Tricolour Flies High Amid Flooding: ବିଦ୍ୟାଳୟ ବାହାରେ ଉଡ଼ିଲା ତ୍ରିରଙ୍ଗା, ସ୍କୁଲରେ ଭରି ରହିଛି ବନ୍ୟା ଜଳ

Aug 15, 2026 - 14:17
Tricolour Flies High Amid Flooding: ବିଦ୍ୟାଳୟ ବାହାରେ ଉଡ଼ିଲା ତ୍ରିରଙ୍ଗା, ସ୍କୁଲରେ ଭରି ରହିଛି ବନ୍ୟା ଜଳ

ବନ୍ୟା ପାଣିରେ ସ୍କୁଲ, ବାହାରେ ଉଡ଼ିଲା ତ୍ରିରଙ୍ଗା। ଜଳକା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେବା ଫଳରେ ବସ୍ତା ବ୍ଲକର ୧୮ଟି ପଞ୍ଚାୟତ ବନ୍ୟା ପ୍ରଭାବିତ ହୋଇଛି। ଫଳରେ ସ୍କୁଲରେ ଜମି ରହିଛି ବନ୍ୟା ପାଣି। ତେଣୁ ସ୍କୁଲରେ ପତାକା ଉଡାଇବା ସମ୍ଭବ ନଥିଲା । ବସ୍ତା ବ୍ଲକ କୁଡ଼ିଆ ପ୍ରାଥମିକ ବିଦ୍ୟାଳୟରେ ଏମିତି ଘଟିଛି ।

ସ୍କୁଲ ପରିସରରେ ୪ ଫୁଟରୁ ଅଧିକ ପାଣି ଜମିଥିବାରୁ ପାଠପଢ଼ା ବନ୍ଦ ରହିଛି। ତେବେ ସ୍ୱାଧୀନତା ଦିବସର ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରଧାନଶିକ୍ଷକ ସ୍କୁଲକୁ ଯାଇ ନପାରି ନିକଟ ଏକ ସୁରକ୍ଷିତ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ବନ୍ୟା ପାଣି ଘେରରେ ସ୍କୁଲ
ବିଦ୍ୟାଳୟ ବାହାରେ ଉଡ଼ିଲା ତ୍ରିରଙ୍ଗା
ସ୍କୁଲରେ ଭରି ରହିଛି ଜଳକାର ବନ୍ୟା ଜଳ
ସ୍କୁଲ ପରିସରରେ ୪ ଫୁଟରୁ ଅଧିକ ପାଣି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।