Tiger Movement Reported: ମୋଟୁ ରେଞ୍ଜରେ ବାଘ! ଗ୍ରାମବାସୀଙ୍କୁ ସଚେତନ କଲା ବନବିଭାଗ

Nov 03, 2026 - 09:45
Tiger Movement Reported: ମୋଟୁ ରେଞ୍ଜରେ ବାଘ! ଗ୍ରାମବାସୀଙ୍କୁ ସଚେତନ କଲା ବନବିଭାଗ

ମାଲକାନଗିରି ଜିଲ୍ଲାରେ ବାଘ ଆତଙ୍କ।

ମୋଟୁ ରେଞ୍ଜରେ ବାଘର ଚଳପ୍ରଚଳ ନେଇ ସତର୍କ କରାଇଲା ବନ ବିଭାଗ।

ଆନ୍ଧ୍ରପ୍ରଦେଶର ପାପିକୋଣ୍ଡା ଅଞ୍ଚଳରୁ ଆସିଥିବା ରେଡିଓ କଲାର ସିଗନାଲରୁ ମିଳିଛି ବାଘର ଉପସ୍ଥିତି ସମ୍ପର୍କିତ ସୂଚନା।

ବର୍ତ୍ତମାନ ମାଲକାନଗିରି ବନଖଣ୍ଡ ଅନ୍ତର୍ଗତ ମୋଟୁ ରେଞ୍ଜରେ ବାଘଟି ଚଳପ୍ରଚଳ କରୁଥିବା ନେଇ ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ।

Advertisment ବାଘର ଗତିବିଧି ଉପରେ ବନ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି।

ଏଥିପାଇଁ ରାପିଡ୍ ରେସପନ୍ସ ଟିମ୍ ସହ କ୍ଷେତ୍ର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ଆଖପାଖ ଗ୍ରାମଗୁଡ଼ିକରେ ଲୋକଙ୍କୁ ସଚେତନ କରାଯାଉଛି।

ବାଘର ପାଦଚିହ୍ନ କିମ୍ବା କୌଣସି ଅସ୍ୱାଭାବିକ ଗତିବିଧି ଦେଖିଲେ ତୁରନ୍ତ ବନ ବିଭାଗକୁ ଖବର ଦେବାକୁ ଅନୁରୋଧ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।