Train Services Hit Ahead of Cyclone Arnab: ବାତ୍ୟା ଅର୍ଣ୍ଣବ ପାଇଁ ରେଳ ସେବା ପ୍ରଭାବିତ, ୮ ଟ୍ରେନ୍ ବାତିଲ
ବାତ୍ୟା 'ଅର୍ଣ୍ଣବ' ପାଇଁ ପ୍ରଭାବିତ ହେଲା ଟ୍ରେନ୍ ସେବା।
ଏବେ ସୁଦ୍ଧା ୮ ଟ୍ରେନ୍ ବାତିଲ ସହ ୨ଟି ରୁଟ୍ ପରିବର୍ତ୍ତନ କରାଯାଇଛି।
ବିଶାଖାପାଟଣା-କିରଣ୍ଡୁଲ୍ ନାଇଟ୍ ଏକ୍ସପ୍ରେସ୍ ୨୯ରୁ ୪ ଯାଏଁ ଉଭୟ ପଟୁ ବାତିଲ ହୋଇଛି ।
ବିଶାଖାପାଟଣା-କୋରାପୁଟ ପାସେଞ୍ଜରକୁ ୨୭ରୁ ୩୦ ପର୍ଯ୍ୟନ୍ତ ବାତିଲ କରାଯାଇଛି।
୨୮ରୁ ୩୧ ପର୍ଯ୍ୟନ୍ତ ବାତିଲ୍ ହୋଇଛି କୋରାପୁଟ-ବିଶାଖାପାଟଣା ପାସେଞ୍ଜର।
Advertisment ସେହିଭଳି ବିଶାଖାପାଟଣା-କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସକୁ ୩୦, ୩୧ରେ ଯିବା ଆସିବା ବାତିଲ୍ କରାଯାଇଛି।
ବିଶାଖାପାଟଣା-କିରଣ୍ଡୁଲ୍ ପାସେଞ୍ଜର ୨୭ରୁ ୩୦ ଯାଏଁ ଉଭୟ ପଟୁ ବାତିଲ୍ ହୋଇଛି।
ସେହିଭଳି ହୀରାଖଣ୍ଡ ଏକ୍ସପ୍ରେସ୍ ୨୭ରୁ ୩୦ ରାୟଗଡ଼ା ପର୍ଯ୍ୟନ୍ତ ଯିବ ।
ହୀରାଖଣ୍ଡ ଏକ୍ସପ୍ରେସ୍ ୨୮ରୁ ୩୧ ରାୟଗଡ଼ା ପର୍ଯ୍ୟନ୍ତ ଆସିବ ବୋଲି ଦକ୍ଷିଣ ତଟ ରେଲଓ୍ୱେ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।