Tiger in Jajpur: ଯାଜପୁରରେ ମହାବଳ ବାଘ ଆତଙ୍କ; ଫଟୋ ଭାଇରାଲ, ଗ୍ରାମବାସୀ ଭୟଭୀତ

Aug 08, 2026 - 16:54
Tiger in Jajpur: ଯାଜପୁରରେ ମହାବଳ ବାଘ ଆତଙ୍କ; ଫଟୋ ଭାଇରାଲ, ଗ୍ରାମବାସୀ ଭୟଭୀତ

"ଯାଜପୁର (ମନୋଜ ରାଉଳ): ଯାଜପୁରରେ ବାଘ ଆତଙ୍କ।

ଯାହା କେବେ ଶୁଣାଯାଇ ନଥିଲା, ଦେଖାଯାଇ ନଥିଲା, ତାହା ହୋଇଛି।

ସୋସିଆଲ ମିଡିଆରେ ମହାବଳ ବାଘର ଫଟୋ ଦେଖି ଲୋକେ ଯେତିକି ଆଶ୍ଚର୍ଯ୍ୟ ହେଉଛନ୍ତି, ସେତିକି ଭୟ ମଧ୍ୟ କରୁଛନ୍ତି।

ଜିଲ୍ଲାର ବଡ଼ଚଣା ବ୍ଲକ ସାଉଡ଼ିଆ ପଞ୍ଚାୟତର ତାଳୁଆ ଗ୍ରାମର ଆଖୁବିଲରେ ଆଜି ଏକ ମହାବଳ ବାଘ ବୁଲୁଥିବାର ଦେଖିବାକୁ ମିଳିଛି।

ସ୍ଥାନୀୟ ଗ୍ରାମର ଜଣେ ଯୁବକ ଏହି ବାଘକୁ ନିଜର ମୋବାଇଲ କ୍ୟାମେରାରେ କଏଦ କରିଥିବା ଦାବି କରିଛନ୍ତି।

Advertisment ସୂଚନା ଅନୁସାରେ ତାଳୁଆ ଗ୍ରାମର ସୁରେଶ ଧିନ୍ଦାଙ୍କ ପୁଅ ଶ୍ରୀକାନ୍ଦ ଧିନ୍ଦା ଆଜି ଅପରାହ୍‌ଣରେ ଘର ଭିତରେ ମୋବାଇଲ ଧରି ବସିଥିଲେ।

ତାଙ୍କ ଘର ନିକଟରେ ଏକ ଆଖୁବିଲ ରହିଛି।

ସେ ଝରକାକୁ ପଟରୁ ଦେଖିଲେ ଯେ, ଏକ ମହାବଳ ବାଘ ଯାଉଛି।

ସେ ହଠାତ୍‌ ମୋବାଇଲ କ୍ୟାମେରାରେ ବାଘର ଫଟୋ ଉଠାଇଥିଲେ।

ଏହି ସମୟରେ ବାଘ ଆଖୁବିଲ ଭିତରକୁ ପଶିଯାଇଥିଲା।

ଶ୍ରୀକାନ୍ତ ଏନେଇ ପରିବାର ଏବଂ ଗାଁର ସାଙ୍ଗମାନଙ୍କୁ କହିଥିଲେ।

ଗାଁ ଲୋକେ ବନ ବିଭାଗକୁ ସୂଚନା ଦେଇଛନ୍ତି।

ଯାଜପୁରରୋଡ୍‌ ଏସ୍‌ଡିପିଓ ଶରତ ଚନ୍ଦ୍ର ପାତ୍ରଙ୍କ ପାଖକୁ ବାଘର ଫଟୋ ଆସିଲା ପରେ ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ସେ ବାଲିଚନ୍ଦ୍ରପୁର ଆଇଆଇସି ଦୀଲିପ ମହାନ୍ତିଙ୍କ ସହିତ କଥା ହୋଇଛନ୍ତି।

ଜନସାଧାରଣଙ୍କ ସୁରକ୍ଷିତ ଜୀବନକୁ ଦୃଷ୍ଟିରେ ରଖି ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଶ୍ରୀ ପାତ୍ର କହିଛନ୍ତି, ତାଳୁଆ ଗ୍ରାମରେ ଥିବା ଏକ ଆଖୁବିଲରେ ବାଘ ଥିବା ସୂଚନା ମିଳିଛି।

ସେହି ଗାଁର ଜଣେ ଲୋକଙ୍କ ହ୍ବାଟ୍‌ସଆପ୍‌ ନମ୍ବରରୁ ବାଘର ଫଟୋ ‌ସେୟାର ହୋଇଛି।

Tiger: କଲରାପତରିଆ ବାଘକୁ ନେଇ ଗ୍ରାମବାସୀ ଆତଙ୍କିତ ସ୍ଥାନୀୟବାସିନ୍ଦା ଏନେଇ ଆତଙ୍କିତ ହୋଇଯାଇଛନ୍ତି।

ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଶ୍ରୀ ମହାନ୍ତି ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସେହିପରି ବନ ବିଭାଗ ବାଘର ପାଦ ଚିହ୍ନ ଯାଞ୍ଚ କରୁଛି।

ବାଘ ଏବେ ଆଖୁବିଲରେ ଅଛି କି ନାହିଁ ତଦନ୍ତ ପରେ ଅଧିକ ତଥ୍ୟ ଜଣାପଡ଼ିବ।

ତେବେ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।