11 OCTOBER 2026

Welcome!

Unlock your personalized experience.
Sign Up

Tradition: ପରମ୍ପରାର ପ୍ରତିଛବି: କୁଚ୍‌ବେହାର୍‌ର ଲାଲ୍‌ଦୁର୍ଗା

Oct 11, 2026 - 07:24
Tradition: ପରମ୍ପରାର ପ୍ରତିଛବି: କୁଚ୍‌ବେହାର୍‌ର ଲାଲ୍‌ଦୁର୍ଗା

ଭାରତର ବିଭିନ୍ନ ରାଜ୍ୟରେ ବଡ଼ ଜାକଜମକରେ ଦୁର୍ଗାପୂଜା ହୁଏ। କିନ୍ତୁ, ପଶ୍ଚିମବଙ୍ଗରେ ଦୁର୍ଗାପୂଜା ହେଉଛି ପ୍ରଧାନ ପର୍ବ। ପୁଣି ସେଠାରେ ହେଉଥିବା କେତେକ ଦୁର୍ଗାପୂଜାରେ ଥାଏ ବଡ଼ ବିଚିତ୍ର ରୀତିନୀତି। ସେଭଳି ଏକ ବିଚିତ୍ର ଦୁର୍ଗାପୂଜା ହେଉଛି କୁଚ୍‌ବେହାର୍‌ରେ ୫୦୦ ବର୍ଷ ଧରି ହୋଇଆସୁଥିବା ବଡ଼ଦେବୀ ପୂଜା। ବଡ଼ଦେବୀ ପୂଜା ଆରମ୍ଭ ବିଷୟରେ ବିଭିନ୍ନ କଥା ଶୁଣାଯାଏ। ରାଜପୁରୋହିତ ଦୀନେନ୍ଦ୍ର ଭଟ୍ଟାଚାର୍ଯ୍ୟ କହନ୍ତି, ବିଶ୍ବ ସିଂହଙ୍କ ରାଜୁତି ବେଳେ ବଡ଼ଦେବୀ ପୂଜା ଆରମ୍ଭ ହୋଇଥିଲା। ଲେଖକ ଦେବବ୍ରତ ଚାକିଙ୍କ ମତରେ, ୧୬ଶ ଶତାବ୍ଦୀରେ ମହାରାଜା ନରନାରାୟଣ ବଡ଼ଦେବୀ ପୂଜା ଆରମ୍ଭ କରିଥିଲେ।

Judgement: ମେଟ୍ରୋ ଷ୍ଟେସନ ବନ୍ଦ ଓ ଟ୍ରେନ୍‌ ବାତିଲକୁ ନେଇ ଅଦାଲତ ଅବମାନନା ମାମଲା

ପୁଣି ପ୍ରଚଳିତ କିଂବଦନ୍ତିରୁ ଜଣାଯାଏ ରାଜା ସ୍ବପ୍ନରେ ଯେଭଳି ଦେଖିଥିଲେ ବଡ଼ଦେବୀଙ୍କ ମୂର୍ତ୍ତି ସେଭଳି ତିଆରି ହେଉଛି। ପଶ୍ଚିମବଙ୍ଗରେ ଶାରଦୀୟ ଦୁର୍ଗାପୂଜା ହେବାର କିଛିମାସ ଆଗରୁ କୁଚ୍‌ବେହାରରେ ଦୁର୍ଗାପୂଜା ଆରମ୍ଭ ହୁଏ। ତା’ର ଅାରମ୍ଭ ଏମିତି- ଶ୍ରାବଣ ମାସରେ ଆଗ ଖଣ୍ଡେ କାଠକୁ ମହାସ୍ନାନ କରାଇ ଲୁଗା ପିନ୍ଧାଇ ଦିଆଯାଏ। ଏହି କାଠକୁ କୁହାଯାଏ ‘ମୟନା କାଠ’। ମୟନା କାଠକୁ ଦେବୀ ମା’ଙ୍କ ପ୍ରତିନିଧି କୁହାଯାଏ। ଶ୍ରାବଣ ମାସ ଶେଷ ଆଡ଼କୁ ପଡୁଥିବା ଶୁକ୍ଳ ଅଷ୍ଟମୀ ଦିନ କୁଚ୍‌ବେହାର୍‌ ସହରର ଗୁଞ୍ଜବାଡ଼ିରେ ଥିବା ଡାଙ୍ଗରାଇ ମନ୍ଦିରରେ ଏହି ରୀତିନୀତି ଚାଲେ। ତା’ପରେ ଗୋଟାଏ ପାରା ବଳି ଦିଆଯାଏ ଏବଂ ଦେବୀଙ୍କ ଆଗରେ ବଢ଼ାଯାଏ ପରମାନ୍ନ କୁହାଯାଉଥିବା ସୁମିଷ୍ଟ ଚାଉଳ ଖିରି। ସେଇଠୁ ଆରମ୍ଭ ହୁଏ ବଡ଼ଦେବୀ ପୂଜା। ସେଦିନ ରାତିରେ ମୟନା କାଠକୁ ପାଲିଙ୍କିରେ ବସାଇ ପଟୁଆରରେ ମଦନମୋହନ ମନ୍ଦିରକୁ ନିଆଯାଏ।

Good news: ଋଣୀ ହୋଇଗଲୁ , ଘଟର୍ଲା ଗ୍ରାମବାସୀ ଆମକୁ ଦେଲେ ନୂଆ ଜୀବନ

 ମାସେ ଧରି ସେ ମନ୍ଦିର ବେଢ଼ାରେ ଥିବା କାଠାମିୟା ମନ୍ଦିରରେ ପୂଜା ଚାଲେ। ଭାଦ୍ରବ ଅଷ୍ଟମୀ ଦିନ ସେ ମୟନା କାଠକୁ ବଡ଼ଦେବୀ ମନ୍ଦିରକୁ ନିଆଯାଏ। ସେଠାରେ ଆଉଥରେ ମହାସ୍ନାନ କରାଯାଏ। ତା’ପରେ ମୟନା କାଠକୁ ବେଦୀରେ ସ୍ଥାପନା କରାଯାଇ ମନ୍ତ୍ର ପାଠ କରାଯାଏ। ତା’ପରେ ମୟନାକାଠକୁ ପବନ ବାଜି ଶୁଖିବା ପାଇଁ ତିନିଦିନ ଛାଡ଼ି ଦିଆଯାଏ। ତା’ର ଚାରିଦିନ ପରେ ମାଟିମୂର୍ତ୍ତି ତିଆରି ଆରମ୍ଭ ହୁଏ। ସେ ମାଟିମୂର୍ତ୍ତିର ମେରୁହାଡ଼ ହୁଏ ମୟନା କାଠ। ବଡ଼ଦେବୀଙ୍କ ମୁଖା ତିଆରି ପାଇଁ ରାଜରାଜୁଡ଼ା ଅମଳରୁ ଚାମ୍‌ତା ଗଁା’ରୁ କାଦୁଅ ଆସିଥାଏ। ମୂର୍ତ୍ତି ତିଆରି ପାଇଁ କାରିଗର ଆଉ ଯେଉଁ ସବୁ ଜିନିଷ ଦରକାର କରନ୍ତି ସେ ସବୁ ବହୁଦିନ ଆଗରୁ ଅଣାଯାଇ ପୂଜା କରାଯାଉଥାଏ। ବଡ଼ଦେବୀଙ୍କ ଦେହ ରଙ୍ଗ ଗାଢ଼ ଲାଲ୍‌। ମହିଷାସୁର ରଙ୍ଗ ସବୁଜ। ଲକ୍ଷ୍ମୀ, ସରସ୍ବତୀ, ଗଣେଶ ଓ କାର୍ତ୍ତିକ ନ ଥାଇ ବଡ଼ଦେବୀଙ୍କ ଦୁଇପାଖରେ ଥାଆନ୍ତି ଜୟା ଓ ବିଜୟା। ବାହନ ସିଂହ ନ ହୋଇ ବାଘ ହୋଇଥାଏ। ଅଷ୍ଟମୀ ରାତିରେ ବଡ଼ଦେବୀଙ୍କ ଆଗରେ କଳା ପରଦା ଟଣାଯାଇ ଗୁପ୍ତପୂଜା ହୁଏ। ସେ ପୂଜା ଦେଖିବାକୁ କାହାକୁ ଛଡ଼ାଯାଏ ନାହିଁ। ଅାଗ କାଳରେ ଗୁପ୍ତପୂଜା ବେଳେ ନରବଳି ଦିଆଯାଉଥିଲା। ଆଜି ବି ଏ ପୂଜା ପାଇଁ ମଣିଷ ରକ୍ତ ଦରକାର ହେଉଛି। ଏବେ ମଣିଷ ରକ୍ତ କେଉଁଠୁ ଆସୁଛି ଓ କେମିତି ପୂଜାରେ ଲାଗୁଛି ସେ ବିଷୟରେ ଚୁପ୍‌ ରହୁଛନ୍ତି ରାଜପୁରୋହିତ ଭଟ୍ଟାଚାର୍ଯ୍ୟ। କିଛିଲୋକ କହୁଛନ୍ତି ଯେ ଏବେ ମଧ୍ୟ ଅଷ୍ଟମୀ ଦିନ ବଡ଼ଦେବୀଙ୍କୁ ମଇଁଷି ବଳି ଓ ବାକି ସବୁଦିନ ପାରା ବଳି ଦିଆଯାଉଛି। ରାଜରାଜୁଡ଼ା ଅମଳରୁ ଚାଲିଆସୁଥିବା ଏ ପୂଜା ଏବେ ମଧ୍ୟ ଯଥାରୀତି ଚାଲିଛି। ପ୍ରଥା ଅନୁସାରେ, ସବାଆଗେ ବଡ଼ଦେବୀଙ୍କୁ ବିସର୍ଜନ ଦିଆଯାଏ। ତା’ପରେ ପଶ୍ଚିମବଙ୍ଗର ବାକି ସବୁ ଦୂର୍ଗାମୂର୍ତ୍ତିଙ୍କୁ ବିସର୍ଜନ ଦିଆଯାଏ। ଏବେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା କୁଚ୍‌ବେହାର୍‌ ଦେବୋତ୍ତର ଟ୍ରଷ୍ଟି ବୋର୍ଡ ବଡ଼ଦେବୀ ପୂଜା ଭାର ସମ୍ଭାଳୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।