Thieves: ବୈଶିଙ୍ଗା ସ୍କୁଲରେ ଚୋରଙ୍କ ଆତଙ୍କ: ବର୍ଷକରେ ୫ ଥର ଚୋରି, ପୁଲିସ ତଦନ୍ତ ଆରମ୍ଭ

Sep 07, 2026 - 12:50
Thieves: ବୈଶିଙ୍ଗା ସ୍କୁଲରେ ଚୋରଙ୍କ ଆତଙ୍କ: ବର୍ଷକରେ ୫ ଥର ଚୋରି, ପୁଲିସ ତଦନ୍ତ ଆରମ୍ଭ

"ବୈଶିଙ୍ଗା (ଦୀପକ କୁମାର ସିଂହ): ଦିନରେ ପିଲାଙ୍କ କୋଳାହଳରେ ଚଳଚଞ୍ଚଳ ସ୍କୁଲ ପରିସର।

ହେଲେ ରାତି ହେଲେ ଏହି ସ୍କୁଲ ଉପରେ ଯେମିତି ଚୋରଙ୍କ ନଜର।

ବର୍ଷକ ଭିତରେ ୫ ଥର ଚୋରି ହୋଇଥିବାରୁ ଏବେ ଭୟ ଓ ଆତଙ୍କରେ ଅଛନ୍ତି ବୈଶିଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ।ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ରହିଛି ଏହି ବିଦ୍ୟାଳୟ।

ଗତ ଶନିବାର ରାତିରେ ଦୁର୍ବୃତ୍ତମାନେ ସ୍କୁଲର କମନରୁମ ଓ ଶ୍ରେଣୀଗୃହର ତାଲା ଭାଙ୍ଗି ଭିତରକୁ ପଶିଥିଲେ।

ତେବେ କୌଣସି ସାମଗ୍ରୀ ନେଇପାରିନଥିବାରୁ ସେଠାରୁ ଚମ୍ପଟ ମାରିଥିଲେ।କିନ୍ତୁ ଏତିକିରେ ଥମିନଥିଲା ଚୋରଙ୍କ ଉଦ୍ୟମ।

ପୁଣି ଅଫିସ ଗୃହର ତାଲାରେ ଏସିଡ୍‌ ପକାଇ ତାଲା ଭାଙ୍ଗି ଥିଲେ ଓ କମନରୁମ ତାଲା ଭାଙ୍ଗିବାକୁ ଉଦ୍ୟମ କରିଥିଲେ।

ତେବେ ଏଥିରେ ବିଫଳ ହୋଇଥିଲେ ମଧ୍ୟ ଅନ୍ୟ ଏକ ଗୃହରେ ରଖାଯାଇଥିବା ସିମେଣ୍ଟ ବ୍ୟାଗ ଓ ଲୁହା ରଡ୍‌ ଚୋରି କରି ନେଇଛନ୍ତି।ସୋମବାର ସକାଳେ ପ୍ରଧାନ ଶିକ୍ଷୟିତ୍ରୀ ମିତାଲି ନାୟକଙ୍କ ସମେତ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ସ୍କୁଲରେ ପହଞ୍ଚିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ପୂର୍ବରୁ ମଧ୍ୟ ଏହି ସ୍କୁଲରୁ ଏକାଧିକ ଥର ବିଦ୍ୟାଳୟ ସାମଗ୍ରୀ, ପିଲାଙ୍କ ଖେଳକୁଦ ସାମଗ୍ରୀ ଏବଂ ଦାମୀ ଫ୍ୟାନ୍‌ ସବୁ ଚୋରି ହୋଇଥିବା ଜଣାପଡ଼ିଛି।ଚୋରି ଘଟଣାକୁ ନେଇ ପୂର୍ବରୁ ଥାନାରେ ମାମଲା ହୋଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ସୁରାକ୍‌ ମିଳିନଥିବା ଅଭିଯୋଗ ହୋଇଛି।

ଏବେ ପୁଣି ଲଗାତାର ଚୋରି ଘଟଣା ପରେ ସ୍କୁଲର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।ଘଟଣା ନେଇ ପ୍ରଧାନ ଶିକ୍ଷୟିତ୍ରୀ ମିତାଲି ନାୟକ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ପାଇବା ପରେ ନୂଆ କରି ଦାୟିତ୍ୱ ଗ୍ରହଣ କରିଥିବା ଥାନା ଅଧିକାରୀ ବାବାଶଙ୍କର ସରାଫ ଘଟଣାକୁ ଗୁରୁତର ଭାବେ ନେଇ ନିଜେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।Advertisment  କିଏ ଏହି ଚୋର ଗ୍ୟାଙ୍ଗ?

ଗୋଟିଏ ବର୍ଷରେ ୫ ଥର ଚୋରି—କିଏ ଏହି ଚୋର ଗ୍ୟାଙ୍ଗ?

କେମିତି ବାରମ୍ବାର ସ୍କୁଲକୁ କରୁଛନ୍ତି ଟାର୍ଗେଟ?

ଏବେ ଏହାର ଉତ୍ତର ଖୋଜୁଛି ବୈଶିଙ୍ଗା ପୁଲିସ।

ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଧରାଯିବ ବୋଲି ଥାନା ଅଧିକାରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

BJP president: ନୂଆଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବଢ଼ିଲା ଚର୍ଚ୍ଚା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।