Traffic Fines May Be Linked To Electricity Bills: ଚାଲାଣ ଆଦାୟ ପାଇଁ ନୂଆ ବ୍ୟବସ୍ଥା, ବିଜୁଳି ବିଲ୍ ସହ ଯୋଡ଼ିବାକୁ ପ୍ରସ୍ତାବ

Sep 29, 2026 - 15:04
Traffic Fines May Be Linked To Electricity Bills: ଚାଲାଣ ଆଦାୟ ପାଇଁ ନୂଆ ବ୍ୟବସ୍ଥା, ବିଜୁଳି ବିଲ୍ ସହ ଯୋଡ଼ିବାକୁ ପ୍ରସ୍ତାବ

ବିଜୁଳି ବିଲ୍ ସହ ଯୋଡ଼ି ହୋଇଯିବ କି ଟ୍ରାଫିକ୍ ଚାଲାଣ? ଆପଣ ଚାଲାଣ ନଦେଲେ ସିଧା ଇଲେକ୍ଟ୍ରି ବିଲ୍ ସହ ମିଶି ଏକାଠି ଆସିବ କି? ଏବେ ଏମିତି କିଛି ସନ୍ଦେହ ସୁପ୍ରିମକୋର୍ଟଙ୍କ ଏକ ପ୍ରସ୍ତାବ ପରେ ଆସିଛି। ଦେଶରେ ବକେୟା ଥିବା ଟ୍ରାଫିକ୍ ଚାଲାଣ ଆଦାୟକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ପ୍ରାୟ ୪୫ ହଜାର କୋଟି ଟଙ୍କାର ଅଦାୟ ଟ୍ରାଫିକ୍ ଚାଲାଣ ଥିବା ପ୍ରସଙ୍ଗରେ ଶୁଣାଣି କରିଥିଲେ ସବୋର୍ଚ୍ଚ ଅଦାଲତ।

ବକେୟା ଜରିମାନାକୁ ବିଜୁଳି ବିଲ୍ ସହ ଯୋଡ଼ି ଆଦାୟ କରିବା ନେଇ ବିଚାର କରିବାକୁ କୋର୍ଟ ପ୍ରସ୍ତାବ ଦେଇଛନ୍ତି। କୋର୍ଟଙ୍କ ମତରେ, ଟ୍ରାଫିକ୍ ନିୟମ ଉଲ୍ଲଂଘନ ପରେ ଜାରି ହେଉଥିବା ଚାଲାଣ ଦୀର୍ଘ ସମୟ ଧରି ବକେୟା ରହିବା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଏହି ବକେୟା ଅର୍ଥରାଶି ଆଦାୟ ପାଇଁ ଅନ୍ୟ ପ୍ରଭାବଶାଳୀ ବ୍ୟବସ୍ଥା ଉପରେ ମଧ୍ୟ ବିଚାର କରାଯାଇପାରେ। ତେବେ ବିଜୁଳି ବିଲ୍ ରେ ଟ୍ରାଫିକ୍ ଚାଲାଣ ଯୋଡ଼ିବା ଏକ ପ୍ରସ୍ତାବ ମାତ୍ର। ଏହା ଏବେଠାରୁ ଲାଗୁ ହୋଇଥିବା ନିୟମ ନୁହେଁ। ଏହି ବ୍ୟବସ୍ଥା କିପରି ଲାଗୁ ହେବ ଏବଂ କେଉଁ ସଂସ୍ଥା ମାଧ୍ୟମରେ ଆଦାୟ ହେବ, ସେନେଇ ଆଗକୁ ନିଷ୍ପତ୍ତି ହେବ।

ବିଜୁଳି ବିଲ୍ ସହ ଯୋଡ଼ି ହେବ ଟ୍ରାଫିକ୍ ଚାଲାଣ?
ସୁପ୍ରିମକୋର୍ଟଙ୍କ ପ୍ରସ୍ତାବକୁ ନେଇ ଚର୍ଚ୍ଚା ଜୋର
ବିଜୁଳି ବିଲରେ ଦେବାକୁ ପଡ଼ିବ କି ଟ୍ରାଫିକ୍ ଇ-ଚାଲାଣ?
ବିଜୁଳି ବିଲରେ ଟ୍ରାଫିକ୍ ଚାଲାଣ ଯୋଡ଼ିବାକୁ ସରକାରଙ୍କୁ ପ୍ରସ୍ତାବ
ଜରିମାନା ଆଦାୟ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଲେ ସୁପ୍ରିମକୋର୍ଟ
ଚାଲାଣ ପଇଠ କରୁନଥିବା ଗାଡ଼ିକୁ କଳା ତାଲିକାଭୁକ୍ତ ପ୍ରସ୍ତାବ
କେବଳ ଚାଲାଣ କାଟିକା ନୁହେଁ, ଆଦାୟ ମଧ୍ୟ ଜରୁରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।