Turtle Smuggling Racket: କଇଁଛ ଚୋରାଚାଲାଣ ବେଳେ ରେଡ୍; ୩୦ଟି କଇଁଛ ଉଦ୍ଧାର, ଜଣେ ଗିରଫ

କଇଁଛ ଚୋରାଚାଲାଣ ବେଳେ ବନ ବିଭାଗର ରେଡ୍। ୩୦ଟି କଇଁଛ ଉଦ୍ଧାର, ଜଣେ ଗିରଫ। ବନବିଭାଗ କର୍ମଚାରୀମାନେ ପେଟ୍ରୋଲିଙ୍ଗ କରୁଥିବା ବେଳେ କଇଁଛ ଚୋରା ଚାଲାଣ ହେଉଥିବା ଖବର ପାଇ କଂଗ୍ରା ସେକ୍ସନ କାର୍ଯ୍ୟାଳୟ ନିକଟରେ ଜଗି ରହିଥିଲେ ଏହି ସମୟରେ ଏକ ବାଇକ ଯୋଗେ କଇଁଛ ନେଉଥିବା ବେଳେ ମାଡ଼ି ବସିଥିଲେ ବନବିଭାଗ କର୍ମଚାରୀ।
ଚୋରାଚାଲାଣ କାରୀଙ୍କ ଠାରୁ ଏକ ବସ୍ତାରୁ ୩୦ଟି ଜୀବନ୍ତ କଇଁଛ ଉଦ୍ଧାର କରି ଜଣକୁ ଗିରଫ କରାଯାଇଛି। ଆଉ ଜଣେ ବାଇକ ଯୋଗେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। କଇଁଛକୁ କଳାହାଣ୍ଡି ଜିଲ୍ଲାରୁ ଆଣି ନବରଙ୍ଗପୁର ରାଇଘର ଅଞ୍ଚଳରେ ବିକ୍ରି କରିବାକୁ ଯୋଜନା କରୁଥିଲେ।
- କଇଁଛ ଚୋରାଚାଲାଣ ବେଳେ ରେଡ୍
- ୩୦ଟି କଇଁଛ ଉଦ୍ଧାର, ଜଣେ ଗିରଫ
- ଚୋରାଚାଲାଣ ବେଳେ ଧରିଲା ବନବିଭାଗ
- କଂଗ୍ରା ସେକ୍ସନ୍ ନିକଟରୁ କଇଁଛ ଉଦ୍ଧାର
- ଜଣେ ଗିରଫ, ଆଉ ଜଣେ ଚମ୍ପଟ ସୂଚନା
- କଳାହାଣ୍ଡି ଜିଲ୍ଲାରୁ ହେଉଥିଲା ଚୋରାଚାଲାଣ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।