Dr Ashok Mahapatra: ଆଜି ଓଡିଶା ଫେରିବ ମହାନ ଚିକିତ୍ସକଙ୍କ ପାର୍ଥିବ ଶରୀର, ଦିଲ୍ଲୀ ଏମ୍ସରେ ଶେଷ ବିଦାୟ

Nov 03, 2026 - 10:57
Dr Ashok Mahapatra: ଆଜି ଓଡିଶା ଫେରିବ ମହାନ ଚିକିତ୍ସକଙ୍କ ପାର୍ଥିବ ଶରୀର, ଦିଲ୍ଲୀ ଏମ୍ସରେ ଶେଷ ବିଦାୟ

ଆଜି ଓଡ଼ିଶା ଫେରିବ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ମରଶରୀର।

ଦିଲ୍ଲୀ ଏମସରେ ତାଙ୍କ ଶେଷ ଦର୍ଶନ କରୁଛନ୍ତି ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି।

ଏଥିପାଇଁ ଦିଲ୍ଲୀ ଏମସ୍ ପରିସରରେ ଲୋକରଣ୍ୟ ପରିବେଶ।

ଏହି ବିଶିଷ୍ଟ ଡାକ୍ତରଙ୍କୁ ଶେଷ ଶ୍ରଦ୍ଧାଂଜଳି ଜଣାଉଛନ୍ତି ତାଙ୍କ ଶୁଭେଚ୍ଛୁ, ଛାତ୍ରଛାତ୍ରୀ ଏବଂ ଏମ୍ସର କର୍ମଚାରୀ।

Advertisment ପଦ୍ମଶ୍ରୀ ଅଶୋକ କୁମାର ମହାପାତ୍ରଙ୍କର ଗତକାଲି ରାତି ୯ଟା ୧୫ ମିନିଟରେ ପରଲୋକ ଘଟିଥିଲା।

ବ୍ରେନ୍ ଷ୍ଟ୍ରୋକ୍ ପରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା।

ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।

ପୂର୍ବରୁ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଥିଲେ ଡାକ୍ତର ଅଶୋକ ମହାପାତ୍ର।

ଯୋଡ଼ା ମୁଣ୍ଡ ଶିଶୁ ଜଗା କାଳିଆଙ୍କ ସଫଳ ଅସ୍ତ୍ରୋପଚାର କରିଥିଲେ।

୨୦୨୪ରେ ସମ୍ମାନଜନକ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ମାନଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।