Threat Alert Prompts President Trump to Change Aircraft: ବାଘର ବି ଫାଘକୁ ଭୟ: ବିପଦ ଆଶଙ୍କାରେ ବିମାନ ବଦଳାଇଲେ ରାଷ୍ଟ୍ରପତି ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଦଳାଇଥିଲେ ବିମାନ। ସୁରକ୍ଷାର ଅଭେଦ୍ୟ ଗଡ଼ କୁହାଯାଉଥିବା ଏୟାରଫୋର୍ସ ଓ୍ୱାନ ବିମାନରେ ଗଲେନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତୁର୍କୀ ଗସ୍ତରୁ ପ୍ରତ୍ୟାବର୍ତ୍ତନ ବେଳେ ସେ ତାଙ୍କର ବିମାନ ବଦଳାଇଥିଲେ। ଟ୍ରମ୍ପଙ୍କ ସୁରକ୍ଷା ନେଇ ଆସିଛି ଏହି ବଡ଼ ଖୁଲାସା। ଇରାନର ସମ୍ଭାବ୍ୟ ମିସାଇଲ ଆକ୍ରମଣ ଆଶଙ୍କାରେ ଟ୍ରମ୍ପଙ୍କୁ ଏୟାରଫୋର୍ସ ୱାନରେ ନଯାଇ ଅନ୍ୟ ଏକ ସାମରିକ ବିମାନକୁ ସ୍ଥାନାନ୍ତର କରାଯାଇଥିଲା।
ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ତଥ୍ୟ ପ୍ରକାଶ ପାଇଛି। ଇରାନ ଟ୍ରମ୍ପଙ୍କ ଅଫିସିଆଲ ବିମାନ ଏୟାର ଫୋର୍ସ ୱାନକୁ ଟାର୍ଗେଟ କରିଥିବାରୁ ଏୟାରଫୋର୍ସ ଓ୍ୱାନରେ ଆସିନଥିଲେ ଟ୍ରମ୍ପ। ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ସିକ୍ରେଟ୍ ସର୍ଭିସ୍ ଅଧିକାରୀମାନେ ଟ୍ରମ୍ପଙ୍କ ଗସ୍ତ ପାଇଁ ଗୁପ୍ତ ଯୋଜନା ପ୍ରସ୍ତୁତ କରିଥିଲେ। ଟ୍ରମ୍ପଙ୍କୁ ସାଧାରଣ ଭାବରେ ଏୟାରଫୋର୍ସ ୱାନରେ ଚଢ଼ାଯାଇ ନଥିଲା। ସୁରକ୍ଷା ଅଧିକାରୀମାନେ ବିମାନବନ୍ଦରରେ ବ୍ୟବହୃତ ଖାଦ୍ୟ ବୋଝେଇ ଟ୍ରକ ଯୋଗେ ଟ୍ରମ୍ପଙ୍କୁ ସେନା ବିମାନ C-32Aକୁ ସ୍ଥାନାନ୍ତର କରିଥିଲେ।
କୌଣସି ସମ୍ଭାବ୍ୟ ଆକ୍ରମଣକାରୀ ଟ୍ରମ୍ପଙ୍କ ସଠିକ୍ ସ୍ଥାନ ଜାଣି ନପାରିବା ପାଇଁ ଏହି ପରିବର୍ତ୍ତନକୁ ପୂରା ଗୁପ୍ତ ରଖାଯାଇଥିଲା। ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏୟାର ଫୋର୍ସ ୱାନରେ ରହିଥିଲେ। ବାହାର ଲୋକଙ୍କୁ କୁହାଯାଇଥିଲା ଯେ ଟ୍ରମ୍ପ ଏବେ ବି ଏୟାରଫୋର୍ସ ୱାନରେ ଅଛନ୍ତି। ତେବେ ଇରାନ ପ୍ରକୃତରେ ଟ୍ରମ୍ପ କିମ୍ବା ଏୟାରଫୋର୍ସ ୱାନ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମିଳିଥିବା ଗୁଇନ୍ଦା ସୂଚନା ଗମ୍ଭୀରତାର ସହ ବିଚାର କରି ରାଷ୍ଟ୍ରପତିଙ୍କ ଯାତ୍ରା ବ୍ୟବସ୍ଥା ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇଥିଲା।
ବିମାନ ବଦଳାଇଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଏୟାରଫୋର୍ସ ଓ୍ୱାନରେ ଆସିନଥିଲେ ରାଷ୍ଟ୍ରପତି ଟ୍ରମ୍ପ
ତୁର୍କୀ ଗସ୍ତରୁ ପ୍ରତ୍ୟାବର୍ତ୍ତନ ବେଳେ ବିମାନ ବଦଳାଇଥିଲେ
ସମ୍ଭାବ୍ୟ ଇରାନ ମିସାଇଲ୍ ହମଲା ଆଶଂକାରେ ବଦଳିଥିଲା ବିମାନ
ସାମରିକ ବିମାନରେ ଆସିଥିଲେ ରାଷ୍ଟ୍ରପତି ଟ୍ରମ୍ପ
ବିମାନ ବନ୍ଦରରେ ଏୟାରଫୋର୍ସ ୱାନରେ ଚଢ଼ିଥିଲେ ଟ୍ରମ୍ପ
ପରେ ଏକ କ୍ୟାଟରିଂ ଭ୍ୟାନରେ ଗୁପ୍ତଭାବେ ସାମରିକ ବିମାନକୁ ଯାଇଥିଲେ
ଆମେରିକା ସିକ୍ରେଟ୍ ସର୍ଭିସ୍ ସୂଚନା ଆଧାରରେ ଟ୍ରମ୍ପଙ୍କୁ କରାଯାଇଥିଲା ସ୍ଥାନାନ୍ତର
ଆନ୍ତର୍ଜାତିକ ଗଣମାଧ୍ୟମ ସୂଚନା ଆଧାରରେ ତଥ୍ୟ ପ୍ରକାଶ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।