The Killer Truck: ଖୁସିରେ ଲୁହ ଢାଳିଦେଲା କିଲର ଟ୍ରକ୍‌

Oct 19, 2026 - 18:17
The Killer Truck: ଖୁସିରେ ଲୁହ ଢାଳିଦେଲା କିଲର ଟ୍ରକ୍‌

"ଜୀବନ ନେଇଗଲା ଧାନ ଟ୍ରକ୍‌।

ଭକ୍ତି ବର୍ଷାରେ ଭିଜୁ ଭିଜୁ ରକ୍ତର ହୋଲି ଖେଳିଦେଲା କିଲର ଟ୍ରକ୍‌।

ମଧ୍ୟପ୍ରଦେଶ ଗ୍ୱାଲିୟରର ପ୍ରସିଦ୍ଧ ଶୀତଳା ମାତାଙ୍କ ମନ୍ଦିର ସାମ୍ନାରେ ବିଳମ୍ବିତ ରାତିରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ କନ୍ଦାଇଦେଇଛି।

କେହି ପୁଅକୁ ହରାଇଛି ତ କେହି ପୁଣି ଭାଇକୁ ହରାଇଛି।

ଛାତି ଫଟାଇ କାନ୍ଦୁଛି ମାଆ।

ଆଖିରୁ ଶୁଖୁନି ଲୁହ।

ଯେଉଁ ପୁଅକୁ ଲାଳନପାଳନ କରି ଏତେ ବଡ଼ କରିଥିଲେ ଯାହାକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ, ସେହି ପୁଅ ଆଜି ଆଉ ନାହିଁ।

ପୁଅକୁ ହରାଇ ଭାଙ୍ଗି ପଡ଼ିଛି ମାଆର ଛାତି।

ପରିବାରର ହସଖୁସି ଭରା ଜୀବନରେ ଖେଳିଯାଇଛି ଦୁଃଖର କଳାବାଦଲ।

ମଧ୍ୟପ୍ରଦେଶର ଗ୍ୱାଲିୟରରେ ଶୀତଳା ମନ୍ଦିର ନିକଟରେ ଘଟିଥିବା ଭୟଙ୍କର ଟ୍ରକ୍ ଦୁର୍ଘଟଣା ଅନେକ ପରିବାରକୁ ଦେଇଛି ଅସହ୍ୟ ଯନ୍ତ୍ରଣା।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।