UNSC Seat: ଯୁଏନଏସସିରେ ଭାରତର ସ୍ଥାୟୀ ସଦସ୍ୟତା ଦାବି ବାଟରେ କଣ୍ଟା ପାଲଟିଛି କଫି କ୍ଲବ୍

Sep 27, 2026 - 11:09
UNSC Seat: ଯୁଏନଏସସିରେ ଭାରତର ସ୍ଥାୟୀ ସଦସ୍ୟତା ଦାବି ବାଟରେ କଣ୍ଟା ପାଲଟିଛି କଫି କ୍ଲବ୍

"ନ୍ୟୁୟର୍କ: ଜାତିସଂଘ ସୁରକ୍ଷା ପରିଷଦ (ଯୁଏନଏସସି) ପାଇଁ ଭାରତର ସ୍ଥାୟୀ ସଦସ୍ୟତା ପ୍ରାର୍ଥୀତ୍ୱ ପ୍ରତି ସମର୍ଥନ ନିରନ୍ତର ବୃଦ୍ଧି ପାଉଛି।

ଶନିବାର ଦିନ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ଭାଷଣ ଦେଇ ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ପୁଣି ଥରେ ଭାରତ ପ୍ରତି ସମର୍ଥନ ଦୋହରାଇଛନ୍ତି।

ସେ କହିଛନ୍ତି, ରୁଷ ସୁରକ୍ଷା ପରିଷଦରେ ଭାରତ ଏବଂ ବ୍ରାଜିଲ ପାଇଁ ସ୍ଥାୟୀ ଆସନକୁ ସମର୍ଥନ କରୁଛି।

ପର୍ତ୍ତୁଗାଲ ଏବଂ ମରିସସ୍ ମଧ୍ୟ ୟୁଏନଜିଏ ପ୍ଲାଟଫର୍ମରୁ ସ୍ଥାୟୀ ଆସନ ପାଇଁ ଭାରତକୁ ସମର୍ଥନ କରିଛନ୍ତି।ପୂର୍ବରୁ ଭିସେଗ୍ରାଡ୍ ଗ୍ରୁପ୍ (ଭି-୪)ର ଚାରି ଜଣ ସଦସ୍ୟ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ସେମାନଙ୍କର ସାମୂହିକ ସମର୍ଥନ ପ୍ରକାଶ କରିଥିଲେ।

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭି-୪ ଦେଶ ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ଏବଂ ଚେକ୍ ଗଣରାଜ୍ୟର ବୈଦେଶିକ ମନ୍ତ୍ରୀମାନଙ୍କୁ ଭେଟିଥିଲେ।Advertisment ସୁରକ୍ଷା ପରିଷଦରେ ଭାରତର ସଂସ୍କାର ଦାବି ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସହ ସାକ୍ଷାତ ସମୟରେ, ସ୍ଲୋଭାକିଆର ବୈଦେଶିକ ଏବଂ ୟୁରୋପୀୟ ବ୍ୟାପାର ମନ୍ତ୍ରୀ ଜୁରାଜ ବ୍ଲାନର କହିଥିଲେ ଯେ, ଚାରି ଦେଶ ଏକମତ ଯେ, ଭାରତକୁ ଗ୍ଲୋବାଲ୍ ସାଉଥ୍‌ର ସଦସ୍ୟ ଏବଂ ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଏକ ଉଦୀୟମାନ ଶକ୍ତି ଭାବରେ ସୁରକ୍ଷା ପରିଷଦରେ ଏକ ସ୍ଥାୟୀ ଆସନ ପ୍ରଦାନ କରାଯିବା ଉଚିତ୍।ସୁରକ୍ଷା ପରିଷଦରେ ଭାରତର ସଂସ୍କାର ଦାବି ମଧ୍ୟରେ ଏସିଆ, ଆଫ୍ରିକା ଏବଂ ଲାଟିନ୍ ଆମେରିକାର ବିକାଶଶୀଳ ଦେଶମାନଙ୍କ ପାଇଁ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ପାଇଁ ସ୍ଥାୟୀ ଏବଂ ଅସ୍ଥାୟୀ ବର୍ଗରେ ଆସନ ସଂଖ୍ୟା ବୃଦ୍ଧି କରିବା ଅନ୍ତର୍ଭୁକ୍ତ।

ତେବେ ବର୍ଦ୍ଧିତ ସମର୍ଥନ ସତ୍ତ୍ୱେ, ଭାରତର ପଥରେ ବାଧା ସୃଷ୍ଟି ହେଉଛି।

କଫି କ୍ଲବ୍ ଏଥିରେ ମୁଖ୍ୟ ଭୂମୀକା ଗ୍ରହଣ କରିଛି।

ଭାରତ ଆସନ୍ତା ବର୍ଷ ପାଇଁ ସୁରକ୍ଷା ପରିଷଦରେ ଏକ ଅସ୍ଥାୟୀ ଆସନ ଦାବି ମଧ୍ୟ କରୁଛି, କିନ୍ତୁ ଏହାର ପ୍ରାଥମିକ ଲକ୍ଷ୍ୟ ହେଉଛି ଏକ ସ୍ଥାୟୀ ଆସନ ସୁରକ୍ଷିତ କରିବା।

ସ୍ଥାୟୀ ଆସନ ଦାବି ପଛରେ ଅନେକ ପ୍ରମୁଖ କାରଣ ରହିଛି।

ପ୍ରତ୍ୟେକ ସ୍ଥାୟୀ ସଦସ୍ୟଙ୍କ ପାଖରେ ଭିଟୋ କରିବାର କ୍ଷମତା ଅଛି, ଅର୍ଥାତ୍ ସୁରକ୍ଷା ପରିଷଦର ଅନ୍ୟ ସଦସ୍ୟମାନେ ସମର୍ଥନ କଲେ ମଧ୍ୟ ଜଣେ ସ୍ଥାୟୀ ସଦସ୍ୟ ଏକ ପ୍ରସ୍ତାବକୁ ଅବରୋଧ କରିପାରିବେ।ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ଆସନ ପାଇଁ ସମର୍ଥନ କ୍ରମାଗତ ଭାବରେ ବୃଦ୍ଧି ପାଉଛି।

ରୁଷ, ବ୍ରିଟେନ ଏବଂ ଫ୍ରାନ୍ସ ଖୋଲାଖୋଲି ଭାବରେ ଭାରତର ଦାବିକୁ ସମର୍ଥନ କରୁଛନ୍ତି।

ଯେତେବେଳେ ଆମେରିକା ନୀତିଗତ ଭାବରେ ସପକ୍ଷରେ ଅଛି।

ତେବେ ଚୀନ୍ ଭାରତର ସ୍ଥାୟୀ ସଦସ୍ୟତା ଚାହୁଁ ନାହିଁ।

ଏହା ବ୍ୟତୀତ ଜି-୪ ଗୋଷ୍ଠୀ ସଂସ୍କାରକୁ ସମର୍ଥନ କରୁଛି।

ଏହି ଗୋଷ୍ଠୀରେ ଭାରତ ସହିତ ବ୍ରାଜିଲ, ଜର୍ମାନୀ ଏବଂ ଜାପାନ ଅନ୍ତର୍ଭୁକ୍ତ ଅଛନ୍ତି।

ଏହି ଗୋଷ୍ଠୀର ପ୍ରତି ଦେଶ ପରସ୍ପରର ଦାବିକୁ ସମର୍ଥନ କରୁଛନ୍ତି।

ସମର୍ଥନ ସହିତ ଭାରତର ପ୍ରସ୍ତାବକୁ ବିରୋଧ ମଧ୍ୟ କରାଯାଉଛି।

ସେଥିମଧ୍ୟରେ ସବୁଠାରୁ ପ୍ରମୁଖ ହେଉଛି ୟୁନିଟିଂ ଫର କନସେନ୍ସସ୍ ଗୋଷ୍ଠୀ।

ଯେଉଁଥିରେ ପାକିସ୍ତାନ,ତୁର୍କୀ ଏବଂ ଇଟାଲୀ ଅନ୍ତର୍ଭୁକ୍ତ ଅଛନ୍ତି।

୧୨ ଦେଶର ଏହି ଗୋଷ୍ଠୀ କଫି କ୍ଲବ୍ ଭାବରେ ଜଣାଶୁଣା।

ଏହି ଗୋଷ୍ଠୀ ସ୍ଥାୟୀ ଆସନ ବୃଦ୍ଧିକୁ ବିରୋଧ କରି ଏକ ବିବୃତି ଜାରି କରିଥିଲା।

ଏହା ନୂତନ ସ୍ଥାୟୀ ଆସନ ସୃଷ୍ଟି କରିବା ପରିବର୍ତ୍ତେ ନିର୍ବାଚିତ ଅସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ଉପରେ ଗୁରୁତ୍ୱ ଦେଇଥିଲା।

ଗୋଷ୍ଠୀ ଭିଟୋ କ୍ଷମତା ଉଚ୍ଛେଦ କରିବା ପାଇଁ ନିଜର ଦାବିକୁ ଦୋହରାଇଛି।୧୯୪୫ ମସିହାରେ ଜାତିସଂଘ ସୁରକ୍ଷା ପରିଷଦ ଗଠିତ ହୋଇଥିଲା।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରତିଷ୍ଠିତ ଏହି ସଂସ୍ଥା ଜାତିସଂଘର ଛଅଟି ମୁଖ୍ୟ ଅଙ୍ଗ ମଧ୍ୟରୁ ଗୋଟିଏ, ଯାହା ମୁଖ୍ୟତଃ ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ବଜାୟ ରଖିବା ପାଇଁ ଦାୟୀ।

ପରିଷଦର ପାଞ୍ଚ ସ୍ଥାୟୀ ଏବଂ ଦଶ ଅସ୍ଥାୟୀ ସଦସ୍ୟଙ୍କୁ ନେଇ ଗଠିତ।

ଏହି ପାଞ୍ଚଟି ସ୍ଥାୟୀ ସଦସ୍ୟ ପି-୫ ଭାବରେ ଜଣାଶୁଣା।

ସେମାନେ ହେଉଛନ୍ତି ଯୁକ୍ତରାଷ୍ଟ୍ର, ବ୍ରିଟେନ, ଚୀନ୍, ରୁଷ ଏବଂ ଫ୍ରାନ୍ସ।

Protest: ପଞ୍ଜାବ ଏଲପିୟୁରେ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାକୁ ନେଇ ବଢ଼ିଲା ଉତ୍ତେଜନା: ରାତିଅଧରେ କ୍ୟାମ୍ପସ୍‌ରେ ଭଙ୍ଗାରୁଜା କରି ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଛାତ୍ର ସଂସ୍କାର ପାଇଁ ଦାବିକରୁଥିବା ଦେଶଙ୍କ ଅନୁସାରେ ୧୯୪୫ ମସିହାରେ ପ୍ରତିଷ୍ଠିତ ଜାତିସଂଘ ସୁରକ୍ଷା ପରିଷଦର ଗଠନ ଅପ୍ରାସଙ୍ଗିକ ହୋଇଯାଇଛି ଏବଂ ଆଜିର ଭୂ-ରାଜନୈତିକ ବାସ୍ତବତାକୁ ପ୍ରତିଫଳିତ କରୁ ନାହିଁ।

ୟୁରୋପର ତିନୋଟି ଦେଶ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ, ସବୁଠାରୁ ବଡ଼ ମହାଦେଶ ଏସିଆରୁ କେବଳ ଗୋଟିଏ ଦେଶ ଚୀନ୍‌କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।

ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତକୁ ବାଦ୍ ଦିଆଯାଇଛି।

ଏହା ବ୍ୟତୀତ,ଆଫ୍ରିକା କିମ୍ବା ଦକ୍ଷିଣ ଆମେରିକାର କାହାକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।