Three Weather Systems: ସମୁଦ୍ରରେ ଉଠୁଛି ବିଶାଳ ଲହରୀ ! ୩ ସିଷ୍ଟମ୍କୁ ନେଇ ବଢ଼ିଲା ଚିନ୍ତା
ସମୁଦ୍ରରୁ ମାଡି ଆସୁଛି ମହାବିପଦ !
ଏକାଥରକେ ଆସୁଛି ୩ଟି ସିଷ୍ଟମ !
ଛାନିଆ ସାରା ବିଶ୍ବ, ଆଶ୍ଚର୍ଯ୍ୟ ପାଣିପାଗ ବିଜ୍ଞାନୀ ।
ସମୁଦ୍ରରେ ଉଠୁଛି ବିଶାଳ ଲହରୀ ।
ଘୂର୍ଣ୍ଣିବଳୟର ଭୟରେ ମଣିଷ ।
ଗୋଟିଏ ପଟେ ତାଇୱାନରେ 'ଚାମ୍ପି' ଘୂର୍ଣ୍ଣିବଳୟ ଭୟଙ୍କର ପ୍ରଭାବ ଦେଖାଇଛି ।
ଅନ୍ୟପଟେ ସମୁଦ୍ର ଭିତରୁ ତିନି ତିନିଟା ବାତ୍ୟା ସ୍ଥଳଭାଗକୁ ମାଡ଼ି ଆସୁଛି ।
କେତେବେଳେ କ'ଣ ହେବ ତା' କାହାକୁ ଜଣାନାହିଁ ।
କେଉଁଠି ସୁପର ଟାଇଫୁନ୍ର ତାଣ୍ଡବ, ତ ପୁଣି କେଉଁଠି ସମ୍ଭାବ୍ୟ ବାତ୍ୟାର ଆଶଙ୍କା ।
Advertisment ପ୍ରଥମେ ତାଇୱାନରେ 'ଚାଂପି' ଘୂର୍ଣ୍ଣିବଳୟର ପ୍ରଭାବ ଭୟଙ୍କର ହୋଇଛି ।
ଦ୍ୱୀପର ପୂର୍ବ ଉପକୂଳରେ ପ୍ରାୟ ୨୬ ଫୁଟ ଉଚ୍ଚତାର ବିଶାଳ ସାମୁଦ୍ରିକ ଲହରୀ ଦେଖିବାକୁ ମିଳିଛି ।
ପ୍ରାଥମିକ ରିପୋର୍ଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଓ ୯୪ ଜଣ ଆହତ ହୋଇଥିବା କୁହାଯାଇଛି ।
୭୭ ହଜାରରୁ ଅଧିକ ପରିବାର ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇଥିବା ବେଳେ ପ୍ରାୟ ହଜାରେ ବିମାନ ଉଡ଼ାଣ ବାତିଲ ହୋଇଛି ।
ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ମଧ୍ୟ ସ୍ଥାନାନ୍ତର କରାଯାଇଛି ।
ଅନ୍ୟପଟେ, ବଙ୍ଗୋପସାଗରରେ ମଧ୍ୟ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ ହେଉଥିବା ନେଇ ପାଣିପାଗ ବିଭାଗ କହିଛି ।
ଏହା ଅବପାତ, ଗଭୀର ଅବପାତ ପରେ ଘୂର୍ଣ୍ଣିବାତ୍ୟାର ରୂପ ନେଇପାରେ ।
ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିପାରେ ।
ଅକ୍ଟୋବର ୨୬ରୁ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ବଢ଼ିବା ଆଶଙ୍କା ରହିଛି ।
ସେହିପରି ଦକ୍ଷିଣ-ପୂର୍ବ ଆରବ ସାଗର ଓ ଲକ୍ଷଦ୍ୱୀପ ଅଞ୍ଚଳରେ ମଧ୍ୟ ଏକ ଲଘୁଚାପ ପ୍ରଣାଳୀ ସକ୍ରିୟ ଥିବା ରିପୋର୍ଟରେ କୁହାଯାଇଛି ।
Advertisment ଏହାର ପ୍ରଭାବରେ ତାମିଲନାଡୁ, କେରଳ ଓ ଦକ୍ଷିଣ ଭାରତର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିବା ଉଲ୍ଲେଖ ରହିଛି ।ଏକାସାଙ୍ଗରେ ଏପରି ତିନୋଟି ପାଣିପାଗ ପ୍ରଣାଳୀ ସକ୍ରିୟ ରହିବା ଏସିଆର ବିଭିନ୍ନ ଅଞ୍ଚଳର ପାଣିପାଗ ଉପରେ ପ୍ରଭାବ ପକାଇପାରେ ।
ତେଣୁ ପାଣିପାଗ ବିଭାଗର ଆକଳନ ଓ ସତର୍କ ସୂଚନା ଉପରେ ନଜର ରଖିବା ଜରୁରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।