Trump Breaks Silence: ବାଲଟ୍ରେ ମୁଁ ଥିଲେ ବିପୁଳ ବିଜୟ ହୋଇଥାନ୍ତା! ନିର୍ବାଚନରେ ଝଟକା ପରେ ଟ୍ରମ୍ପଙ୍କ ବଡ଼ ବୟାନ
ଆମେରିକା ମିଡଟର୍ମ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିକୁ ଝଟକା ଲାଗିବା ପରେ ମୁହଁ ଖୋଲିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
ନିର୍ବାଚନରେ ନିଜ ଦଳର ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବାବେଳେ ଟ୍ରମ୍ପ କହିଛନ୍ତି, ଯଦି ସେ ନିଜେ ବାଲଟ୍ରେ ଥାଆନ୍ତେ, ତେବେ ରିପବ୍ଲିକାନ୍ ପାର୍ଟି ବିପୁଳ ବିଜୟ ହାସଲ କରିଥାନ୍ତା।
ତାଙ୍କର ଏହି ବୟାନ ଏବେ ଆମେରିକା ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
Advertisment ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ Truth Socialରେ ପୋଷ୍ଟ କରି ଟ୍ରମ୍ପ ଲେଖିଛନ୍ତି, "ମୁଁ ବାଲଟ୍ରେ ନଥିଲି।
ଯଦି ମୁଁ ନିର୍ବାଚନ ମଇଦାନରେ ଥାଆନ୍ତି, ତେବେ ଆମେ ବିପୁଳ ବିଜୟ ହାସଲ କରିଥାନ୍ତୁ!" ନିର୍ବାଚନ ଫଳାଫଳକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟରେ ଟ୍ରମ୍ପଙ୍କ ଏହି ପ୍ରତିକ୍ରିୟା ସାମ୍ନାକୁ ଆସିଛି।
କଂଗ୍ରେସରେ କ୍ଷମତା ହରାଇବ କି ରିପବ୍ଲିକାନ୍ ପାର୍ଟି?
ମିଡଟର୍ମ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟି ଅନେକ ଗୁରୁତ୍ୱପୂର୍ଣ୍ଣ ଆସନରେ ଅଗ୍ରଗତି କରିଛି।
ଗଣମାଧ୍ୟମର ନିର୍ବାଚନୀ ଆକଳନ ଅନୁସାରେ, ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ରିପବ୍ଲିକାନ୍ ପାର୍ଟି ନିଜର ନିୟନ୍ତ୍ରଣ ହରାଇବା ସ୍ଥିତିରେ ରହିଛି।
ଅନ୍ୟପଟେ ସିନେଟ୍ର କିଛି ଗୁରୁତ୍ୱପୂର୍ଣ୍ଣ ଆସନରେ ମଧ୍ୟ ଡେମୋକ୍ରାଟ୍ମାନେ ରିପବ୍ଲିକାନ୍ଙ୍କୁ ପଛରେ ପକାଇଛନ୍ତି।
Advertisment ଜର୍ଜିଆରେ ଡେମୋକ୍ରାଟ୍ ଆଗୁଆ ଏହି ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟି ଜର୍ଜିଆର ଗଭର୍ଣ୍ଣର ରେସ୍ରେ ମଧ୍ୟ ଆଗୁଆ ରହିଛି ।
ଏହାସହ ସିନେଟ୍ର ଗୁରୁତ୍ୱପୂର୍ଣ୍ଣ ଆସନଗୁଡ଼ିକରେ ମଧ୍ୟ ଦଳ ନିଜର ସ୍ଥିତି ମଜବୁତ କରିଛି।
ଏହି ଫଳାଫଳକୁ ରାଜନୈତିକ ବିଶ୍ଳେଷକମାନେ ଟ୍ରମ୍ପଙ୍କ ନେତୃତ୍ୱ ଏବଂ ତାଙ୍କ ସରକାରଙ୍କ କାର୍ଯ୍ୟକଳାପ ପ୍ରତି ଭୋଟରଙ୍କ ପ୍ରତିକ୍ରିୟା ଭାବେ ଦେଖୁଛନ୍ତି ।
ଯଦି ରିପବ୍ଲିକାନ୍ ପାର୍ଟି ହାଉସ୍ର ନିୟନ୍ତ୍ରଣ ହରାଏ, ତେବେ ଟ୍ରମ୍ପ ସରକାରଙ୍କ ପାଇଁ ନୂଆ ଆଇନ ପାସ୍ କରିବା ଏବଂ ନିଜ ଏଜେଣ୍ଡାକୁ ଆଗକୁ ବଢ଼ାଇବା କଷ୍ଟକର ହୋଇପାରେ।
ଏପରିକି ଡେମୋକ୍ରାଟ୍ମାନେ ସରକାରଙ୍କ ବିଭିନ୍ନ ନିଷ୍ପତ୍ତି ଓ କାର୍ଯ୍ୟକଳାପ ଉପରେ ତଦନ୍ତ ଏବଂ ନଜର ବଢ଼ାଇପାରନ୍ତି।
ତେବେ ନିର୍ବାଚନୀ ଝଟକା ମଧ୍ୟରେ ଟ୍ରମ୍ପଙ୍କ ଏହି ବୟାନ ଆମେରିକା ରାଜନୀତିକୁ ଆହୁରି ସରଗରମ କରିଛି।
ନିଜେ ନିର୍ବାଚନ ଲଢ଼ିନଥିଲେ ମଧ୍ୟ ଦଳର ପରାଜୟ ପରେ ଟ୍ରମ୍ପ କାହିଁକି ନିଜ ବିଜୟର ଦାବି କରୁଛନ୍ତି, ତାହାକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।