Trump: ‘ଟ୍ରମ୍ପ ହର୍ମୁଜ୍‌’: ନୂଆ ମାନଚିତ୍ର ସେୟାର କଲେ ଆମେରିକା ରାଷ୍ଟ୍ରପତି

Sep 26, 2026 - 23:32
Trump: ‘ଟ୍ରମ୍ପ ହର୍ମୁଜ୍‌’: ନୂଆ ମାନଚିତ୍ର ସେୟାର କଲେ ଆମେରିକା ରାଷ୍ଟ୍ରପତି

"ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ସାମରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀର ଏକ ମାନଚିତ୍ର ସେୟାର କରି ଏହାକୁ "ଟ୍ରମ୍ପ ପ୍ରଣାଳୀ" ବା "ଟ୍ରମ୍ପ ଷ୍ଟ୍ରେଟ୍‌" ଭାବେ ନାମିତ କରିଛନ୍ତି।

ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ "ଟ୍ରୁଥ୍ ସୋସିଆଲ"ରେ ସେ ଏହି ଚିତ୍ର ପୋଷ୍ଟ କରିବା ପରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ୱାସିଂଟନ୍ ଏବଂ ତେହେରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।

ଅନ୍ୟପକ୍ଷରେ ହ୍ୱାଇଟ୍ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି ଯେ ଆମେରିକା ଅଧିକାରୀମାନେ ଇରାନ ଯୁଦ୍ଧ ସମ୍ପର୍କରେ ମଧ୍ୟସ୍ଥିମାନଙ୍କ ସହ ସକାରାତ୍ମକ ଆଲୋଚନା ଜାରି ରଖିଛନ୍ତି।Advertisment ଏହା ପୂର୍ବରୁ ଜାତିସଂଘ ମହାସଭାରେ ଇରାନ ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି କହିଥିଲେ ଯେ କତର ମାଧ୍ୟମରେ ଆମେରିକାକୁ ଏକ ସ୍ୱତନ୍ତ୍ର ସର୍ତ୍ତ ପାଳନ ଯୋଜନା ହସ୍ତାନ୍ତର କରାଯାଇଛି।

ଯଦି ସର୍ତ୍ତ ଗୁଡ଼ିକ ପୂରଣ ହୁଏ, ତେବେ ସାତ ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲାଯିବ ଏବଂ ସାଧାରଣ ସାମୁଦ୍ରିକ ଚଳାଚଳ ସ୍ୱାଭାବିକ ହେବ।

କିନ୍ତୁ ଆମେରିକା ପ୍ରମୁଖ ଗଣମାଧ୍ୟମ "ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ"ର ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ଟ୍ରମ୍ପ ଇରାନର ଏହି ଅନ୍ତରୀଣ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

ଆହୁରି ପଢନ୍ତୁ: Maharastra: ମହାରାଷ୍ଟ୍ରରେ ମରୁଡ଼ି ସଙ୍କଟ: ୨୬୫ ତାଲୁକା ମରୁଡ଼ି ପ୍ରଭାବିତ ଘୋଷଣା ରିପୋର୍ଟ ମୁତାବକ ରାଷ୍ଟ୍ରପତି ଟ୍ରମ୍ପ ଆଗାମୀ ନଭେମ୍ବର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଇରାନ ବିରୋଧରେ ପୁନର୍ବାର ବଡ଼ଧରଣର ଆକ୍ରମଣ ଆରମ୍ଭ କରିବାକୁ ନିଜ ସହଯୋଗୀମାନଙ୍କୁ ସୂଚନା ଦେଇଛନ୍ତି।

ଆମେରିକା ପକ୍ଷରୁ ଇରାନ ବନ୍ଦରଗୁଡ଼ିକ ଉପରେ ଲଗାଯାଇଥିବା ଅବରୋଧ ହଟାଇବା ବଦଳରେ ହର୍ମୁଜ୍ ପ୍ରଣାଳୀ ଖୋଲିବା ଏବଂ ପରମାଣୁ ଆଲୋଚନା ପୁନର୍ବାର ଆରମ୍ଭ କରିବାକୁ ଇରାନ ପ୍ରସ୍ତାବ ଦେଇଥିଲା।

ଟ ତୈଳ ଯୋଗାଣ ପାଇଁ ହର୍ମୁଜ୍ ପ୍ରଣାଳୀ ଏକ ପ୍ରମୁଖ ଜଳପଥ ହୋଇଥିବାରୁ ଏହାର ସୁରକ୍ଷାକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି।

ଆହୁରି ପଢନ୍ତୁ: Dead: ବିଲରେ ମାଛ ଧରୁଥିବା ବେଳେ ବଜ୍ରାଘାତରେ ୧୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଇତିମଧ୍ୟରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଜାତିସଂଘ ୮୧ତମ ଅଧିବେଶନରେ ଯୋଗଦେଇ ନ୍ୟୁୟର୍କରୁ ତେହେରାନ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ସେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ସମେତ ବିଶ୍ୱର ଅନେକ ବରିଷ୍ଠ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।