The Himalayas are melting: ତରଳୁଛି ହିମାଳୟ, ବଢୁଛି ବିପଦ

Sep 24, 2026 - 06:46
The Himalayas are melting: ତରଳୁଛି ହିମାଳୟ, ବଢୁଛି ବିପଦ

"ହିମାଳୟ କେବଳ ପର୍ବତମାଳା ନୁହେଁ, ବରଂ ଦକ୍ଷିଣ ଏସିଆର କୋଟି କୋଟି ଲୋକଙ୍କ ଜୀବନର ଜଳଭଣ୍ଡାର।

ଗଙ୍ଗା, ବ୍ରହ୍ମପୁତ୍ର ଓ ସିନ୍ଧୁ ଭଳି ନଦୀକୁ ଜଳ ଯୋଗାଉଥିବା ଏହି ପର୍ବତ ଏବେ ନିଜେ ପରିବର୍ତ୍ତନର ସଙ୍କେତ ଦେଉଛି।

ନୂଆ ରିପୋର୍ଟ ଅନୁସାରେ, ହିମାଳୟର ହିମବାହଗୁଡ଼ିକ ଏକ ଗୁରୁତର ଟିପିଂ ପଏଣ୍ଟ ଆଡ଼କୁ ଗତି କରୁଛନ୍ତି। "ପ୍ରସ୍‌ପରସ୍‌ ଏଣ୍ଡ୍ ରିଜିଲିଏଣ୍ଟ୍ ହିମାଲୟାସ୍" ରିପୋର୍ଟ ଅନୁସାରେ, ଏକ ଦଶନ୍ଧି ତୁଳନାରେ ହିମାଳୟର ହିମବାହଗୁଡ଼ିକ ୬୫% ଅଧିକ ଦ୍ରୁତ ଗତିରେ ବରଫ ହରାଉଛନ୍ତି।

ତାପମାତ୍ରା ବଢ଼ିବା ସହ ବରଫ ତରଳି ନୂଆ ହିମବାହ ହ୍ରଦ ସୃଷ୍ଟି ହେଉଛି।

ଏହି ହ୍ରଦଗୁଡ଼ିକୁ ଧରି ରଖିଥିବା ପ୍ରାକୃତିକ ବନ୍ଧ ଦୁର୍ବଳ ହୋଇଥିବାରୁ ହଠାତ୍ ବନ୍ୟା ବା ଗ୍ଲେସିଆଲ୍ ଲେକ୍ ଆଉଟ୍‌ବର୍ଷ୍ଟ ବନ୍ୟା ଭଳି ବିପଦ ବଢୁଛି।

ଭାରତୀୟ ହିମାଳୟ ଅଞ୍ଚଳର ୧୮୯ଟି ଉଚ୍ଚ-ବିପଦପ୍ରବଣ ହିମବାହ ହ୍ରଦ ମଧ୍ୟରୁ ୫୬ଟିକୁ ଅତ୍ୟଧିକ ବିପଦପ୍ରବଣ ବୋଲି ଚିହ୍ନଟ କରାଯାଇଛି।

Advertisment Suspend: କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ ଏହି ସମସ୍ୟା କେବଳ ବନ୍ୟାରେ ସୀମିତ ନୁହେଁ, ପାହାଡ଼ର ମାଟି ଓ ପର୍ମାଫ୍ରଷ୍ଟ (ବରଫାବୃତ୍ତ ମାଟି)  ଅସ୍ଥିର ହେବାରୁ ଭୂସ୍ଖଳନ ଓ ଅନ୍ୟାନ୍ୟ ଦୁର୍ଘଟଣାର ଆଶଙ୍କା ବଢୁଛି।

ରିପୋର୍ଟ ଅନୁସାରେ, ହିନ୍ଦୁକୁଶରୁ ହିମାଳୟ ଅଞ୍ଚଳରେ ପ୍ରାୟ ୪୦,୦୦୦ ହିମବାହ ଥିବାବେଳେ କେବଳ ୨୧ଟି ହିମବାହର ନିୟମିତ ଓ ବିସ୍ତୃତ ନିରୀକ୍ଷଣ ହେଉଛି।

ଅନ୍ୟାନ୍ୟ ହିମବାହର ନିରୀକ୍ଷଣ ଅଭାବ ଆଗାମୀ ବିପଦକୁ ସମୟ ପୂର୍ବରୁ ଚିହ୍ନଟ କରିବାରେ ସମସ୍ୟା ହୋଇ ରହିଛି।

ଆଉ ଏକ ଚିନ୍ତାଜନକ ଦିଗ ହେଉଛି "ପିକ୍ ୱାଟର"।

ଅର୍ଥାତ୍, କିଛି ସମୟ ପର୍ଯ୍ୟନ୍ତ ବରଫ ତରଳିବା ଯୋଗୁଁ ନଦୀରେ ଜଳ ବଢ଼ିବ, କିନ୍ତୁ ହିମବାହର ବରଫ ଭଣ୍ଡାର କମିଯିବା ପରେ ଜଳ ପ୍ରବାହ ମଧ୍ୟ ହ୍ରାସ ପାଇବ।

ଅଧିକାଂଶ ହିନ୍ଦୁକୁଶରୁ ହିମାଳୟ ଯାଏ ନଦୀ ଅବବାହିକା ଶତାବ୍ଦୀର ମଧ୍ୟଭାଗ ବେଳକୁ "ପିକ୍ ୱାଟର"ରେ ପହଞ୍ଚିପାରେ।

ଏହା କୃଷି, ପାନୀୟ ଜଳ, ଜଳବିଦ୍ୟୁତ୍, ଶିଳ୍ପ ଓ ସହର ଜୀବନକୁ ପ୍ରଭାବିତ କରିପାରେ।

ହିମାଳୟର ସଙ୍କଟ ଭାରତୀୟ ଅର୍ଥନୀତି ସହ ମଧ୍ୟ ଜଡ଼ିତ।

ରିପୋର୍ଟ ଅନୁସାରେ, ହିମାଳୟର ଜଳ ବ୍ୟବସ୍ଥା ଭାରତର ଜିଡିପିର ପ୍ରାୟ ୨୦%  ସହ ସଂପୃକ୍ତ କୃଷି, ଜଳବିଦ୍ୟୁତ୍ ଓ ତୀର୍ଥ ପର୍ଯ୍ୟଟନ ଭଳି କ୍ଷେତ୍ରକୁ ସମର୍ଥନ କରେ।

Horoscope 2026 September 22: ଜାଣନ୍ତୁ ଆଜିର ରାଶିଫଳ...

ବରଫ ତରଳିବାରେ ବ୍ଲାକ୍ କାର୍ବନ ମଧ୍ୟ ବଡ଼ ଭୂମିକା ନେଉଛି।

ଦକ୍ଷିଣ ଏସିଆରୁ ନିର୍ଗତ କଳା କାର୍ବନ ହିମାଳୟର ହିମବାହ ତରଳିବାର ପ୍ରାୟ ଏକ-ତୃତୀୟାଂଶ ପାଇଁ ଦାୟୀ ବୋଲି ରିପୋର୍ଟ କହୁଛି।

ବିଶେଷକରି ଇଟାଭାଟି ଭଳି ଉତ୍ସରୁ ବାହାରୁଥିବା କଳାଧୂଆଁ ବରଫ ଉପରେ ଜମି ସୂର୍ଯ୍ୟର ତାପ ଅଧିକ ଶୋଷଣ କରାଏ ଏବଂ ତରଳିବା ପ୍ରକ୍ରିୟାକୁ ଦ୍ରୁତ କରେ।

୨୦୨୩ର ସିକ୍କିମ୍‌ ହିମବାହ ହ୍ରଦ ବନ୍ୟାରେ ଅତି କମ୍‌ରେ ୭୦ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ରାସ୍ତା, ସେତୁ ଓ ଜଳବିଦ୍ୟୁତ୍ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଥିଲା।

୨୦୨୧ର ଉତ୍ତରାଖଣ୍ଡ ବିପର୍ଯ୍ୟୟରେ ମଧ୍ୟ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

ସମ୍ପ୍ରତି ନେପାଳ-ତିବ୍ବତ ସୀମା ଅଞ୍ଚଳରେ ଅଗଷ୍ଟ ୨୦୨୬ର ହିମବାହ ଓ ପଥର ଧସିବା ଘଟଣା ପରେ ବନ୍ୟା ଓ ଭୂସ୍ଖଳନରେ ବ୍ୟାପକ ମାନବୀୟ କ୍ଷତି ଘଟିଛି।

ଏହି ସଙ୍କଟର ମୁକାବିଲା ପାଇଁ ରିପୋର୍ଟରେ ହିମବାହ ନିରୀକ୍ଷଣ ବଢ଼ାଇବା, ବ୍ଲାକ୍ କାର୍ବନ ନିର୍ଗମନ କମାଇବା, ଶୀଘ୍ର ସତର୍କତା ବ୍ୟବସ୍ଥାକୁ ମଜଭୁତ କରିବା, ଜଙ୍ଗଲ ଓ ଝରଣା ସୁରକ୍ଷା, ପର୍ବତୀୟ ପର୍ଯ୍ୟଟନର ନୂଆ ମଡେଲ୍‌ ଏବଂ ଦେଶଗୁଡ଼ିକ ମଧ୍ୟରେ ଅଧିକ ସହଯୋଗ ଭଳି ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।