The most valuable coin: ସବୁଠୁ ମୂଲ୍ୟବାନ୍ ମୁଦ୍ରା

Oct 02, 2026 - 07:20
The most valuable coin: ସବୁଠୁ ମୂଲ୍ୟବାନ୍ ମୁଦ୍ରା

"ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବା ମୂଲ୍ୟବାନ୍‌ ମୁଦ୍ରା କଥା ପଡ଼ିଲେ ମନକୁ ପ୍ରଥମେ ଆମେରିକୀୟ ଡଲାର୍‌ର ନାମ ଆସେ।

କାରଣ ଅନ୍ତର୍ଜାତୀୟ ବାଣିଜ୍ୟିକ ଭାଷାରେ ଡଲାର୍‌ ହେଉଛି ପ୍ରମୁଖ ରିଜର୍ଭ ମୁଦ୍ରା।

ବିଶ୍ବ ବାଣିଜ୍ୟରେ ପ୍ରଭାବ ବିସ୍ତାର କଲେ ବି ପ୍ରତି ୟୁନିଟ୍‌ ବିନିମୟ ମୂଲ୍ୟ ଦୃଷ୍ଟିରୁ ଏହା ପ୍ରଥମ ସ୍ଥାନରେ ନାହିଁ।

ବ୍ରିଟିସ୍‌ ପାଉଣ୍ଡ୍‌ ଓ ୟୁରୋ ମଧ୍ୟ ଶୀର୍ଷ ସ୍ଥାନରେ ନାହାନ୍ତି।

ୟୁନିଟ୍ ମୂଲ୍ୟ ଦୃଷ୍ଟିରୁ କୁଏତର "ଦିନାର୍‌" ଏକ ନମ୍ବର୍‌ ସ୍ଥାନରେ ଅଛି।

ଏବେ ଗୋଟିଏ କୁଏତି ଦିନାର୍‌ର ମୂଲ୍ୟ ପ୍ରାୟ ୩.୨୫ ଡଲାର୍‌ ଅଛି।

ଅର୍ଥାତ୍‌, ୩.୨୫ ଡଲାର୍‌ର ମୂଲ୍ୟ ଯାହା, ମାତ୍ର ଗୋଟିଏ ଦିନାର୍‌ର ମୂଲ୍ୟ ସେୟା।

କୁଏତର ଗୋଟିଏ ଦିନାର୍‌ ସହ ଆମ ଦେଶର ୩୧୨ ଟଙ୍କା ସମାନ।

Advertisment Walkathon: ସନ୍‌ସାଇନ୍‌ ହସ୍ପିଟାଲ୍‌ର ୱାକାଥନ୍‌ ୟୁନିଟ୍‌ ମୂଲ୍ୟ ଦୃଷ୍ଟିରୁ ବାହାରିନ୍‌ର ମୁଦ୍ରା ଦ୍ୱିତୀୟ ସ୍ଥାନରେ ଅଛି।

ଗୋଟିଏ ବାହାରିନ୍‌ ଦିନାର୍‌ର ମୂଲ୍ୟ ପ୍ରାୟ ୨.୬୬ ଆମେରିକୀୟ ଡଲାର୍‌ ଏବଂ ଭାରତୀୟ ଟଙ୍କା ତୁଳନାରେ ଏହାର ମୂଲ୍ୟ ପ୍ରାୟ ୨୫୫ ଟଙ୍କା।

ତୃତୀୟ ସ୍ଥାନରେ ଅଛି ଓମାନି ରିଆଲ୍‌।

ଗୋଟିଏ ଓମାନି ରିଆଲ୍‌ର ମୂଲ୍ୟ ପ୍ରାୟ ୨.୬୦ ଡଲାର୍‌ ଥିବାବେଳେ ଗୋଟିଏ ଓମାନି ରିଆଲ୍‌ ଆମର ୨୪୯ ଟଙ୍କା ସହିତ ସମାନ।

ତାଲିକାରେ ଜୋର୍ଡାନ୍‌ ଦିନାର୍‌ ଚତୁର୍ଥ ସ୍ଥାନରେ ଥିବାବେଳେ ଗୋଟିଏ ଜୋର୍ଡାନ୍‌ ଦିନାର୍‌ର ମୂଲ୍ୟ ହେବ ୧୩୫ ଟଙ୍କା।

ଅନ୍ୟପଟେ ବ୍ରିଟିସ୍‌ ପାଉଣ୍ଡ୍‌ ଷ୍ଟର୍ଲିଂ ବିଶ୍ୱର ମୂଲ୍ୟବାନ୍‌ ମୁଦ୍ରା ତାଲିକାର ପଞ୍ଚମ ସ୍ଥାନରେ ଅଛି।

ୟୁନିଟ୍‌ ମୂଲ୍ୟ ଅନୁସାରେ ଦେଖିଲେ ଆମେରିକୀୟ ଡଲାର୍‌ର ସ୍ଥାନ ହେଉଛି ଦଶମ।

ତଥାପି ଡଲାର୍‌ ସବୁବେଳେ ସ୍ବତନ୍ତ୍ର।

କାରଣ ବିଶ୍ୱ ବାଣିଜ୍ୟ ଓ ଆର୍ଥିକ କ୍ଷେତ୍ରରେ ଡଲାର୍‌ର ଭୂମିକା ସବୁବେଳେ ଶୀର୍ଷରେ ରହିଆସିଛି।

Horoscope 2026 October 02: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।