Three People Die In a Highway-Car Collision: ଦୁର୍ଗାପୂଜା ଦେଖି ଫେରୁଥିଲେ, ହାଇୱା ଧକ୍କାରେ ଚାଲିଗଲା ପରିବାରର ୩ ଜୀବନ

Oct 22, 2026 - 11:38
Three People Die In a Highway-Car Collision: ଦୁର୍ଗାପୂଜା ଦେଖି ଫେରୁଥିଲେ, ହାଇୱା ଧକ୍କାରେ ଚାଲିଗଲା ପରିବାରର ୩ ଜୀବନ

ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଥାନା କେନ୍ଦୁଡିହି ଛକରେ ହୋଇଥିବା  ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ। ସ୍ତ୍ରୀ ପରେ ଚାଲିଗଲା ସ୍ବାମୀ। ଗତକାଲି ରାଉରକେଲାରୁ ଦୁର୍ଗାପୂଜା ଦେଖି ଫେରୁଥିବା ବେଳେ କେନ୍ଦୁଡିହି ଛକରେ କାରକୁ ଧକ୍କା ଦେଇଥିଲା ହାଇୱା। ଘଟଣାସ୍ଥଳରେ ଲହୁଣୀପଡା ପୋଲିସ ପହଞ୍ଚି ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲେ। ମେଡିକାଲରେ ସ୍ତ୍ରୀ ଓ ପୁତୁରାର ମୃତ୍ୟୁ ହୋଇଥିଲା। ଅନ୍ୟମାନଙ୍କୁ ରାଉରକେଲା ନେବା ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଏବେବି ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।