Tiger Trapped Inside House After Entering Village: ଘର ଭିତରେ ମହାବଳ ବାଘ, ବାହାରେ ତାଲା; ଗାଁରେ ଖେଳିଗଲା ଆତଙ୍କ
ଘର ଭିତରେ ପଶିଗଲା ମହାବଳ ବାଘ। ବାଘକୁ ଘରେ ତାଲା ପକାଇ ବାହାରେ ରହିଲେ ଲୋକେ। ଏଭଳି ଏକ ରୋମାଞ୍ଚକର ଘଟଣା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଘଟିଛି।
ସୂଚନା ଅନୁସାରେ, ଗତକାଲି ରାତିରେ ଏକ ମହାବଳ ବାଘ ଖପରାଖାଇ ଗାଁ ଭିତରକୁ ପଶି ଆସିଥିଲା। କିଛି ସମୟ ଗାଁରେ ରହିବା ପରେ ବାଘଟି ପୁଣି ଜଙ୍ଗଲ ଆଡ଼କୁ ଚାଲିଯାଇଥିଲା। ତେବେ ଆଜି ସକାଳୁ ପୁଣି ବାଘଟି ଗାଁ ଭିତରକୁ ଆସି ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲା।
ବାଘ ଘର ଭିତରେ ଥିବା ଜାଣିବା ପରେ ଲୋକେ ସାହସର ସହ ଘରର କବାଟକୁ ବାହାରପଟୁ ବନ୍ଦ କରି ଦେଇଥିଲେ। ଫଳରେ ମହାବଳ ବାଘଟି ଘର ଭିତରେ ହିଁ ରହିଥିଲା। ଏହାପରେ ବନ ବିଭାଗକୁ ଖବର ଦିଆଯାଇଥିଲା।
ଖବର ପାଇ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୀର୍ଘ ସମୟର ଉଦ୍ୟମ ପରେ ବନ ବିଭାଗ କର୍ମଚାରୀମାନେ ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।
ମହାବଳ ବାଘ ଗାଁରେ ପଶି ଘର ଭିତରେ ଆଶ୍ରୟ ନେବା ଘଟଣାକୁ ନେଇ ଖପରାଖାଇ ଗାଁରେ ଆତଙ୍କ ଖେଳିଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।