Tunnel Collapses in Uttarakhand: ହଠାତ୍ ଧସିଲା ନିର୍ମାଣାଧୀନ ଟନେଲ, ଆରମ୍ଭ ହେଲା ବଡ଼ ରେସକ୍ୟୁ ଅପରେସନ

Aug 13, 2026 - 22:02
Tunnel Collapses in Uttarakhand: ହଠାତ୍ ଧସିଲା ନିର୍ମାଣାଧୀନ ଟନେଲ, ଆରମ୍ଭ ହେଲା ବଡ଼ ରେସକ୍ୟୁ ଅପରେସନ

ଉତ୍ତରାଖଣ୍ଡର ଚମୋଲିରେ ବଡ଼ ଅଘଟଣ। ପିପଲକୋଟି ସ୍ଥିତ THDC ଜଳବିଦ୍ୟୁତ ପ୍ରକଳ୍ପର ନିର୍ମାଣାଧୀନ ଟନେଲର ଏକ ଅଂଶ ହଠାତ୍ ଧସିପଡ଼ିଛି। ଟନେଲ୍ ଭିତରକୁ ମାଟି ଓ ପାଣି ପଶିଯିବାରୁ ସେଠାରେ କାମ କରୁଥିବା ଅନେକ ଶ୍ରମିକ ଫସିଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣା ସମୟରେ ଟନେଲ୍ ଭିତରେ ପ୍ରାୟ ୨୦ରୁ ୨୫ ଜଣ ଶ୍ରମିକ ଥିଲେ। 

ଏପର୍ଯ୍ୟନ୍ତ ୧୦ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ଫସିଥିବା ଅନ୍ୟ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜୋରଦାର ଅଭିଯାନ ଜାରି ରହିଛି। ଘଟଣାର ଗମ୍ଭୀରତାକୁ ଦେଖି NDRF ଓ SDRF ଟିମ୍ କୁ ଘଟଣାସ୍ଥଳକୁ ପଠାଯାଇଛି। ଜିଲ୍ଲା ପ୍ରଶାସନ ଓ ସମସ୍ତ ସମ୍ପୃକ୍ତ ଏଜେନ୍ସିକୁ ସମନ୍ୱୟରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇବାକୁ  ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ନିର୍ଦ୍ଦେଶ ଦେଇଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।