The ward committee: ଅକାମୀ ହେଲାଣି ୱାର୍ଡ କମିଟି: ବିଏମ୍‌ସିରେ ଓଡ଼ିଶା ମ୍ୟୁନିସିପାଲ୍‌ ଆଇନର ଖୋଲା ଉଲ୍ଲଂଘନ

Sep 23, 2026 - 11:04
The ward committee: ଅକାମୀ ହେଲାଣି ୱାର୍ଡ କମିଟି: ବିଏମ୍‌ସିରେ ଓଡ଼ିଶା ମ୍ୟୁନିସିପାଲ୍‌ ଆଇନର ଖୋଲା ଉଲ୍ଲଂଘନ

"ଭୁବନେଶ୍ବର: ମହାନଗର ନିଗମର ବିକାଶରେ ୱାର୍ଡ କମିଟିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ବିଭିନ୍ନ ଯୋଜନାର ହିତାଧିକାର ଚିହ୍ନଟ ଓ ୱାର୍ଡର ବିକାଶମୂଳକ କାର୍ଯ୍ୟଠାରୁ ଆରମ୍ଭ କରି ବାର୍ଷିକ ଯୋଜନା ପ୍ରସ୍ତୁତି ଭଳି ଅନେକ କ୍ଷମତା ଏହି କମିଟି ଉପରେ ନ୍ୟସ୍ତ କରାଯାଇଛି।

ୱାର୍ଡର ସର୍ବାଙ୍ଗୀନ ବିକାଶ ଏହି କମିଟି ଉପରେ ନିର୍ଭରଶୀଳ।

ଓଡ଼ିଶା ମ୍ୟୁନିସିପାଲ୍‌ ଆଇନ(ସଂଶୋଧିତ)-୨୦୧୫ ୱାର୍ଡ କମିଟିକୁ ଏଭଳି କ୍ଷମତା ଦେଇଛି।

କିନ୍ତୁ ଭୁ‌ବନେଶ୍ବର ମହାନଗର ନିଗମରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି।

ଅନେକ ୱାର୍ଡରେ ୱାର୍ଡ କମିଟି ଗଠନ ହୋଇନି।

ଯେଉଁଠି ବି ଗଠନ ହୋଇଛି, ତାହା ଅଚଳ ଅବସ୍ଥାରେ।Advertisment Business Perspective: ବଣିଜ ବିଚାର: କ୍ରୀଡ଼ା ସାମଗ୍ରୀ ଉଦ୍ୟୋଗ, ରାଜ୍ୟର ସ୍ଥିତି, ସୁଯୋଗ ଓ ସମ୍ଭାବନା ୧୯୫୦ ମସିହାରେ ପ୍ରଥମ କରି ଓଡ଼ିଶା ମ୍ୟୁନିସିପାଲ୍‌ ଆଇନ ପ୍ରଣୟନ ହୋଇଥିଲା।

ପରେ ୨୦୦୩ ଓ ଶେଷ ସଂଶୋଧନ ୨୦୧୫ ମସିହାରେ କରାଯାଇଥିଲା।

୨୦୧୫ରେ ସଂଶୋଧିତ ଓଡ଼ିଶା ମ୍ୟୁନିସିପାଲ୍‌ ଆଇନରେ ୱାର୍ଡ କମିଟିକୁ ଅଧିକ କ୍ଷମତା ପ୍ରଦାନ କରିଥିଲା ଓ ଧାରା-୨୧ରେ ଏହାର କାର୍ଯ୍ୟକ୍ଷମତା ସଂପର୍କରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି।

ଧାରା-୨୧ ଅନୁଯାୟୀ, କୌଣସି ମହାନଗର ନିଗମ ଗଠନର ୬ ମାସ ଭିତରେ ପ୍ରତି ୱାର୍ଡରେ "ୱାର୍ଡ କମିଟି" ଗଠିତ ହେବ।

ଅତିବେଶିରେ କମିଟିରେ ୧୦ଜଣ ସଦସ୍ୟ ରହିବେ।

ସଂପୃକ୍ତ ୱାର୍ଡର କର୍ପୋରଟେର ଏହାର ଅଧ୍ୟକ୍ଷ ରହିବେ।

ବିଧାୟକ ମଧ୍ୟ ୱାର୍ଡ କମିଟିରେ ନିଜ ମତମନ୍ତବ୍ୟ ରଖିପାରିବେ।

କମିସନର୍‌ ୱାର୍ଡ କମିଟିର ସେକ୍ରେଟାରି ଭାବେ ସଂପୃକ୍ତ ୱାର୍ଡର ପରିମଳ ନିରୀକ୍ଷକ ଅବା ଅନ୍ୟ କୌଣସି ଅଧିକାରୀଙ୍କୁ ନିଯୁକ୍ତି ଦେଇପାରିବେ।

ଅତିକମ୍‌ରେ ୪ଜଣଙ୍କୁ ସଦସ୍ୟ ମନୋନୀତ କରାଯିବ।

ପରେ ପ୍ରତି ୪ହଜାର ଜନସଂଖ୍ୟାରେ ‌ଜଣେ ଅତିରିକ୍ତ ସଦସ୍ୟ କମିଟି‌ରେ ଯୋଡ଼ିହେବେ।

ସଦସ୍ୟ ପଦରେ ଏକ ଅର୍ଦ୍ଧାଂଶ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ।

କମିଟିର ଅଧ୍ୟକ୍ଷ, କାମ ସଂପର୍କିତ ବିଭାଗୀୟ ଅଧିକାରୀଙ୍କୁ ବି ବୈଠକକୁ ଡାକିବେ ଓ ଆଲୋଚନା କରିବେ।

ୱାର୍ଡ କମିଟି ନିୟମିତ ବୈଠକ କରିବା ସହ ୱାର୍ଡ ବିକାଶର ବାର୍ଷିକ ଯୋଜନା ପ୍ରସ୍ତୁତ କରି‌ବେ।

ଏହି ପ୍ରସ୍ତାବ କର୍ପୋରସେନ୍‌କୁ ଅନୁମୋଦନ ପାଇଁ ପଠାଇବେ।

ସେହି ଅନୁସାରେ ୱାର୍ଡ ବଜେଟ୍‌ ପ୍ରସ୍ତୁତ ହେବ ଓ କର୍ପୋରେସନ୍‌ ଉନ୍ନୟନ କାର୍ଯ୍ୟ ପାଇଁ ବଜେଟ୍‌ ଅନୁମୋଦନ କରିବ।

କଠିନ ବର୍ଜ୍ୟ ପରିଚାଳନା, ପରିମଳ କାର୍ଯ୍ୟ, ଷ୍ଟ୍ରିଟ୍‌ ଲାଇଟ୍‌ ଓ ପାର୍କର ରକ୍ଷଣାବେକ୍ଷଣ, ଟିକସ ଆଦାୟ, ରାସ୍ତାଘାଟ, ନାଳ ଆଦିର ବିକାଶ କ୍ଷେତ୍ରରେ ଆବଶ୍ୟକ ସହଯୋଗ ଓ ନିରୀକ୍ଷଣ କରିବା ଦାୟିତ୍ବ ବି କମିଟିର।

Brown sugar seizure: ୪ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ ଏ ଭିତରେ ଭୁବନେଶ୍ବର ମହାନଗର ନିଗମର ନୂଆ କର୍ପୋରେସନ୍‌ର କାର୍ଯ୍ୟକାଳ ସରିବାକୁ ଗଲାଣି, କିନ୍ତୁ ୱାର୍ଡ କମିଟି ଅଦ୍ୟାବଧି ଗଠନ ଓ କାର୍ଯ୍ୟକାରୀ ହୋଇପାରିନି।

ଯାହା କେବଳ ୱାର୍ଡର ବିକାଶକୁ ପ୍ରଭାବିତ କରିନି, ରାଜଧାନୀର ବିକାଶରେ ଅନ୍ତରାୟ ସୃଷ୍ଟି କରିଛି।

ସେପଟେ ଯେଉଁ କାମ ୱାର୍ଡ କମିଟି କରିବା କଥା, ସେ କାମ ନେତା ଓ ଅଧିକାରୀମାନେ ନିଜେ ଇଚ୍ଛା ଅନୁସାରେ କରୁଛନ୍ତି।

ଏଣୁ ବିକାଶରେ ପାତରଅନ୍ତର ନୀତି ଆପଣାଯାଇଛି।

କେଉଁ ୱାର୍ଡକୁ ସଂପୂର୍ଣ୍ଣ ଅଣଦେଖା କରି ଦିଆଯାଇଛି ତ" କେଉଁ ୱାର୍ଡକୁ ଅନୁଦାନ ଅଜାଡ଼ି ଦିଆଯାଇଛି।

ୱାର୍ଡ କମିଟି ସମ୍ପର୍କରେ ଲୋକେ ସଚେତନ ନୁହଁନ୍ତି: ମେୟରଭୁବନେଶ୍ବର ମହାନଗର ନିଗମରେ ୱାର୍ଡ କମିଟି ଗଠନ କରାଯାଇଛି।

ମଝିରେ ମଝିରେ ବୈଠକ ବି ହେଉଛି।

କିନ୍ତୁ ଲୋକେ କମିଟିର କାମ ବିଷୟରେ ସେତେଟା ସଚେତନ ନୁହଁନ୍ତି।

ଏଣୁ କମିଟି ଯେଉଁଭଳି କାର୍ଯ୍ୟ କରିବା କଥା, ସେଭଳି କରିପାରୁନି।

କିନ୍ତୁ ପ୍ରତି ୱାର୍ଡ ପାଇଁ ୱାର୍ଡ ବଜେଟ୍‌ ବ୍ୟବସ୍ଥା ରହିଛି।

ୱାର୍ଡ ବଜେଟ୍‌ ବି ବଢ଼ି ୧ କୋଟି ଟଙ୍କାରେ ପହଞ୍ଚିଲାଣି।

ଆବଶ୍ୟକତାକୁ ଦେଖି କେଉଁ ୱାର୍ଡରେ ବି ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।