Three Young Lives Lost: ମଦ ନିଶାରେ ମୃତ୍ୟୁର ତାଣ୍ଡବ, କୋଚିରେ କାର୍ ଧକ୍କାରେ ଚାଲିଗଲା ୩ ଜୀବନ
ମଦ ନିଶାରେ ଗାଡ଼ି ଚଢାଇ ମାରିଦେଲା। ରାଜରାସ୍ତାରେ ରକ୍ତର ହୋଲି ଖେଳିଲା। ଛାତିଥରା ଦୁର୍ଘଟଣା ଘଟାଇ ବି ନଥିଲା ଅନୁତାପ, ନଥିଲା ପଶ୍ଚାତାପ ! ଓଲଟା ତୋଡ଼ ଦେଖାଇ କହିଲା, ‘ବାପା ଅଛନ୍ତି, ସବୁ ମ୍ୟାନେଜ୍ କରିଦେବେ ! କେରଳ କୋଚିରେ ଭୟଙ୍କର ଦୁର୍ଘଟଣା ଘଟାଇ ଦାଦାଗିରି ଦେଖାଇଛି ଅଭିଯୁକ୍ତ ଗାଡ଼ିଚାଳକ। ଏକ କାର୍ ଧକ୍କାରେ ୩ ଜଣ ସ୍କୁଟର ଆରୋହୀଙ୍କ ମୃତ୍ୟୁ ଘଟଣାରେ ୧୯ ବର୍ଷୀୟ କଲେଜ ଛାତ୍ର ସୁହୈଲ୍ ସଜୀବଙ୍କୁ ଗିରଫ କରାଯାଇଛି। ମୃତକ ୩ ଜଣ ହେଲେ ୨୧ ବର୍ଷୀୟା ଦେବିକା ଓ ଇଜାଜ୍ ଏବଂ ୨୨ ବର୍ଷୀୟ ଗୋପିକା । ସେମାନେ ପାର୍ଟ-ଟାଇମ୍ ସେଲ୍ସମ୍ୟାନ୍ ଭାବେ କାମ କରୁଥିଲେ ।
ବିଳମ୍ବିତ ରାତିରେ ଚା’ ପିଇବାକୁ ବାହାରିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସିସିଟିଭି ଫୁଟେଜ୍ ଅନୁସାରେ, ଅଭିଯୁକ୍ତ ଛାତ୍ର ଚଳାଉଥିବା କାରଟି ଘଣ୍ଟା ପ୍ରତି ପ୍ରାୟ ୧୨୦ କିଲୋମିଟରରୁ ଅଧିକ ବେଗରେ ଆସି ସ୍କୁଟରକୁ ପଛପଟୁ ଧକ୍କା ଦେଇଥିଲା । ପରେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଏହି ଦାମୀ କାରଟି ସୁହୈଲଙ୍କୁ ତାଙ୍କ ମା’ ଜନ୍ମଦିନର ଉପହାର ଭାବେ ଦେଇଥିଲେ। ଦୁର୍ଘଟଣା ପରେ ଅଭିଯୁକ୍ତ ଉଦ୍ଧତ ହୋଇ ପୋଲିସ ସହ ଯୁକ୍ତିତର୍କ କରିଥିଲା। ଅହଙ୍କାରର ତୋଡ଼ ଦେଖାଇଥିଲା । ତଦନ୍ତରୁ ଜଣାପଡିଛି ଯେ, ସୁହୈଲ ମଦ୍ୟପାନ କରି କାର୍ ଚଳାଉଥିଲେ । ଦୁର୍ଘଟଣା ଘଟାଇବା ପୂର୍ବରୁ ସେ ବାର୍ ଯାଇଥିଲେ । ଅଭିଯୁକ୍ତ ବିରୋଧରେ BNSର ଧାରା ୧୦୫ ଅଧୀନରେ ମାମଲା ରୁଜୁ କରାଯାଇଛି।
ଧନୀ ବାପାର ଉଦ୍ଧତ ପୁଅ
ଦାମୀ ଗାଡ଼ିରେ ୩ ଜୀବନ ନେଲା
କହିଲା ବାପା ସବୁ ମ୍ୟାନେଜ୍ କରିଦେବେ
କେରଳ କୋଚିରେ ଭୟଙ୍କର ଦୁର୍ଘଟଣା
ଅହଙ୍କାରର ତୋଡ଼ ଦେଖାଇଲା ଅଭିଯୁକ୍ତ ଗାଡ଼ିଚାଳକ
୧୯ ବର୍ଷୀୟ ସୁହୈଲ୍ ସଜୀବଙ୍କୁ ଗିରଫ କଲା ପୋଲିସ
ଅନୁତାପ ନକରି ତୋଡ଼ ଦେଖାଇଲା ଅଭିଯୁକ୍ତ
ମୃତକ ହେଲେ ଦେବିକା ଓ ଇଜାଜ୍ ଏବଂ ଗୋପିକା
ଘଣ୍ଟା ପ୍ରତି ପ୍ରାୟ ୧୨୦ କିମି ବେଗରେ କାର୍ ଚଳାଉଥିଲା ଅଭିଯୁକ୍ତ
ତିନିଜଣଙ୍କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା
ମଦ୍ୟପାନ କରି ଗାଡ଼ି ଚଳାଉଥିଲା ସୁହୈଲ୍ ସଜୀବ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।