Ticket Price: ଅସାଧାରଣ ପରିସ୍ଥିତି ବିମାନ ଟିକେଟ୍ ଦର ନିୟନ୍ତ୍ରଣ କରିବେ ସରକାର, ଜାନୁଆରିରୁ ନୂଆ ନିୟମ
ନୂଆଦିଲ୍ଲୀ: ବିମାନ ଯାତ୍ରା ଟିକେଟ୍ର ଅତ୍ୟଧିକ ଦର ବୃଦ୍ଧି ଉପରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଆଣିଛନ୍ତି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ 'ଭାରତୀୟ ବିମାନ ନିୟମ, ୨୦୨୬' ଅଧୀନରେ ଏହି ବ୍ୟବସ୍ଥା କରାଯାଇଛି।
ନିୟମ ଅନୁଯାୟୀ, କୌଣସି ଅସାଧାରଣ ପରିସ୍ଥିତି ସୃଷ୍ଟି ହେଲେ ଓ ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ ମନେହେଲେ ସରକାର ବିମାନ କମ୍ପାନିଗୁଡ଼ିକୁ ଟିକେଟ୍ ଦର ସମ୍ପର୍କରେ ନିର୍ଦ୍ଦେଶ ଦେଇପାରିବେ।
ତେବେ ସେହି ନିର୍ଦ୍ଦେଶ ନିର୍ଦ୍ଦିଷ୍ଟ ସମୟ ପାଇଁ ଲାଗୁ ରହିବ।
ନୂଆ ନିୟମ ୨୦୨୭ ଜାନୁଆରି ୧ରୁ ଲାଗୁ ହେବ।
Advertisment ପରିଚାଳନା ଖର୍ଚ୍ଚ ଆଧାରରେ ଟିକେଟ୍ ଦର ନିର୍ଦ୍ଧାରଣ ତେବେ ଏହି ନିୟମ ଦ୍ୱାରା ବିମାନ ଟିକେଟ୍ ଦର ଉପରେ ସ୍ଥାୟୀ ସର୍ବୋଚ୍ଚ ସୀମା ଧାର୍ଯ୍ୟ କରାଯାଇନାହିଁ।
ସାଧାରଣ ପରିସ୍ଥିତିରେ ବିମାନ କମ୍ପାନିଗୁଡ଼ିକ ବଜାର ସ୍ଥିତି, ଚାହିଦା ଓ ପରିଚାଳନା ଖର୍ଚ୍ଚ ଆଧାରରେ ଟିକେଟ୍ ଦର ନିର୍ଦ୍ଧାରଣ କରିପାରିବେ।
କିନ୍ତୁ ଅସାଧାରଣ ପରିସ୍ଥିତିରେ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କୁ ହସ୍ତକ୍ଷେପ କରିବାର କ୍ଷମତା ମିଳିବ।
Dhirendra Shastri apologises: ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ବିବାଦୀୟ ମନ୍ତବ୍ୟ: ହାତ ଯୋଡ଼ି କ୍ଷମା ମାଗିଲେ ଧୀରେନ୍ଦ୍ର ଶାସ୍ତ୍ରୀ ନୂଆ ନିୟମ ଅନୁଯାୟୀ, ବିମାନ କମ୍ପାନିଗୁଡ଼ିକୁ ଟିକେଟ୍ର ମୂଳ ଦର, ଟିକସ, ଅନ୍ୟାନ୍ୟ ଶୁଳ୍କ, ଟିକେଟ୍ ବାତିଲ୍ ପାଇଁ ଦେୟ ଏବଂ ଟଙ୍କା ଫେରସ୍ତ ସର୍ତ୍ତ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେବାକୁ ପଡ଼ିବ।
ଟିକେଟ୍ ବୁକିଂ ସମୟରେ ଏବଂ ଟିକେଟ୍ରେ ଯାତ୍ରୀଙ୍କୁ ମୋଟ କେତେ ଟଙ୍କା ଦେବାକୁ ପଡ଼ିବ, ତାହା ଦର୍ଶାଇବାକୁ ହେବ।ଅନ୍ୟପକ୍ଷରେ, ବିମାନ କମ୍ପାନିଗୁଡ଼ିକର ଟିକେଟ୍ ଦର ଉପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ନଜର ରଖିବ।
କମ୍ପାନିଗୁଡ଼ିକୁ ନିଜ ୱେବସାଇଟ୍ ଓ ଅନ୍ୟ ଡିଜିଟାଲ୍ ମାଧ୍ୟମରେ ମଧ୍ୟ ଟିକେଟ୍ ଦର ପ୍ରକାଶ କରିବାକୁ ପଡ଼ିବ।
ତେବେ ଏହା ଲାଗୁ ହେବା ଦ୍ୱାରା ଟିକେଟ୍ ଦର ନିଶ୍ଚିତ ଭାବେ କମିବ ବୋଲି କୁହାଯାଇପାରିବ ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।