20 OCTOBER 2026

Welcome!

Unlock your personalized experience.
Sign Up

The Wedding: ଦୁଇ ‘ଝୁ ଝିଆଓକୋଙ୍ଗ୍’ଙ୍କ ବାହାଘର

Oct 20, 2026 - 08:16
The Wedding: ଦୁଇ ‘ଝୁ ଝିଆଓକୋଙ୍ଗ୍’ଙ୍କ ବାହାଘର

ଚୀନ୍‌ରେ ଘଟିଥିବା ଏକ ରୋମାଞ୍ଚକର ପ୍ରେମ ବିବାହ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ଶୀର୍ଷରେ ପହଞ୍ଚିଛି। ଗତ ୬ ତାରିଖରେ ପୂର୍ବ ଚୀନ୍‌ର ଜେଜିଆଙ୍ଗ୍ ପ୍ରଦେଶରେ ଏକ ଭବ୍ୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ବିବାହର ସବୁଠାରୁ ଆଶ୍ଚର୍ଯ୍ୟଜନକ ଦିଗ ଥିଲା, ବର ଓ କନ୍ୟା ଦୁହିଁଙ୍କ ନାମ ସମାନ- ଝୁ ଝିଆଓକୋଙ୍ଗ୍! କେବଳ ସେତିକି ନୁହେଁ, ଦୁହିଁଙ୍କ ନାମର ଚାଇନିଜ୍ ଅକ୍ଷର ମଧ୍ୟ ଏକା ପରି। ଏହି ଆଶ୍ଚର୍ଯ୍ୟଜନକ ମେଳ କେବଳ ନାମରେ ସୀମିତ ନଥିଲା। ଦୁହେଁ ସିଭିଲ୍ ଏଭିଏସନ୍ କ୍ଷେତ୍ରରେ କାର୍ଯ୍ୟରତ ମଧ୍ୟ। ବାସ୍ତବରେ ୨୦୧୬ ମସିହାରେ ଏକ ନିଯୁକ୍ତି ମେଳାରେ ସଂଯୋଗବଶତଃ ସେମାନଙ୍କର ଦେଖା ହୋଇଥିଲା।

Horoscope 2026 October 19: ଜାଣନ୍ତୁ ଆଜିର ରାଶିଫଳ

ସାକ୍ଷାତ୍‌କାର ପାଇଁ ନାମ ଡକାଯିବା ବେଳେ ଦୁହେଁ ଛିଡ଼ା ହୋଇଥିଲେ। ଏହାର ତିନି ବର୍ଷ ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ଏବଂ ସେମାନେ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। ବିବାହର ରୋଚକ ଅନୁଭୂତି ସମ୍ପର୍କରେ କହିବାକୁ ଯାଇ କନ୍ୟା ଝୁ ଝିଆଓକୋଙ୍ଗ୍ ପ୍ରକାଶ କରିଛନ୍ତି ଯେ, ଯେତେବେଳେ ସମ୍ପର୍କୀୟମାନେ ବିବାହର ପୋଷ୍ଟର ଓ କାର୍ଡ ଦେଖିଲେ, ସେମାନେ ଭାବିଥିଲେ ଯେ ୱେଡିଂ ପ୍ଲାନର୍‌ଙ୍କ ଦ୍ୱାରା ଭୁଲ୍‌ରେ ଗୋଟିଏ ନାଁ ଦୁଇଥର ଲେଖି ହୋଇଯାଇଛି। ପରେ ସତ କଥା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ବିବାହକୁ ନେଇ ଲୋକେ କହୁଛନ୍ତି, ଏହା କେବଳ ସଂଯୋଗ ନୁହେଁ, ବରଂ ପୂର୍ବ ନିର୍ଦ୍ଧାରିତ ଭାଗ୍ୟ! ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ପରିହାସରେ ଏହି ନବଦମ୍ପତିଙ୍କୁ ଏକ ମଜାଦାର ପରାମର୍ଶ ଦେଇଛନ୍ତି ଯେ, ଏହି ଯୋଡ଼ି ସେମାନଙ୍କର ଭବିଷ୍ୟତ ସନ୍ତାନର ନାମ ‘କୋଙ୍ଗ୍‌କୋଙ୍ଗ୍’ ରଖିବା ଉଚିତ!

Kolkata: କୋଲକାତା ଦୁର୍ଗାପୂଜା: ଭିଡ଼ ପରିଚାଳନା ପାଇଁ ୯ ଆଇପିଏସ୍‌ ଅଧିକାରୀଙ୍କୁ ଦାୟିତ୍ବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।