Traffic Restricted At Kalinga Ghati: ବର୍ଷା ପାଇଁ ସିଲ୍ କଳିଙ୍ଗା ଘାଟି, ଭୂସ୍ଖଳନ ଆଶଙ୍କା ଥିବାରୁ ଯାତାୟତ ଉପରେ ଲାଗିଲା କଟକଣା
ବର୍ଷା ପାଇଁ ସିଲ୍ କଳିଙ୍ଗା ଘାଟି। ବଡ଼ ବର୍ଷା ଭୟ ଭିତରେ କଳିଙ୍ଗା ଘାଟିକୁ ବ୍ୟାରିକେଡ୍ ଲଗାଇ ସିଲ୍ କରିଛି ପ୍ରଶାସନ। ଯାତାୟାତ ଉପରେ ଲାଗିଛି କଟକଣା। ଆଜି ଓ କାଲି ଦୁଇଦିନ କଳିଙ୍ଗା ଘାଟିରେ ଯାତାୟତ ବନ୍ଦ ରଖାଯାଇଛି। ଭୂସ୍ଖଳନ ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ । ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ବର୍ଷା କମିବା ପରେ ଏକ ବୈଷୟିକ ଟିମ୍ ଘାଟି ରାସ୍ତାର ସ୍ଥିତି ଅନୁଧ୍ୟାନ କରିବା ପରେ ହିଁ ପୁଣି ଗାଡ଼ି ଚଳାଚଳ ସ୍ୱାଭାବିକ କରାଯିବ।
ବ୍ରହ୍ମପୁର ସହରରେ ଲଗାଣ ବର୍ଷା । ଗତକାଲି ଠାରୁ ବର୍ଷା ଜାରି ରହିଥିବା ବେଳେ ସହରରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ସହରର ଶାନ୍ତି ନଗର, ବାଙ୍କେଶ୍ବର ନଗର, ହରିହର ନଗର, ଲକ୍ଷ୍ମୀ ନୃସିଂହ ନଗରରେ ପାଣି ପଶିଛି। ବିଭିନ୍ନ ସାହିରେ ଲହଡି ମାରୁଛି ଦୁଇରୁ ତିନି ଫୁଟ ଉଚ୍ଚତାର ବର୍ଷା ପାଣି। ଘରେ ପଶିଛି ଡ୍ରେନ ପାଣି। ବିଏମସି କମିଶନର ଓ ମେୟର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି।
ଲଗାଣ ବର୍ଷାରେ ବେହାଲ କୋରାପୁଟ ସହର। ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜିଲ୍ଲାର କେତେକ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ଜୟପୁର ବ୍ଲକରେ ବର୍ଷାର ପ୍ରକୋପ ଅଧିକ ଦେଖିବାକୁ ମିଳିଛି। ସ୍କୁଲ ପରିସର ଓ ଶ୍ରେଣୀଗୁଡିକ ଭିତରେ ବର୍ଷା ପାଣି ପଶିଯାଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି । ସମସ୍ତ ସ୍କୁଲକୁ ଛୁଟି କରାଯାଇଛି।
ପ୍ରବଳ ବର୍ଷା ଓ ସୃଷ୍ଟି ହୋଇଥିବା ଜଳବନ୍ଦୀ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୌର ବିଭାଗ ପକ୍ଷରୁ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯାଉଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡା ନଜର ରଖାଯାଇଛି ଓ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।....
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।