Tragedy Strikes During Idol Immersion: ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ନଦୀରେ ବୁଡ଼ି ୨ ଛାତ୍ର ମୃତ

Sep 16, 2026 - 11:33
Tragedy Strikes During Idol Immersion: ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ନଦୀରେ ବୁଡ଼ି ୨ ଛାତ୍ର ମୃତ

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡିଗଲେ ୨ ଛାତ୍ର। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଘୋଡ଼ାହାଡ଼ ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ। ପାଣିରେ ବୁଡ଼ି ହିଞ୍ଜିଳିକାଟୁ ଅଞ୍ଚଳର ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଦୁଇ ଜଣ ଗାୟତ୍ରୀ ନଗର ଓ ଗଜପତି ମାର୍ଗ ଅଞ୍ଚଳର ବୋଲି ଜଣାପଡିଛି।  ଉଭୟ ଛାତ୍ର ଅନ୍ୟ ସାଥୀମାନଙ୍କ ସହ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଘୋଡ଼ାହାଡ଼ ନଦୀକୁ ଯାଇଥିଲେ। ବିସର୍ଜନ ସମୟରେ ଅସାବଧାନତା ଯୋଗୁଁ ନଦୀରେ ବୁଡ଼ି ଯାଇଥିଲେ।

ସ୍ଥାନୀୟ ଲୋକେ  ଗୁରୁତର ଅବସ୍ଥାରେ ଉଭୟଙ୍କୁ ନଦୀରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିବା ବେଳେ ଘଟଣାସ୍ଥଳରେ ପୋଲିସ ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। 

 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ
ହିଞ୍ଜିଳିକାଟୁ ଘୋଡ଼ାହାଡ଼ ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ
ପାଣିରେ ବୁଡ଼ି ହିଞ୍ଜିଳିକାଟୁ ଅଞ୍ଚଳର ୨ ଛାତ୍ରଙ୍କ ମୃତ୍ୟୁ
ଗାୟତ୍ରୀ ନଗର ଓ ଗଜପତି ମାର୍ଗ ଅଞ୍ଚଳର ୨ ଛାତ୍ର ମୃତ
ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ଯାଇଥିଲେ, ମୃତଦେହ ଉଦ୍ଧାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।