UN: ଜାତିସଂଘରେ ଭାରତର ପାଲଟା ପ୍ରହାର: ଆତଙ୍କବାଦ ପାଇଁ ପାକ୍‌ ପରିଣାମ ଭୋଗିବାକୁ ବାଧ୍ୟ

Sep 26, 2026 - 23:32
UN: ଜାତିସଂଘରେ ଭାରତର ପାଲଟା ପ୍ରହାର: ଆତଙ୍କବାଦ ପାଇଁ ପାକ୍‌ ପରିଣାମ ଭୋଗିବାକୁ ବାଧ୍ୟ

"ନ୍ୟୁୟର୍କ: ଜାତିସଂଘ ମହାସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଭାଷଣ ଉପରେ ଶନିବାର ଭାରତ ପୁନର୍ବାର ପ୍ରହାର କରିଛି ।

ଜାତିସଂଘରେ ଭାରତର ସ୍ଥାୟୀ ମିସନର ପ୍ରଥମ ସଚିବ ପେଟଲ ଗେହଲଟ୍‌ ପାକିସ୍ତାନକୁ ଆତଙ୍କବାଦ, ପ୍ରତାରଣା ଏବଂ ଦୋମୁହାଁ ନୀତିର ପ୍ରଧାନ ପୃଷ୍ଠପୋଷକ ଭାବେ ଅଭିହିତ କରିଛନ୍ତି।

ସୀମାପାର ଆତଙ୍କବାଦକୁ ପାକିସ୍ତାନର ସରକାରୀ ସହାୟତା ଜାରି ରହିଲେ, ଏହାର ଭୟାବହ ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେ ମହାସଭାରେ ଚେତାବନୀ ଦେଇଛନ୍ତି।

ଜାତିସଂଘରେ ଭାରତର "ରାଇଟ୍ ଟୁ ରିପ୍ଲାଏ" ବା ଜବାବ ରଖିବାର ଅଧିକାର ପ୍ରୟୋଗ କରି ସେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ମନ୍ତବ୍ୟକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି।Advertisment ଭାରତୀୟ ପ୍ରତିନିଧି ନିଜ ବକ୍ତବ୍ୟରେ ପାକିସ୍ତାନର ଆତଙ୍କବାଦୀ ରେକର୍ଡ, ଗଣତାନ୍ତ୍ରିକ ଅଧିକାରର ହନନ ଏବଂ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛନ୍ତି।

ସେ କହିଛନ୍ତି ଯେ ସମଗ୍ର ସମସ୍ୟାର ମୂଳ କାରଣ ହେଉଛି ପାକିସ୍ତାନ ଦ୍ୱାରା ଦୀର୍ଘ ଦିନ ଧରି ଚାଲିଆସୁଥିବା ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପ।

ଆତଙ୍କବାଦୀଙ୍କ ପାଇଁ ଲୁଚିବାକୁ କୌଣସି ସ୍ଥାନ ନାହିଁ ବୋଲି ଗତ ବର୍ଷ ଭାରତ ପ୍ରମାଣ କରି ଦେଖାଇଛି।

ଆମର ଆତ୍ମରକ୍ଷା ଏବଂ ଆତଙ୍କବାଦ ବିରୋଧରେ ଲଢ଼ିବାର ଅଧିକାର ସଦାସର୍ବଦା ଜାରି ରହିବ ଏବଂ ପାକିସ୍ତାନର ଆପରାଧିକ ଆଭିମୁଖ୍ୟକୁ ଭାରତ କେବେହେଲେ ବରଦାସ୍ତ କରିବ ନାହିଁ ବୋଲି ଗେହଲଟ୍‌ ସ୍ପଷ୍ଟ କରିଛନ୍ତି।

ଆହୁରି ପଢନ୍ତୁ: Maharastra: ମହାରାଷ୍ଟ୍ରରେ ମରୁଡ଼ି ସଙ୍କଟ: ୨୬୫ ତାଲୁକା ମରୁଡ଼ି ପ୍ରଭାବିତ ଘୋଷଣା ପେଟଲ ଗେହଲଟ୍‌ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ଜାତିସଂଘ ମହାସଭା ପାକିସ୍ତାନର ପ୍ରକୃତ ନୀତିକୁ ସଠିକ୍ ଭାବେ ଚିହ୍ନିପାରିବ।

ପାକିସ୍ତାନର ପ୍ରତିନିଧିମାନେ ନିଜକୁ ଯେତେ ସ୍ୱଚ୍ଛ ଦେଖାଇବାକୁ ଚେଷ୍ଟା କଲେ ମଧ୍ୟ ବିଶ୍ୱ ସମ୍ମୁଖରେ ସେମାନଙ୍କର ପ୍ରକୃତ ଚେହେରା ଧରାପଡ଼ିଛି।

ବର୍ଷ ବର୍ଷ ଧରି ଜାତିସଂଘ ପୋଡିୟମ୍‌ରେ ମିଥ୍ୟାର ପୁନରାବୃତ୍ତି କରିବା ଦ୍ୱାରା ତାହା କେବେ ସତ୍ୟରେ ପରିଣତ ହୋଇପାରିବ ନାହିଁ।

ପାକିସ୍ତାନର ଆତଙ୍କବାଦ, ଷଡ଼ଯନ୍ତ୍ର ଏବଂ ଦୋମୁହାଁ ନୀତି ଦ୍ୱାରା ସେମାନଙ୍କର ନିଜର କିମ୍ବା ସମଗ୍ର ବିଶ୍ୱର କୌଣସି ଲାଭ ହେବ ନାହିଁ ବୋଲି ଭାରତୀୟ କୂଟନୀତିଜ୍ଞ ପ୍ରକାଶ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।