Divine Gemstone Chita to Adorn Lord Jagannath: ଚିତାଲାଗି ଅମାବାସ୍ୟା: ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ଦିବ୍ୟ ରତ୍ନଚିତା

Aug 12, 2026 - 12:27
Divine Gemstone Chita to Adorn Lord Jagannath: ଚିତାଲାଗି ଅମାବାସ୍ୟା: ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ଦିବ୍ୟ ରତ୍ନଚିତା

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବେ ବ୍ରହ୍ମଜ୍ୟୋତି ହୀରା ଚିତା।  ପତିମହାପାତ୍ର ସେବାୟତ ସଂସ୍କାର କରିବା ପରେ ତିନି ବାଡର ବାଡ଼ଗ୍ରାହୀ ଓ ଅନ୍ୟାନ୍ୟ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ଏହି ଦିବ୍ୟ ଅଳଙ୍କାର ଲାଗି କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶୁଭ୍ର ହୀରା ଖଚିତ ରତ୍ନଚିତା, ଶ୍ରୀବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କୁ ପାନା ହୀରା ଖଚିତ ରତ୍ନ ଚିତା ଲାଗି କରାଯିବ। ଚିତାଲାଗି ପରେ ମହାପ୍ରଭୁଙ୍କର ମହାସ୍ନାନ ନୀତି କରାଯିବ।

ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡିତ ହୋଇ ଅଣସର ଘରେ ଥିଲେ। ସେହି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଏହି ଚିତା ଗୁଡିକୁ କାଢ଼ି ଦିଆଯାଇଥିଲା। ରଥଯାତ୍ରା ଦିନ ମହାପ୍ରଭୁଙ୍କୁ ସୋଲ ଚିତା ଲାଗି କରାଯାଇଥିଲା। ଆଜି ସେହି ସୋଲ ଚିତାକୁ କଢ଼ାଯାଇ ଅସଲ ଚିତା ଲାଗି କରାଯିବ। ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସରିବା ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ।

ଶ୍ରୀଦେବୀ ଓ ଭୂଦେବୀ ରତ୍ନ ସିଂହାସନରୁ ଆସି ଖଟ ଶେଯରେ ବିଜେ କରିବେ। ତେବେ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ଦିନ ୨ ଟାରୁ ସନ୍ଧ୍ୟା ୭ ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇ ଏହି ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୋଲ ଚିତା ହଟିବ, ଶ୍ରୀଅଙ୍ଗରେ ଝଲସିବ ରତ୍ନଚିତା
ଆଜି ମହାପ୍ରଭୁଙ୍କ ଦିବ୍ୟ ଶୃଙ୍ଗାର, ଲାଗି ହେବ ହୀରା ଚିତା
ଚିତାଲାଗି ଅମାବାସ୍ୟାରେ ରତ୍ନ ସିଂହାସନରେ ଝଲସିବ ରତ୍ନଚିତା
ଜଗନ୍ନାଥଙ୍କୁ ହୀରା, ବଳଭଦ୍ରଙ୍କୁ ନୀଳା, ସୁଭଦ୍ରାଙ୍କୁ ପାନା ଚିତା
ଦିନ ୨ଟାରୁ ସନ୍ଧ୍ୟା ୭ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।