Tragedy in Bhadrak: ପୋଖରୀରେ ବୁଡ଼ି ଜେଜେ ଓ ୪ବର୍ଷର ନାତି ମୃତ
ଭଦ୍ରକ (ହରିହର ନାୟକ): ସାବରଙ୍ଗ ଥାନା ଅଧିନ ମାଳିଅରୁଆ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି।
ପୋଖରୀରେ ବୁଡି ଜେଜେ ଓ ୪ ବର୍ଷର ନାତିଙ୍କ ମୃତ୍ୟୁ ଘଟିଛି।
Advertisment Drown: ପୋଖରୀରେ ବୁଡ଼ି ଛାତ୍ରୀଙ୍କ ମୃତ୍ୟୁ ମିଳିଥିବା ସୂଚନାନୁସାରେ, ଜେଜେ ଦୟାନିଧି ବାରିକ ନିଜର ୪ ବର୍ଷର ନାତିକୁ ନେଇ ଗାଧୋଇବାକୁ ଯାଇଥିଲେ।
ପୋଖରୀ ହୁଡ଼ାରେ ନାତିକୁ ବସାଇ ଦୟାନିଧି ପୋଖରୀରେ ଗାଧୋଉଥିଲେ।
କିଛି ସମୟ ପରେ ନାତି ଉତ୍ସୁକତା ବଶତଃ ପାଣି ଭିତରକୁ ପଶିଯାଇଥିଲା।
ନାତିକୁ ବଞ୍ଚାଇବାକୁ ଯାଇ ଦୟାନଧି ମଧ୍ୟ ପାଣିରେ ବୁଡ଼ିଯାଇଥିଲେ।
UP Death: ମଇଁଷିକୁ ବଞ୍ଚେଇବାକୁ ଯାଇ ପୋଖରୀରେ ବୁଡ଼ି ମା' ଓ ପୁଅ ମୃତ ଅନେକ ସମୟ ପର୍ଯ୍ୟନ୍ତ ଉଭୟ ଘରକୁ ନଫେରିବାରୁ ପରିବାର ଲୋକେ ଉଭୟଙ୍କୁ ଖୋଜାଖୋଜି କରିଥିଲେ।
ଶେଷରେ ଉଭୟଙ୍କ ମୃତଦେହ ପୋଖରୀରେ ଭାସୁଥିବା ଗାଁଲୋକ ଦେଖି ପରିବାର ଲୋକଙ୍କୁ ସୂଚିତ କରିଥିଲେ।
ସେମାନଙ୍କ ଅଚେତ ଶରୀରକୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।
ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
Drown: ପୋଖରୀରେ ବୁଡ଼ିଗଲେ ୩ନିଷ୍ପାପ ଶିଶୁକନ୍ୟା, ଶୋକରେ ବୁଡ଼ିଲା କୁର୍ସୀ ଗାଁ ସୂଚନା ପାଇ ସାବରଙ୍ଗ ପୋଲିସ ଉଭୟଙ୍କ ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।
ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।