This Indian Could Could Be CSK Next Head Coach: ଧୋନିଙ୍କ ଦୁଇ ସର୍ତ୍ତ, CSKର ନୂଆ କୋଚ୍ ଦୌଡ଼ରେ ଏହି ଭାରତୀୟ ଆଗରେ
ଷ୍ଟିଫେନ୍ ଫ୍ଲେମିଂଙ୍କ ବିଦାୟ ପରେ ଚେନ୍ନାଇ ସୁପର କିଙ୍ଗ୍ସର ନୂଆ ମୁଖ୍ୟ କୋଚ୍ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏକ ରିପୋର୍ଟ ଅନୁସାରେ, ପୂର୍ବତନ ଭାରତୀୟ ବ୍ୟାଟର୍ ହେମାଙ୍ଗ ବଡାନିଙ୍କୁ ଫ୍ଲେମିଂଙ୍କ ଉତ୍ତରାଧିକାରୀ ଭାବେ ଆଗୁଆ ଦାବିଦାର ମନେ କରାଯାଉଛି।
ଶେଷ ତିନିଟି ସିଜନରେ ପ୍ଲେଅଫ୍ରେ ପହଞ୍ଚିପାରିନଥିବା CSK ପାଇଁ ନୂଆ କୋଚ୍ ଚୟନ ବେଶ୍ ଗୁରୁତ୍ୱପୂର୍ଣ୍ଣ। ୨୦୨୬ IPLରେ ଦଳ ଅଷ୍ଟମ ସ୍ଥାନରେ ରହିଥିବା ବେଳେ, ୨୦୨୩ ପରେ ଟିମ୍ର ପ୍ରଦର୍ଶନରେ ଲଗାତାର ଅସ୍ଥିରତା ଦେଖାଦେଇଛି।
ରିପୋର୍ଟ ଅନୁସାରେ, ନୂଆ କୋଚ୍ଙ୍କୁ ନେଇ ଆସନ୍ତା ସପ୍ତାହରେ ନିଷ୍ପତ୍ତି ହୋଇପାରେ। ଏହି ନିଷ୍ପତ୍ତିରେ ମହେନ୍ଦ୍ର ସିଂହ ଧୋନି, ଅଧିନାୟକ ଋତୁରାଜ ଗାଏକ୍ୱାଡ୍ ଓ ଟିମ୍ ମ୍ୟାନେଜମେଣ୍ଟର ଭୂମିକା ରହିବ।
ତେବେ ଧୋନିଙ୍କ ଦୁଇଟି ପ୍ରସ୍ତାବ ଏବେ ଚର୍ଚ୍ଚାର କେନ୍ଦ୍ରରେ। ପ୍ରଥମ—କୋଚିଂ ଷ୍ଟାଫ୍ର ନେତୃତ୍ୱ ଜଣେ ଭାରତୀୟଙ୍କ ହାତରେ ରହୁ। ଦ୍ୱିତୀୟ—ନୂଆ ମୁଖ୍ୟ କୋଚ୍ କେବଳ CSK ପାଇଁ କାମ କରନ୍ତୁ, ଅନ୍ୟ ଲିଗ୍ରେ କୋଚିଂ ଦାୟିତ୍ୱ ନନିଅନ୍ତୁ।
ଏହି ଦୁଇ ସର୍ତ୍ତକୁ ଦେଖି ହେମାଙ୍ଗ ବଡାନିଙ୍କ ନାଁ ଆଗକୁ ଆସିଛି। ବଡାନିଙ୍କର IPL ସହ ଅଭିଜ୍ଞତା ରହିଥିବା ବେଳେ, ବିଦେଶୀ ଲିଗ୍ରେ ମଧ୍ୟ ସେ କୋଚ୍ ଭାବେ କାମ କରିଛନ୍ତି।
ଫ୍ଲେମିଂଙ୍କ ଭଳି ଏକାଧିକ ଫ୍ରାଞ୍ଚାଇଜି ସହ କାମ କରୁଥିବା ବ୍ୟବସ୍ଥାକୁ ବଦଳାଇ ନୂଆ କୋଚ୍ଙ୍କ ସମ୍ପୂର୍ଣ୍ଣ ଧ୍ୟାନ CSK ଉପରେ ରଖିବାକୁ ଧୋନି ଚାହୁଁଥିବା ରିପୋର୍ଟରେ କୁହାଯାଇଛି। ଏବେ ନଜର—ଫ୍ଲେମିଂଙ୍କ ସ୍ଥାନରେ ବଡାନିଙ୍କୁ ନେଇ କି CSK ଆଗକୁ ବଢ଼ିବ, ନା ଆସିବ ଆଉ କୌଣସି ବଡ଼ ଟ୍ୱିଷ୍ଟ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।