Trump Secretly Hid in Truck: ଟ୍ରମ୍ପଙ୍କୁ ମାରି ଦେଇଥାଆନ୍ତା ଇରାନ, ଭୟରେ ଲୁଚିଥିଲେ ଟ୍ରକରେ !

Aug 11, 2026 - 14:09
Trump Secretly Hid in Truck: ଟ୍ରମ୍ପଙ୍କୁ ମାରି ଦେଇଥାଆନ୍ତା ଇରାନ, ଭୟରେ ଲୁଚିଥିଲେ ଟ୍ରକରେ !

ମାରିଦେଇଥାଆନ୍ତା ଇରାନ। ଭୟଭୀତ ହୋଇ ଟ୍ରକରେ ଲୁଚିଥିଲେ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ । ଓ୍ୱାଶିଂଟନ୍ ପୋଷ୍ଟର ରିପୋର୍ଟ ଅନୁସାରେ, ଇରାନର ଧମକ ପରେ ଟ୍ରମ୍ପଙ୍କୁ ନେଇ ଚାଲିଥିଲା ହାଇସିକ୍ୟୁରିଟି ଅପରେସନ୍। ମାସେ ତଳେ ନାଟୋ ସମ୍ମିଳନୀରେ ଯୋଗଦେବାକୁ ଟ୍ରମ୍ପ୍ ତୁର୍କୀ ଗସ୍ତ କରିଥିଲେ ।

ଅନ୍ୟ ବିଶ୍ୱନେତା ମଧ୍ୟ ସେଠାକୁ ଯାଇଥିଲେ । ଟେଲିଭିଜନ କ୍ୟାମେରାରେ ସେ ବିମାନବନ୍ଦରରେ ଏୟାରଫୋର୍ସ ଓ୍ୱାନକୁ ଚଢୁଥିବା ନଜର ଆସିଥିଲେ । କିନ୍ତୁ ମାତ୍ର କିଛି ମିନିଟ୍ ପରେ ତାଙ୍କୁ ଆମେରିକା ଏୟାରଫୋର୍ସର ସି-୩୨ଏ ଏୟାରକ୍ରାଫ୍ଟକୁ ସ୍ଥାନାନ୍ତର କରାଯାଇଥିଲା । 

ଟ୍ରମ୍ପଙ୍କ ଏହି ସିକ୍ରେଟ୍ ଅପରେସନରେ ସାମିଲ ଥିବା ଜଣେ ୟୁଏସ ଅଧିକାରୀ କହିଛନ୍ତି ଯେ, ଟ୍ରମ୍ପଙ୍କୁ ଏକ ଛୋଟ ଏୟାରକ୍ରାଫ୍ଟକୁ ସ୍ଥାନାନ୍ତର କରାଯାଇଥିଲା । ଗୋଟିଏ ବିମାନରୁ ଅନ୍ୟ ବିମାନକୁ ଟ୍ରମ୍ପଙ୍କୁ ସ୍ଥାନାନ୍ତର ପାଇଁ କ୍ୟାଟରିଂ ଟ୍ରକ୍ ବ୍ୟବହାର ହୋଇଥିଲା । ଏହି ଟ୍ରକରେ ଖାଦ୍ୟ ପଠାଯାଏ । କିନ୍ତୁ ଟ୍ରମ୍ପଙ୍କୁ ଏଥିରେ ସୁରକ୍ଷିତ ଭାବେ ଦ୍ୱିତୀୟ ବିମାନକୁ ନିଆଯାଇଥିଲା।

ଟ୍ରମ୍ପଙ୍କ ଲୋକେସନ୍ ବାବଦରେ କାହାକୁ କୁହାଯାଇନଥିଲା । କେବଳ କିଛି ହ୍ୱାଇଟ୍ ହାଉସର ଅଧିକାରୀ ଯାତ୍ରା କରିଥିଲେ । ଇରାନ ପକ୍ଷରୁ ଆକ୍ରମଣ ଆଶଙ୍କାରେ ଏପରି ନିଷ୍ପତ୍ତି ନିଆଯାଇଥିଲା । 

ଟ୍ରକରେ ଲୁଚିଥିଲେ ଟ୍ରମ୍ପ ! 

ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଚାଞ୍ଚଲ୍ୟକର ତଥ୍ୟ
ଟ୍ରମ୍ପ ତୁର୍କୀ ଯାଇଥିବାବେଳେ ହୋଇଥିଲା ସ୍ପେଶାଲ୍ ଅପରେସନ
ବିମାନବନ୍ଦରରେ ଅନ୍ୟ ଏୟାରକ୍ରାଫ୍ଟକୁ ଟ୍ରମ୍ପଙ୍କୁ ସ୍ଥାନାନ୍ତର କରାଯାଇଥିଲା
ଟ୍ରମ୍ପଙ୍କୁ ଏକ ଛୋଟ ଏୟାରକ୍ରାଫ୍ଟକୁ ସ୍ଥାନାନ୍ତର କରାଯାଇଥିଲା
ସ୍ଥାନାନ୍ତର ପାଇଁ କ୍ୟାଟରିଂ ଟ୍ରକ୍ ବ୍ୟବହାର ହୋଇଥିଲା
ଖାଦ୍ୟ ପଠାଯାଉଥିବା ଟ୍ରକରେ ଟ୍ରମ୍ପଙ୍କୁ ନିଆଯାଇଥିଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।