The Indian Coast Guard Group C Recruitment: ପ୍ରକାଶ ପାଇଲା ଇଣ୍ଡିଆନ୍ କୋଷ୍ଟ ଗାର୍ଡରେ ଗ୍ରୁପ୍-ସି ପଦବିରେ ନିଯୁକ୍ତି ବିଜ୍ଞପ୍ତି
"ନୂଆଦିଲ୍ଲୀ: ଇଣ୍ଡିଆନ୍ କୋଷ୍ଟ ଗାର୍ଡରେ ଗ୍ରୁପ୍-ସି ପଦବି ପାଇଁ ଆବେଦନ ଆରମ୍ଭ ହୋଇଛି।
ଏହି ନିଯୁକ୍ତି ପାଇଁ ଦଶମ ଶ୍ରେଣୀ ପାସ୍ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।
ଇଣ୍ଡିଆନ୍ କୋଷ୍ଟ ଗାର୍ଡ ପକ୍ଷରୁ ଷ୍ଟୋର କିପର୍, ଇଞ୍ଜିନ୍ ଡ୍ରାଇଭର ଏବଂ ଚୌକିଦାର ସମେତ ବିଭିନ୍ନ ପଦବିରେ ବିଜ୍ଞପ୍ତି ପ୍ରକାଶ ପାଇଛି।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଆବେଦନ କରି ପାରିବେ ।
ଏହି ପଦବିରେ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍କୁ ଯାଇ ଆବେଦନ କରିପାରିବେ।
ବିଭିନ୍ନ ପଦବି ପାଇଁ ଆବେଦନର ଶେଷ ତାରିଖ ୨୦୨୬ ନଭେମ୍ବର ୩ ରହିଛି।
ପ୍ରାର୍ଥୀମାନେ ନିଜର ଯୋଗ୍ୟତା ମାନଦଣ୍ଡ ଯାଞ୍ଚ କରିବା ପରେ ଆବେଦନ କରିପାରିବେ।Advertisment କେତେ ମିଳିବ ଦରମା?
ଷ୍ଟୋର କିପରଙ୍କ ମାସିକ ଦରମା ୧୯,୯୦୦ରୁ ୬୩,୨୦୦ଟଙ୍କା, ଇଞ୍ଜିନ୍ ଡ୍ରାଇଭରଙ୍କ ମାସିକ ଦରମା ୨୫,୫୦୦ରୁ ୮୧,୧୦୦ଟଙ୍କା, ସିଭିଲିଆନ୍ ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭରଙ୍କ ମାସିକ ଦରମା ୧୯,୯୦୦ରୁ ୬୩,୨୦୦ଟଙ୍କା,ଏମ୍ଟିଏସର ମାସିକ ଦରମା ୧୮,୦୦୦ରୁ ୫୬,୯୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ଆବେଦନ ପାଇଁ ଆବଶ୍ୟକ ଯୋଗ୍ୟତା ଆବେଦନ କରିବା ପାଇଁ ପ୍ରାର୍ଥୀ ଦଶମ କିମ୍ବା ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ।
ଏହା ସହିତ ସମ୍ପୃକ୍ତ କ୍ଷେତ୍ରରେ କିଛି ବର୍ଷର କାର୍ଯ୍ୟ ଅଭିଜ୍ଞତା ମଧ୍ୟ ଥିବା ଆବଶ୍ୟକ।
ବୟସ ସୀମା ଆବେଦନ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ।
ପଦବି ଅନୁସାରେ ସର୍ବାଧିକ ବୟସ ୨୭ ଏବଂ ୩୦ ବର୍ଷ ରହିଛି।
ତେବେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ବୟସ ସୀମାରେ ଛାଡ଼ ମିଳିବ।
କିପରି ହେବ ଚୟନ?
ପ୍ରାର୍ଥୀଙ୍କ ଚୟନ ପାଇଁ ପ୍ରଥମେ ଆବେଦନପତ୍ର ଯାଞ୍ଚ କରାଯିବ।
ଏହା ପରେ ଦସ୍ତାବିଜ ଯାଞ୍ଚ, ବାୟୋମେଟ୍ରିକ୍ ଯାଞ୍ଚ ଏବଂ ଲିଖିତ ପରୀକ୍ଷା ହେବ।
ଲିଖିତ ପରୀକ୍ଷାରେ ସାଧାରଣ ଜ୍ଞାନ, ଗଣିତ, ସାଧାରଣ ଇଂରାଜୀ ଏବଂ ସମ୍ପୃକ୍ତ ଟ୍ରେଡ୍ର ବିଷୟରୁ ପ୍ରଶ୍ନ ପଚରାଯିବ।ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ୫୦ ପ୍ରତିଶତ ଏବଂ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ୪୫ ପ୍ରତିଶତ ମାର୍କ ହାସଲ କରିବାକୁ ପଡ଼ିବ।
ଲିଖିତ ପରୀକ୍ଷାରେ ସଫଳ ପ୍ରାର୍ଥୀଙ୍କୁ ଟ୍ରେଡ୍ ଟେଷ୍ଟ ପାଇଁ ଡକାଯିବ।
ଆବେଦନ ସମୟରେ କେଉଁ ଦସ୍ତାବିଜ ଆବଶ୍ୟକ?ଆବେଦନ କରିବା ସମୟରେ ପ୍ରାର୍ଥୀଙ୍କ ପାଖରେ ନିମ୍ନଲିଖିତ ଦସ୍ତାବିଜର ଫଟୋକପି ରହିବା ଆବଶ୍ୟକ।• ପରିଚୟ ପତ୍ର• ଦଶମ ଶ୍ରେଣୀ କିମ୍ବା ସମକକ୍ଷ ପ୍ରମାଣପତ୍ର• ଜାତି ପ୍ରମାଣପତ୍ର• ଅଭିଜ୍ଞତା ପ୍ରମାଣପତ୍ର• ଏନ୍ଓସି ପ୍ରମାଣପତ୍ର• ୨ଟି ପାସପୋର୍ଟ ସାଇଜର ରଙ୍ଗିନ ଫଟୋ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।