ପିଢ଼ିକୁ ହସ୍ତାନ୍ତର ହୋଇ ଆସୁଥିଲା। କିନ୍ତୁ, ତାଙ୍କ ପରଠୁ ଏ ବିଦ୍ୟାଟିରେ ତାଲା ପଡ଼ିଛି। ରଙ୍ଗୋଣୀ ପୁଅ ରାଜସ୍ଥାନକୁ କାମ କରିବାକୁ ଯାଇଛି। ଏକଦା ସକାଳୁ ସଞ୍ଜ ଅରଟ ଶବ୍ଦରେ କମ୍ପମାନ ହେଉଥିବା ଘରଟି ଆଜି ପୂରା ନିରବି ଯାଇଛି। ଇଏ ହେଉଛି ଖୋରଧା ସହର ଉପକଣ୍ଠ ବାଜପୁର ଗାଁ ରଙ୍ଗୋଣୀ ସାହିର ବରିଷ୍ଠ ତନ୍ତ କାରିଗର ଶିବ ସାହୁଙ୍କର ମନର ବ୍ୟଥା।  

World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

କେବଳ ଶିବ ସାହୁ ନୁହନ୍ତି, ରଙ୍ଗୋଣୀ ସାହିର ମହିଳା ତନ୍ତ କାରିଗର ଲକ୍ଷ୍ମୀପ୍ରିୟା ଦାସଙ୍କର କୌଳିକ ବୃତ୍ତିର ବି ସେହି ଅବସ୍ଥା। ଲକ୍ଷ୍ମୀପ୍ରିୟା ବାପଘରଠୁ ଶାଶୂଘର ଯାଏ, ପୂରା ଯୌବନଟି ନିଜର କୌଳିକ ବୃତ୍ତିରେ ଦେଇଥିଲେ। କେବଳ ସେ ନୁହେଁ, ଲୁଗା, ଧୋତି ବୁଣିବାରେ ତାଙ୍କ ଶାଶୂ ବି ସିଦ୍ଧହସ୍ତ। କିନ୍ତୁ, ଗଲା ୧୩ବର୍ଷ ହେଲା ଏହି ବୃତ୍ତିରେ ବେଡ଼ି ପଡ଼ିଛି। ବଡ଼ପୁଅ ଶିକ୍ଷକ ହୋଇଯାଇଛି, ସାନ ପୁଅ କଲେଜ ଯାଉଛି। ଘରେ ଚରଖା ଚଳାଇବାକୁ ଆଉ କେହି ନାହିଁ। ଏକଦା କୌଳିକ ବୃତ୍ତିରେ ବାପା ଜେଜେଙ୍କର ନାଁ ରଖିଥିବା ବାଜପୁର ପଞ୍ଚାୟତ ରଙ୍ଗୋଣୀ ସାହିର ଚରଖା ଓ ତନ୍ତବୁଣା କାରିଗରଙ୍କର ଅବସ୍ଥା ଏବେ କେମିତି ଅଛି? ଗ୍ରାଉଣ୍ଡ ଜିରୋରୁ ତନଖିବା ବେଳେ କୌଳିକ ବୃତ୍ତିର ପରିବର୍ତ୍ତିତ କଥାଟି ପଦାକୁ ଆସିଛି।  ଗାଁ ଲୋକଙ୍କର କହିବା ମୁତାବକ, ବାଜପୁର ପଞ୍ଚାୟତରେ ମୋଟ୍‌ ଦୁଇ ଗୋଟି ସାହି ତନ୍ତ ବୁଣିବା ଓ ଅରଟ ଚଳାଇବାରେ ଦକ୍ଷ। ଗୋଟିଏ ହେଲା ରଙ୍ଗୋଣି ସାହି ଓ ତା’ ପାଖକୁ ଲାଗିଥିବା ପାଟରା ସାହି। ଉଭୟ ସାହିରେ ପ୍ରାୟ ୭୦ରୁ ଅଧିକ ପରିବାର। ଦଶନ୍ଧି ତଳେ ରାତି ଚାରିଟାରୁ ସାହି ଭିତରକୁ ପଶିଗଲେ, ଅରଟ ଓ ତନ୍ତର ଖଟ ଖଟ ଶବ୍ଦ ଗୁଞ୍ଜରିତ ହେଉଥିଲା। ରାତି ୯ଟା ଯାଏ ବୁଣାବୁଣି ଚାଲୁଥିଲା। କିଏ ଗୋଟିଏ ତନ୍ତ ପକାଇଥିଲା ତ, ପୁଣି କିଏ ଦୁଇଟି। ଉଭୟ ସାହିରେ ପ୍ରାୟ ଶହେ ଗୋଟି ତଦନ୍ତ ପଡ଼ିଥିଲା।

Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ

 ଗ୍ରାଉଣ୍ଡ ଜିରୋରୁ ତନଖିବା ପରେ ଉଭୟ ସାହିରେ ତନ୍ତ ସଂଖ୍ୟା ମାତ୍ର ଛଅଟି ରହିଛି। କେଉଁଠି ତନ୍ତ ବୁଣିବାକୁ ଉତ୍ତର ପିଢ଼ିଙ୍କର ଆଦୌ ଇଚ୍ଛା ନାହିଁ ତ, ପୁଣି କିଏ ଗୋଟିଏ ଗାମୁଛା ବୁଣି ଟଙ୍କା ଶହେଟା ପାଇବା ଅପେକ୍ଷା କମ୍ପାନିରେ ଖଟିବାକୁ ଅଧିକ ପସନ୍ଦ କରିଛି। ରଙ୍ଗୋଣି ସାହିର ୭୦ଭାଗରୁ ଅଧିକ ପରିବାରର ଉତ୍ତର ପିଢ଼ି ଏ ତନ୍ତବୁଣା କଥାକୁ ପାସୋରି ଦେଇଛନ୍ତି। ଗାଁର ତନ୍ତ କାରିଗର ବିଜୟ କୁମାର ଦାସ କହିଛନ୍ତି, ମୁଁ ମୋର ତନ୍ତଟିକୁ ଗଲା ୧୦ବର୍ଷ ହେଲା ଘରୁ ଉଠାଇ ଦେଲିଣି। ସେହିପରି ମହିଳା କାରିଗର ଲକ୍ଷ୍ମୀପ୍ରିୟାଙ୍କର କହିବା କଥା ହେଲା, ଦୁଇ ପୁଅ ତନ୍ତ ଶିଖିବାକୁ ମନ ଦେଲେ ନାହିଁ। ସେଥିପାଇଁ ଘରେ ଏ ବିଦ୍ୟାଟି ଗଲା ୧୩ବର୍ଷ ହେଲା ବନ୍ଦ ପଡ଼ିଛି। ସେହିପରି ଶିବ ସାହୁଙ୍କର କହିବା କଥା, ତନ୍ତ କିଛି କାମରେ ଆସିଲା ନାହିଁ। ତେଣୁ, ଭଉଣୀ ଘର ଧଳାପଥରକୁ ପଠାଇ ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।