Trademark Protection ଶ୍ରୀମନ୍ଦିର ସହ ଜଡ଼ିତ ଆଉ ତିନି ଚିହ୍ନ ଓ ନାମକୁ ମିଳିବ ଟ୍ରେଡ୍ମାର୍କ ସୁରକ୍ଷା
"ପୁରୀ: ଶ୍ରୀମନ୍ଦିର ସହ ଜଡ଼ିତ ତିନି ଚିହ୍ନ ଓ ନାମକୁ ଟ୍ରେଡ୍ମାର୍କ ପଞ୍ଜୀକରଣ ନିମନ୍ତେ ଆବେଦନ କରାଯାଇଥିଲା।
ଏହାର ପ୍ରକାଶନ ନିମନ୍ତେ ଟ୍ରେଡ୍ମାର୍କସ୍ ରେଜିଷ୍ଟ୍ରି ଗ୍ରହଣ କରିଛନ୍ତି।
Advertisment Trademark: ସ୍ବର ଓ ଚିତ୍ରର ଟ୍ରେଡ୍ମାର୍କ ଏହି ଅବସରରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇ ଏକ ପ୍ରେସ୍ବିବୃତିରେ କୁହାଯାଇଛି, ଏସ୍ଜିଟିଏ ଶ୍ରୀଜଗନ୍ନାଥ ମନ୍ଦିର ସହ ସମ୍ପର୍କିତ ଅଦ୍ବିତୀୟ ଆନୁଷ୍ଠାନିକ ପରମ୍ପରାର ସୁରକ୍ଷା ନିମନ୍ତେ ଉଦ୍ୟମରତ।
ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ସହ ଜଡ଼ିତ ଚିହ୍ନ ଓ ନାମର ବାଣିଜ୍ୟ ଆଦିରେ ଦୁରୁପଯୋଗ ଯେଭଳି ନହେବ ସେନେଇ ଟ୍ରେଡ୍ମାର୍କ ଆବେଦନ ପ୍ରକ୍ରିୟାକୁ ଜାରି ରହିବ।
ଏହାସହ ଶ୍ରୀଜଗନ୍ନାଥ ମନ୍ଦିର ସହ ଜଡ଼ିତ ପବିତ୍ର ଓ ସ୍ବତନ୍ତ୍ର ପରମ୍ପରାର ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରିବ।
Puri Jagannath: ଶ୍ରୀବିଗ୍ରହଙ୍କ ମସ୍ତକରେ ଲାଗି ହେଲା ସୁବର୍ଣ୍ଣ ଚିତା ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିରର ଆନନ୍ଦବଜାର, ପତିତପାବନ ଓ ନୀଳଚକ୍ର ଲୋଗକୁ ଟ୍ରେଡ୍ମାର୍କସ୍ ରେଜିଷ୍ଟ୍ରି ପ୍ରକାଶନ ନିମନ୍ତେ ଗ୍ରହଣ କରିଥିଲେ।
ଦ୍ବିତୀୟ ପର୍ଯ୍ୟାୟରେ ଜଗନ୍ନାଥ ଧାନ, ଶ୍ରୀକ୍ଷେତ୍ର, ମହାପ୍ରସାଦ, ନୀଳଚକ୍ର ଓ କୋଇଲିବୈକୁଣ୍ଠର ଆବେଦନକୁ ପ୍ରକାଶନ ନିମନ୍ତେ ଗ୍ରହଣ କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।