Woman walks 22 km: ୨ ଦିନ ନବଜାତକୁ ଧରି ୨୨ କିମି ଚାଲିଲେ ପ୍ରସୂତି

Sep 08, 2026 - 18:23
Woman walks 22 km: ୨ ଦିନ ନବଜାତକୁ ଧରି ୨୨ କିମି ଚାଲିଲେ ପ୍ରସୂତି

"କାଳିଆପାଣି (ରବି ନାରାୟଣ କର): ଅସହ୍ୟ ଜୁଆଙ୍ଗ ଜନନୀ ଯନ୍ତ୍ରଣା ପାଇଁ ନଗଡ଼ାରେ ଉତ୍ତେଜନା ପ୍ରକାଶ ପାଇଛି।

ଜଣେ ପ୍ରସୂତି ମହିଳା ୨ ଦିନର ନବଜାତକକୁ କୋଳରେ ଧରି ୨୨ କିଲୋମିଟର ଖାଲିପାଦରେ ଚାଲିବାକୁ ନେଇ ଜନଜାତି ମହଲ‌ରେ ଉଦ୍‌ବେଗ ପ୍ରକାଶ ପାଇଛି।

ଏଠାରେ ଜନନୀ ସୁରକ୍ଷା ଯୋଜନା ବାଟ ହୁଡ଼ିଥିବା ସାଧାରଣରେ ଅଭିଯୋଗ ହୋଇଛି।Advertisment ଗୁରୁବାର ଦିନସାରା ତଳନଗଡ଼ାର ଜାମ୍ବୁ ପ୍ରଧାନଙ୍କ ଆସନ୍ନ ପ୍ରସବା ପତ୍ନୀ ରାଇମଲ୍ଲୀ ପ୍ରଧାନ ଗାଁରେ ପଡ଼ି ରହିଥିଲେ।

ବାରମ୍ବାର କଲ୍‌ ସତ୍ତ୍ବେ ୧୦୮ ଆମ୍ବୁଲାନ୍ସ ମିଳିନଥିଲା।

ଆଶାକର୍ମୀ ଜୟନ୍ତୀ ମହାନ୍ତଙ୍କ ଉଦ୍ୟମରେ ଢେଙ୍କାନାଳ ଜିଲ୍ଲା ବିରାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୨ ଆମ୍ବୁଲାନ୍ସ ଶୁକ୍ରବାର ସକାଳ ନଗଡ଼ାରେ ପହଞ୍ଚିଥିଲା।

ଆଶାକର୍ମୀ ଜୟନ୍ତୀ ତାଙ୍କୁ ସାଢ଼େ ୧୦ଟାରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇବାର ୪୪ ମିନିଟ୍‌ରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା।

ଶିଶୁର ଓଜନ ୨.୬ କିଲୋ ଥିବା ବିଭାଗୀୟ ସୂଚନା ମିଳିଛି।

ଠିକ୍‌ ୨ ଦିନ ପରେ ରବିବାର ଦିନ ୧୧ଟା ସମୟରେ ତାଙ୍କୁ ମେଡିକାଲ୍‌ରୁ ଡିସଚାର୍ଜ କରାଯାଇଥିଲା।

ପୁଣି ଜନନୀ ଯନ୍ତ୍ରଣା: ଆସିପାରିଲାନି ଆମ୍ବୁଲାନ୍ସ, ୩ କିମି ଖଟିଆରେ ବୁହାହେଲେ ଗର୍ଭବତୀ ସ୍ବାମୀ ଜାମ୍ବୁ ପ୍ରଧାନ ଓ ଶାଶୂ ସୁନିଆରି ପ୍ରଧାନ ବାରମ୍ବାର ମେଡିକାଲ କର୍ତ୍ତୃପକ୍ଷ ନେହୁରା ହେବା ସହ ୧୦୮କୁ ଫୋନ୍‌ କରିଚ‌ାଲିଥିଲେ ହେଁ ଆମ୍ବୁଲାନ୍ସ ମିଳିନଥିଲା।

ଶେଷରେ ଏହି ପରିବାର ସୁକିନ୍ଦାରୁ ଏକ ଯାତ୍ରୀବାହୀ ବସରେ ଦିନ ଗୋଟାଏ ସମୟରେ କାଳିଆପାଣି ଏଟିଏମ୍‌ ଛକ ପହଞ୍ଚିଥିଲେ।

ନଗଡ଼ା ଯିବା ପାଇଁ କୌଣସି ଗାଡ଼ି ମିଳିନଥିଲା।

ଏକାଧିକ ଭଡ଼ାଗାଡ଼ି ତାଙ୍କୁ ଅଗ୍ରିମ ଦେୟ ମାଗିଥିଲେ।

ହେଲେ ସେମାନଙ୍କ ପାଖରେ ମାତ୍ର ୫୦ ଟଙ୍କା ଥିଲା।

ସମସ୍ତଙ୍କ ପେଟ ଭୋକରେ ପେଟ ଜଳୁଥିଲା।

୨ଟି ପା"ରୁଟି କିଣି ଭାଗକରି ଖାଇ ସମସ୍ତେ ସେଠାରୁ ୨୨ କିଲୋମିଟର ଚାଲିଚାଲି ନଗଡ଼ା ବାହାରିଥିଲେ।

ଟାଇଁଟାଇଁ ଖରାରେ ହାଟ ପଡ଼ିଆ, ବେଣାଗାଡ଼ିଆ, ରଗୁଡ଼ିସାହି, ଅରଡ଼ାପାଳ, ଗୋଡ଼ଭଙ୍ଗା, ଦେଓଗାଁ ଓ ଅଶୋକଝର ହୋଇ ନଗଡ଼ା ପାହାଡ଼ୀ ରାସ୍ତାରେ ଯାଇଥିଲେ।

ବାଟରେ ୪ ଥର ଥକ୍କା ମାରିଥିଲେ।

ନବଜାତକକୁ କ୍ଷୀର ଖୁଆଇଥିଲେ।

ଘରେ ପହଞ୍ଚିଲା ବେଳକୁ ସଞ୍ଜ ହୋଇଯାଇଥିଲା।

ରାଇମଲ୍ଲୀଙ୍କ ପାଦ ଫୁଲି ଯାଇଥିଲା।

ଗତକାଲି ଦିନସାରା ସେ ବିଛଣାରୁ ଉଠିନଥିଲେ।

ଏହାକୁ ନେଇ ନଗଡ଼ାବାସୀ ଆଶାକର୍ମୀ ଜୟନ୍ତୀଙ୍କୁ ଫୋନରେ ଗାଳି କରିଛନ୍ତି। "ଆମ ଘରେ ଆମର ଛୁଆ ହୋଇଥାନ୍ତା, ନେଲା ବେଳକୁ ମେଡିକାଲ୍‌ ନେଇଯାଉଛ, ଛୁଆ ଜନମ ପରେ ସେଇଠି ଛାଡ଼ି ଦେଉଛ, ଇଏ କ"ଣ ତମ ବିବେକ" ବୋଲି କହି କ୍ରୋଧ ପ୍ରକାଶ କରିଥିଲେ।

ଆଉ ଗାଁରେ ଆମ୍ବୁଲାନ୍ସକୁ ପୂରାଇ ଦିଆଯିବନି ବୋଲି ଧମକାଇଥିଲେ।

ଏ ସଂପର୍କରେ ଆଶାକର୍ମୀ ଜୟନ୍ତୀଙ୍କୁ ପଚାରିବାରେ ଗତ ମେ ମାସରୁ ଆଜି ପର୍ଯ୍ୟନ୍ତ ସେ ୧୦୮କୁ କଲ୍‌ କରିଆସୁଥିଲେ ହେଁ ୨ ଥର ସେବା ପାଇନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ।

ବାରମ୍ବାର ଉପେକ୍ଷିତ ଜୁଆଙ୍ଗମାନେ ସ୍ବାସ୍ଥ୍ୟ ସମସ୍ୟାରେ ଘାଣ୍ଟି ହେଉଥିବା ଦର୍ଶାଇ ଅବୁଝା ଲୋକେ ତାଙ୍କୁ ରାଗୁଛନ୍ତି ବୋଲି ସେ କହିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।