Three Die After Falling Into Well: ତାସ୍ ଖେଳ ହେଲା କାଳ! ପୋଲିସ ଚଢ଼ାଉ ଭୟରେ କୂଅକୁ ଡେଇଁ ୩ ମୃତ, ଘଟଣାକୁ ନେଇ ବଢ଼ିଲା ରହସ୍ୟ

Aug 20, 2026 - 14:42
Three Die After Falling Into Well: ତାସ୍ ଖେଳ ହେଲା କାଳ! ପୋଲିସ ଚଢ଼ାଉ ଭୟରେ କୂଅକୁ ଡେଇଁ ୩ ମୃତ, ଘଟଣାକୁ ନେଇ ବଢ଼ିଲା ରହସ୍ୟ

ତାସ୍ ଖେଳ ନେଇଗଲା ଜୀବନ। ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ୩ ଜଣଙ୍କ ମୃତ୍ୟୁ। ପୋଲିସ ଭୟରେ କୂଅକୁ ଡେଇଁପଡ଼ିଲେ ୩ ଜଣ। ସୋମବାର ବିଳମ୍ବିତ ରାତିରେ ଏକ କୃଷି ଫାର୍ମରେ ପ୍ରାୟ ୧୧ ଜଣ ବ୍ୟକ୍ତି ଏକାଠି ହୋଇ ତାସ୍ ଖେଳୁଥିଲେ। ଏହି ସମୟରେ ଏକ ଗାଡ଼ି ସେଠାରେ ଆସି ପହଞ୍ଚିବା ସହ ତିନି ଜଣ ବ୍ୟକ୍ତି ଘଟଣାସ୍ଥଳକୁ ଦୌଡ଼ି ପଳାଇଥିଲେ। ଦୌଡ଼ିବା ସମୟରେ କୂଅରେ ପଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ଚଢ଼ାଉ ବୋଲି ଭାବି ତାସ୍ ଖେଳୁଥିବା ଲୋକମାନଙ୍କ ମଧ୍ୟରେ ହଠାତ୍ ଆତଙ୍କ ସୃଷ୍ଟି ହୋଇଥିଲା ବୋଲି ପୋଲିସ କହିଛି।

ଗୁଜରାଟର ଭାବନଗର ଜିଲ୍ଲାରେ ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ପୋଲିସ ଚଢ଼ାଉ ହେଉଥିବା ଭାବି ଭୟରେ ଦୌଡ଼ିବା ବେଳେ ଚାରି ଜଣ ବ୍ୟକ୍ତି ଏକ ଖୋଲା କୂଅରେ ପଡ଼ିଯାଇଥିଲେ। ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତି ବଞ୍ଚିଯାଇଥିବା ଜଣାପଡ଼ିଛି। ୩୫ ବର୍ଷୀୟ ରାହୁଲ ପୋପଟଭାଇ ଚୌହା, ୩୭ ବର୍ଷୀୟ ନିଲେଶ ଦାଭି ଏବଂ ୪୫ ବର୍ଷୀୟ ଅଜିତସିଂଙ୍କ ମଧ୍ୟ ମୃତ୍ୟୁ ହୋଇଛି। ତେବେ ଘଟଣାକୁ ନେଇ ମୃତକଙ୍କ ପରିବାର ପୋଲିସ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ପରିବାର ସଦସ୍ୟମାନେ ହସ୍ପିଟାଲରେ ଏକାଠି ହୋଇ ପୋଲିସ ଚଢ଼ାଉ ସମୟରେ ଏହି ମୃତ୍ୟୁ ଘଟିଥିବା ଦାବି କରିଛନ୍ତି। ଏପରିକି ମୃତଦେହ ନେବାକୁ ମନା କରି ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅନ୍ୟପକ୍ଷରେ, ଭାର୍ତେଜ ପୋଲିସ ଅଭିଯୋଗକୁ ଖଣ୍ଡନ କରିଛି। ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ସେହି ସମୟରେ ଅଞ୍ଚଳରେ କୌଣସି ପୋଲିସ ଅପରେସନ ହୋଇନଥିଲା। ଏକ ଗାଡ଼ି ଆସିବା କିମ୍ବା କେହି ମଜା କରି ଭୁଲ ସୂଚନା ଦେବା ଯୋଗୁଁ ଗୋଷ୍ଠୀ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ସମ୍ପୂର୍ଣ୍ଣ ଘଟଣାକ୍ରମର ତଦନ୍ତ ଆରମ୍ଭ ହୋଇଛି। ଆତଙ୍କର ପ୍ରକୃତ କାରଣ କ’ଣ ଥିଲା? ଘଟଣାସ୍ଥଳକୁ ଆସିଥିବା ତିନି ଜଣ କିଏ? ସେନେଇ ପୋଲିସ ଖୋଳତାଡ଼ କରୁଛି। ତଦନ୍ତ ପରେ ହିଁ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ।ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।