The Dirty Picture: ଆସିବ ‘ଦ ଡାର୍ଟି ପିକ୍‌ଚର୍‌’ର ସିକ୍ୱେଲ୍‌!

Oct 13, 2026 - 07:20
The Dirty Picture: ଆସିବ ‘ଦ ଡାର୍ଟି ପିକ୍‌ଚର୍‌’ର ସିକ୍ୱେଲ୍‌!

""ଦଡାର୍ଟି ପିକ୍‌ଚର୍‌" ମୁକ୍ତିଲାଭ କରିବାର ଦୀର୍ଘ ୧୫ ବର୍ଷ ପରେ ଏହାର ପରବର୍ତ୍ତୀ ଭାଗ ବା ସିକ୍ୱେଲ୍‌ ନିର୍ମାଣକୁ ନେଇ ମୁହଁ ଖୋଲିଛନ୍ତି ପ୍ରଯୋଜିକା ଏକତା କପୁର।

ଏକ ନିଆରା କାହାଣୀକୁ ପରଦାରେ ଉପସ୍ଥାପନ କରିବା ଉଦ୍ଦେଶ୍ୟରେ ସେ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି।

୨୦୧୧ରେ ମୁକ୍ତିଲାଭ କରିଥିବା "ଦ ଡାର୍ଟି ପିକ୍‌ଚର୍‌"ରେ ଅଭିନେତ୍ରୀ ବିଦ୍ୟା ବାଲନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

ନିଜର ଦମ୍‌ଦାର ଅଭିନୟ ବଳରେ ସେ ଦର୍ଶକଙ୍କ ମନ ଜିଣିବା ସହ ଚଳଚ୍ଚିତ୍ରଟିକୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଥିଲା।ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସିଲ୍କ ସ୍ମିତାଙ୍କ ଜୀବନ କାହାଣୀରୁ ପ୍ରେରଣା ନେଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା।Advertisment Nabarangpur flood: ୨୦ଦିନରେ ସ୍ବତନ୍ତ୍ର ପ୍ୟାକେଜରେ ବନ୍ୟା କ୍ଷତିପୂରଣ ଦିଅ, ନଚେତ ନବରଂଗପୁର ଜିଲ୍ଲାବନ୍ଦ ମନୋରଞ୍ଜନ ଜଗତରେ ନିଜର ସ୍ଥିତି ବଜାୟ ରଖିବା ପାଇଁ ଜଣେ ମହିଳାଙ୍କୁ କିପରି ବିଭିନ୍ନ ସଂଘର୍ଷ ଓ ସାମାଜିକ ଚାପର ସାମ୍ନା କରିବାକୁ ପଡ଼େ, ତାହା ଥିଲା ଏହି ଫିଲ୍ମର ମୁଖ୍ୟ ବାର୍ତ୍ତା।

କାହାଣୀ ଓ ବିଦ୍ୟାଙ୍କ ଅଭିନୟ ପାଇଁ ଚଳଚ୍ଚିତ୍ରଟି ବେଶ୍‌ ଚର୍ଚ୍ଚା ସାଉଁଟିଥିଲା।

ଏବେ ଏହାର ଦ୍ୱିତୀୟ ଭାଗକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

ତେବେ ଏଥିରେ ମୁଖ୍ୟ ଭୂମିକାରେ କିଏ ଅଭିନୟ କରିବେ, ତାହା ସ୍ପଷ୍ଟ ହୋଇନାହିଁ।

ପୁଣି ଥରେ ବିଦ୍ୟା ବାଲନଙ୍କୁ ଏହି ଫିଲ୍ମରେ ଦେଖିବାକୁ ପ୍ରଶଂସକମାନେ ଆଶା ବାନ୍ଧିଛନ୍ତି।

ଅନ୍ୟପକ୍ଷରେ, ଚଳଚ୍ଚିତ୍ରର ନିର୍ଦ୍ଦେଶକ କିଏ ହେବେ ଏବଂ ଏହା କେବେ ପରଦାକୁ ଆସିବ, ସେ ନେଇ ମଧ୍ୟ ଏଯାଏଁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

Protest: ଦିଲ୍ଲୀରେ କଂଗ୍ରେସ ପ୍ରତିବାଦ: ଚର୍ଚ୍ଚାରେ ବ୍ୟାଟ୍‌ମ୍ୟାନ୍‌ ମାସ୍କ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।