Three Children Drown: ଅଭାବନୀୟ ଘଟଣା; ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ଆମିର ଖାଁ ଓ ସଲମାନ ଖାଁ
ପୋଖରୀରେ ବୁଡି ୩ଜଣ ଶିଶୁ ମୃତ।
ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଭଦରେଶ୍ବର ଥାନା ଗୋପାଳପୁର ଗାଁରେ।
ସୂଚନା ଅନୁସାରେ ଘର ପାଖ ପୋଖରୀ କଇଁ ଫୁଲ ତୋଳିବାକୁ ଯାଇ ସେମାନଙ୍କ ଗୋଡ ଖସିଯିବାରୁ ପୋଖରୀରେ ବୁଡି ସେମାନଙ୍କ ମୃତ୍ୟୁ ହୋଇଥିବା ଗାଁ ଲୋକେ ସନ୍ଦେହ କରୁଛନ୍ତି।
Advertisment ନାବାଳକମାନଙ୍କ ଭିତରୁ ଦୁଇ ଭାଇ ଆମିର ଖାଁ ଓ ସଲମାନ ଖାଁ ମୃତ୍ୟୁ ହୋଇଥିବା ବେଳେ, ସେମାନଙ୍କ ପଡୋଶୀ ସାଙ୍ଗ ଅରହମ ଖାଁନର ମଧ୍ୟ ମୃତ୍ୟୁ ହୋଇଛି।
ପୋଖରୀ ପାଖରେ ଖେଳୁଥିବା ବେଳେ ସେମାନେ ହଠାତ୍ ନିଖୋଜ ହୋଇଯିବା ପରେ ଗାଁ ଲୋକେ ଖୋଜାଖୋଜି କରି ପୋଖରୀରୁ ଉଦ୍ଧାର କରିଛନ୍ତି ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି।
ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୩ ଶିଶୁ ଭଦ୍ରେଶ୍ୱର ଥାନା ଗୋପାଳପୁର ଗାଁରେ ଅଭାବନୀୟ ଘଟଣା ପୋଖରୀରୁ କଇଁଫୁଲ ଆଣିବାକୁ ଯାଇ ବୁଡିଗଲେ ୩ ଶିଶୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।