Truck Hits Motorcycle: ବାଇକକୁ ଧକ୍କା ଦେଇ ୨୦୦ ମିଟର ଘୋଷାଡ଼ିନେଲା ଟ୍ରକ୍, ଦମ୍ପତି ମୃତ

Sep 23, 2026 - 12:45
Truck Hits Motorcycle: ବାଇକକୁ ଧକ୍କା ଦେଇ ୨୦୦ ମିଟର ଘୋଷାଡ଼ିନେଲା ଟ୍ରକ୍, ଦମ୍ପତି ମୃତ

ଦମ୍ପତିଙ୍କୁ ଚାପିଦେଲା ଟ୍ରକ୍। ବାଇକକୁ ଟ୍ରକ ଧକ୍କା ଦେବାପରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। କେନ୍ଦୁଝର ଟାଉନଥାନା ଧୁରପଦା ନିକଟରେ ଘଟିଛି ଏ ସଡ଼କ ଦୁର୍ଘଟଣା। ଦୁର୍ଘଟଣା ପରେ ଟ୍ରକ୍ ସହ ଡ୍ରାଇଭର ଫେରାର ହୋଇଯାଇଛି। ଧୁରପଦା ନିକଟରେ ବାଇକରେ ଦମ୍ପତି ଯାଉଥିବା ବେଳେ ଏକ ଅଜଣା ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଧକ୍କା ଦେବା ସହ ଦୁହିଁଙ୍କୁ ୨ଶହ ମିଟର ଘୋଷାଡ଼ି ନେଇଥିଲା | ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତକ ଦୁଇଜଣଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ। ତେବେ ଦୁର୍ଘଟଣାଗ୍ରସ୍ତ ଗାଟଡିଟି ତେଲକୋଇ ବ୍ଲକ ଜଗମୋହନ ଅଂଚଳର ବୋଲି ଜଣାପଡିଛି। ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଫେରାର ଥିବା ବେଳେ ପୋଲିସ ତଦନ୍ତ କରୁଛି... 

 ବାଇକକୁ ଧକ୍କା ଦେଲା ଟ୍ରକ୍; ଦମ୍ପତି ମୃତ
କେନ୍ଦୁଝର ଟାଉନ୍ ଥାନା ଧୁରପଦା ନିକଟରେ ଦୁର୍ଘଟଣା
ଦୁର୍ଘଟଣା ପରେ ଟ୍ରକ୍ ସହ ଡ୍ରାଇଭର ଫେରାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।