Today's Birthday: ଆଜି ଜନ୍ମଦିନ: ଗୋଦାବରୀଶ ମିଶ୍ର

Oct 26, 2026 - 09:20
Today's Birthday: ଆଜି ଜନ୍ମଦିନ: ଗୋଦାବରୀଶ ମିଶ୍ର

ପଣ୍ଡିତ ଗୋଦାବରୀଶ ମିଶ୍ର ଓଡ଼ିଶା ର ସାରସ୍ବତ ଓ ରାଜନୈତିକ ଇତିହାସର ଜଣେ ଉଜ୍ଜ୍ବଳ ବ୍ୟକ୍ତିତ୍ବ।

୧୮୮୬ ଅକ୍‍ଟୋବର ୨୬ରେ ବାଣପୁର ଅନ୍ତର୍ଗତ ଶ୍ରୀନିବାସପୁର ଶାସନରେ ସେ ଜନ୍ମ ହୋଇଥିଲେ।

ବାଲ୍ୟକାଳରୁ ତାଙ୍କୁ ଜୀବନର କଠୋର ବାସ୍ତବତା ସହ ପରିଚିତ ହେବାକୁ ପଡ଼ିଥିଲା।

ସେ ଅଳ୍ପ ବୟସରୁ ପିତାମାତାଙ୍କୁ ହରାଇଥିଲେ।

ଦାରିଦ୍ର୍ୟ ତାଙ୍କ ପାଠପଢ଼ାରେ ଏକ ବିରାଟ ବାଧକ ସାଜିଥିଲା।

ଅନ୍ୟ ଘରେ ବିଭିନ୍ନ କାମ ଓ ଟିଉସନ୍ କରି ସେ ଟଙ୍କା ଯୋଗାଡ଼ କରୁଥିଲେ।

ସେ ରେଭେନ୍‍ସା କଲେଜରୁ ଦର୍ଶନ ଶାସ୍ତ୍ରରେ ସ୍ନାତକ ଓ କଲିକତା ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ।

ଓଡ଼ିଶା ଫେରି ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗ ଦେଇଥିଲେ।

ସିଂହଭୂମି ଜିଲ୍ଲାରେ ଓଡ଼ିଆ ଭାଷାର ସଂରକ୍ଷଣ ପାଇଁ ଗୋପବନ୍ଧୁଙ୍କ ନିର୍ଦେଶରେ ଚକ୍ରଧରପୁର ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଅବସ୍ଥାପିତ ହୋଇଥିଲେ।

Advertisment Health: ରାମ୍‌କି ପାଇଁ ଦଲକିରେ କିଡ୍‌ନି ରୋଗର କାୟା; ୨ ବର୍ଷରେ ୨୭ ମୃତ୍ୟୁ, ପରିବାର ନିଶ୍ଚିହ୍ନ ଏହା ପରେ ନିଜ ଗ୍ରାମକୁ ଫେରି ଗାଁରେ ଶିକ୍ଷା, କୁଟୀର ଶିଳ୍ପ ଆଦି ଭିତ୍ତିଭୂମି ସମେତ ସାମାଜିକ ବିକାଶରେ ମନୋନିବେଶ କରିଥିଲେ।

ସ୍ବାଧୀନତା ପୂର୍ବ କାଳରେ ସେ ପାରଳା ମାହାରାଜାଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥ ଓ ଶିକ୍ଷାମନ୍ତ୍ରୀ ରହି ଉତ୍କଳ ବିଶ୍ୱବିଦ୍ୟାଳୟ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, ହାଇକୋର୍ଟ ଆଦି ସ୍ଥାପନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

୧୯୫୨ ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରକୁ ତାଙ୍କର ଅବଦାନ ଅବିସ୍ମରଣୀୟ।

ଗୋପବନ୍ଧୁଙ୍କ ପରଲୋକ ପରେ ସେ କିଛି କାଳ 'ସମାଜ'ର ସମ୍ପାଦକ ରହିଥିଲେ।

ଶିଶୁ ସାହିତ୍ୟ, କବିତା, ଗଳ୍ପ, ଅନୁବାଦ, ପ୍ରବନ୍ଧ, ନାଟକ, ଜୀବନୀ, ଭ୍ରମଣ କାହାଣୀ , ସମାଲୋଚନା, ବ୍ୟଙ୍ଗ ସାହିତ୍ୟ ଆଦି ପ୍ରାୟ ପ୍ରତିଟି ସାହିତ୍ୟର ବିଭାଗକୁ ସେ ଋଦ୍ଧିମନ୍ତ କରିଛନ୍ତି।

'ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ' ତାଙ୍କର ପ୍ରସିଦ୍ଧ ଆତ୍ମଜୀବନୀ।

ଏଥିପାଇଁ ତାଙ୍କୁ ୧୯୬୧ ମସିହାରେ ମରଣୋତ୍ତର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା।

୧୯୫୬ ଜୁଲାଇ ୨୬ରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ତିରୋଧାନ ଘଟିଥିଲା।

DMFର ମାର୍ଗଦର୍ଶିକା ବାଟବଣା, ଜିଲ୍ଲା ପଂଚାୟତ ସମ୍ବଳ କେନ୍ଦ୍ର ପାଚେରୀ ଅର୍ଦ୍ଦପନ୍ତରିଆ ନିର୍ମାଣ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।