The book: ପୁସ୍ତକ ‘କାରା କାହାଣୀ: ଜଣେ ମିସାବନ୍ଦୀର ସଂଘର୍ଷ ଗାଥା’ ଲୋକାର୍ପିତ
"ଭୁବନେଶ୍ୱର: "ସେଦିନର ଜରୁରିକାଳୀନ ପରିସ୍ଥିତି ଦେଶର ରାଜନୈତିକ ପଟ୍ଟ ପରିବର୍ତ୍ତନର ରାସ୍ତା ଖୋଲିଥିଲା।
ଗଣତନ୍ତ୍ର ପାଇଁ ସମ୍ବାଦପତ୍ର ତଥା ଗଣମାଧ୍ୟମ କେତେ ଜରୁରି, ତାହା ବି ପ୍ରମାଣ ହୋଇପାରିଥିଲା।
ବର୍ତ୍ତମାନର ସ୍ଥିତିକୁ ବିଶ୍ଲେଷଣ କଲେ ଆଜି ବି ସେଦିନର ଜରୁରିକାଳୀନ ସ୍ଥିତି ଅଦୃଶ୍ୟ ଭାବେ ଘଟୁଛି।
ଆଜି ମିସାବନ୍ଦୀମାନଙ୍କୁ ସମ୍ମାନ ଦେବା ବେଳେ ବର୍ତ୍ତମାନର ରାଜନେତାମାନେ ସଚେତନ ହେବା ଆବଶ୍ୟକ।" ବରିଷ୍ଠ ଅଧିବକ୍ତା ଓ ସାମାଜିକକର୍ମୀ ମାଧବ ପ୍ରସାଦ ମିଶ୍ରଙ୍କ ଲିଖିତ ଆତ୍ମଜୀବନୀ "କାରା କାହାଣୀ: ଜଣେ ମିସାବନ୍ଦୀର ସଂଘର୍ଷ ଗାଥା" ଉନ୍ମୋଚନ ଅବସରରେ ଅତିଥିମାନେ ଏହା କହିଛନ୍ତି।Advertisment "ଆଜି ବି ଅଦୃଶ୍ୟ ଭାବେ ରହିଛି ଜରୁରିକାଳୀନ ପରିସ୍ଥିତି" ଆଜି ବୁଦ୍ଧମନ୍ଦିର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବାପାଙ୍କ ବନ୍ଦୀ ଜୀବନର କଥା ଓ ସେତେବେଳର ପୁତ୍ର ହିସାବରେ ତାଙ୍କ ପୀଡ଼ା ବଖାଣିବା ସହ ତାଙ୍କ ସରକାର ମିସାବନ୍ଦୀମାନଙ୍କୁ ସମ୍ମାନିତ କରିଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଜରୁରୀ ପରିସ୍ଥିତିକୁ ନିନ୍ଦା କରିବା ସହ ସେଥିଯୋଗୁଁ ସେ ଓ ତାଙ୍କ ଭଳି ଅନେକ ରାଜନୀତିକୁ ଆସିପାରିଛନ୍ତି।
ଜରୁରିକାଳୀନ ପରିସ୍ଥିତି ପାଇଁ ବର୍ତ୍ତମାନ କ୍ଷମତାରେ ଥିବା ଦଳର ଉତ୍ଥାନ ହୋଇପାରିଛି ବୋଲି ସେ କହିଥିଲେ।
କିନ୍ତୁ ବର୍ତ୍ତମାନର ସ୍ଥିତି ମଧ୍ୟ ସେଦିନର ସ୍ଥିତି ଭଳି ଅଦୃଶ୍ୟ ଭାବେ ରହିଛି।
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ ଭବିଷ୍ୟତରେ ଗବେଷଣା ପାଇଁ ଏଭଳି ପୁସ୍ତକ ବେଶ୍ ଉପଯୋଗୀ ହେବ।
ଜରୁରୀ ପରିସ୍ଥିତିକୁ ବିରୋଧ କଲାବେଳେ ଓ ମିସାବନ୍ଦୀଙ୍କୁ ସମ୍ମାନ ଦେବାବେଳେ ସେହି ପରିସ୍ଥିତିର ପୁନରାବୃତ୍ତି ଯେପରି ନ ହୁଏ, ସେଥିପ୍ରତି ରାଜନେତାମାନେ ସଚେତନ ହେବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଏକାମ୍ର ବିଧାୟକ ବାବୁ ସିଂ କହିଲେ ଯେ ଆଜିର ସରକାର ସେଦିନର ସମ୍ବିଧାନ ହତ୍ୟାର ସ୍ମୃତିଚାରଣ କରୁଛି ଏବଂ ମିସାବନ୍ଦୀମାନଙ୍କୁ ସମ୍ମାନିତ କରୁଛି।
ଲେଖକ ଶ୍ରୀ ମିଶ୍ରଙ୍କୁ ମିସାବନ୍ଦୀ ଭାବରେ ସମ୍ମାନ ଓ ସ୍ୱୀକୃତି ଦେବା ଲାଗି ସରକାରଙ୍କ ନିକଟରେ ଦାବିକରିବେ ବୋଲି ଅନ୍ୟତମ ଅତିଥି ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ କହିଥିଲେ।
ସାହିତ୍ୟିକ ଦାଶ ବେନହୁର ପୁସ୍ତକର ସମୀକ୍ଷା କରିଥିଲେ।
ଲେଖକୀୟ ବକ୍ତବ୍ୟରେ ଶ୍ରୀ ମିଶ୍ର ନିଜର ୧୮ମାସ ଜେଲ ଜୀବନର କାହାଣୀ କହିଥିଲେ।
କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସ୍ୱୀକୃତି ସ୍ୱରୂପା ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ ଏବଂ ଆସ୍ତିକ ମିଶ୍ର ଧନ୍ୟବାଦ ଦେଇଥିଲେ।
ଚନ୍ଦ୍ରବିଜୟୀ ମିଶ୍ର ମଞ୍ଚ ସଂଚାଳନ କରିଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।