The two oldest men born: ଏକା ଦିନରେ ଜନ୍ମିତ ଦୁଇ ସବୁଠୁ ବୟସ୍କ ପୁରୁଷ

Oct 07, 2026 - 09:47
The two oldest men born: ଏକା ଦିନରେ ଜନ୍ମିତ ଦୁଇ ସବୁଠୁ ବୟସ୍କ ପୁରୁଷ

"ଦୁଇ ଭିନ୍ନ ଦେଶ, ଦୁଇ ଜୀବନ ଏବଂ ଦୁଇ ଶତାୟୁ ବ୍ୟକ୍ତି।

ହେଲେ ଦୁହିଁଙ୍କ ଜନ୍ମଦିନ ଗୋଟିଏ ଦିନରେ।

ଆହୁରି ଆଶ୍ଚର୍ଯ୍ୟର କଥା, ବୟସରେ ତଫାତ ମାତ୍ର ଗୋଟିଏ ବର୍ଷ।

ବ୍ରାଜିଲର ଜୋଆଓ ମାରିନହୋ ନେଟୋ ଏବଂ ଅଷ୍ଟ୍ରେଲିଆର କେନ୍ ୱିକ୍ସଙ୍କ ଜୀବନରେ ଏଭଳି ଏକ ଅଦ୍ଭୁତ ସଂଯୋଗ ଦେଖିବାକୁ ମିଳିଛି।

ବ୍ରାଜିଲର ଜୋଆଓ ମାରିନହୋ ନେଟୋ ଅକ୍‌ଟୋବର ୫ରେ ନିଜର ୧୧୪ତମ ଜନ୍ମଦିନ ପାଳନ କରିଛନ୍ତି।

ସେ ବର୍ତ୍ତମାନ ବିଶ୍ୱର ସବୁଠାରୁ ବୟସ୍କ ଜୀବିତ ପୁରୁଷ ଭାବେ ଗିନିସ୍‌ ୱାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି।

ନେଟୋ ୧୯୧୨ ମସିହା ଅକ୍‌ଟୋବର ୫ରେ ବ୍ରାଜିଲର ସିଆରାରେ ଜନ୍ମ ନେଇଥିଲେ।

ସମାନ ଦିନ ଅଷ୍ଟ୍ରେଲିଆର କେନ୍ ୱିକ୍ସ ମଧ୍ୟ ନିଜର ୧୧୩ତମ ଜନ୍ମଦିନ ପାଳନ କରିଛନ୍ତି।Advertisment SHG: ପୁରୀର ୫୦ ମହିଳା ଏସଏଚଜିକୁ "ମହିଳା ଅନୁକୂଳ ନଡ଼ିଆ କତା ଛଡ଼ାଇବା ଯନ୍ତ୍ର" ସହାୟତା ଅନ୍ୟପଟେ, କେନ୍ ୱିକ୍ସ ୧୯୧୩ ମସିହା ଅକ୍‌ଟୋବର ୫ରେ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ୱେଲ୍‌ସରେ ଜନ୍ମ ନେଇଥିଲେ।

ଦୁହିଁଙ୍କ ଜନ୍ମଦିନ ସମାନ ଦିନରେ ହୋଇଥିବାରୁ ସେମାନେ ପରସ୍ପରକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଦୂର ଦୁଇ ଦେଶରେ ରହି ମଧ୍ୟ ଦୁହେଁ ପରସ୍ପର ପାଇଁ ଶୁଭେଚ୍ଛା କାର୍ଡ ପ୍ରେରଣ କରିଛନ୍ତି।

ଏହି ଦୃଶ୍ୟ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗିନିସ୍‌ ୱାର୍ଲଡ୍‌ ରେକର୍ଡସ୍‌ର ତଥ୍ୟ ଅନୁସାରେ, ନେଟୋ ବର୍ତ୍ତମାନ ବିଶ୍ୱର ସବୁଠାରୁ ବୟସ୍କ ଜୀବିତ ପୁରୁଷ ଏବଂ ୱିକ୍ସ ଦ୍ୱିତୀୟ ବୟସ୍କ ପୁରୁଷ।

୧୧୪ ବର୍ଷ ବୟସରେ ପହଞ୍ଚିବା ମଧ୍ୟ ଏକ ବିରଳ ଘଟଣା।

ଇତିହାସରେ କେବଳ ୯ ଜଣ ପୁରୁଷ ୧୧୪ ବର୍ଷ ବୟସରେ ପହଞ୍ଚିଥିବା ଜଣାଯାଏ।

Protest: ବାରିକେଡ୍ ଉପରକୁ ଚଢ଼ିଗଲେ ରାହୁଲ ଗାନ୍ଧୀ, ଅଭିଷେକ ବାନାର୍ଜୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।